ପ୍ରେମ ଅନ୍ତରାଳେ

ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ପ୍ରାୟ ଅନେକ ସମୟରେ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ। ଏମିତି କେତେଥର ଦେଖାହେବା ପରେ ସୋନି ପ୍ରେମରେ ପଡ଼ିଯାଇଛି ସେହି ଯୁବକ। ଆଉ ତା’ପରେ ଯାହା ଘଟିଛି ତାହା ସେ ବିଶ୍ୱାସ କରିପାରିନି। ସୋନିକୁ ପ୍ରେମ କରିବା ପରେ ଯୁବକର ବିଜ୍‌ନେସର ଉନ୍ନତି ଘଟିଛି। ସୋନି ପ୍ରେମରେ ପଡ଼ିବା ପରେ ଯୁବକ ଜୀବନରେ ଆଉ କ’ଣ ଘଟୁଛି ତାହା କାହାଣୀରେ ନିହିତ ରହିଛି। ନିଜର ପରୋପକାରୀ ଗୁଣ ଏବଂ ଜଣେ ସଫଳ ବିଜ୍‌ନେସମ୍ୟାନ ହେବା ପରେ ବାବୁ ନାମକ ସେହି ଯୁବକ ପରିଚିତ ହୋଇଛି ‘ବାବୁ ଭାଇଜାନ୍‌’ ନାମରେ। ପିଲାଟିଦିନରୁ ଅଭାବ ସହ ଲଢ଼ିଥିବା ଏହି ଯୁବକ କିପରି ଭବିଷ୍ୟତରେ ନିଜକୁ ଜଣେ ନାମୀ ବିଜ୍‌ନେସ ଟାଇକୁନ୍‌ ଭାବେ ପରିଚିତ କରାଇପାରିଛି ତାହାକୁ ଆଧାର କରି ନିର୍ମିତ ହେଉଛି ଓଡ଼ିଆ ବାୟୋପିକ୍‌ ‘ବାବୁ ଭାଇଜାନ୍‌’। ଖ୍ବାଜା ଗରିବ୍‌ ନଓ୍ବାଜ ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏକ ସତ୍ୟ ଘଟଣା ଏବଂ ବାଲେଶ୍ୱର ଜିଲାର ଲଛମନଖୁଣ୍ଟା ନାମକ ଏକ ଅଜଣା ଗଁାର ଜଣେ ଯୁବକ (ବାବୁ)ର ଜୀବନୀକୁ ନେଇ ଉକ୍ତ ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା ସହ ପ୍ରଯୋଜନା କରିଛନ୍ତି ସନ୍ତୋଷ ନାରାୟଣ ଦାସ। ଚିତ୍ରଟିର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ। ଫିଲ୍ମର ଟାଇଟଲ ଭୂମିକାରେ ଅରିନ୍ଦମ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିଛନ୍ତି ଶିବାନୀ (ସୋନି)। ଏମାନଙ୍କ ବ୍ୟତୀତ ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସନ୍ତୋଷ ନାରାୟଣ ଦାସ ଏବଂ ତାପସ ସରଘରିଆ ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri