ପ୍ରେମ୍‌ଜୀଙ୍କ ବଦାନ୍ୟତା

ଆକାର ପଟେଲ
ଧନୀ ଲୋକମାନେ ସେମାନଙ୍କ ଧନକୁ ସମାଜରେ ବାଣ୍ଟିଦେବା ଉଚିତ ଏବଂ ଧନୀ ଅବସ୍ଥାରେ ମୃତ୍ୟୁବରଣ କରିବା ଅନୁଚିତ- ଏହି ଚିନ୍ତାଧାରା ଆଣ୍ଡ୍ରୁ କାର୍ନେଗୀଙ୍କ ପାଖରୁ ଆସିଛି। ସେ ଥିଲେ ଜଣେ ଆମେରିକୀୟ ଶିଳ୍ପପତି ଏବଂ ନିଜ ହାତରେ ନିଜକୁ ଗଢ଼ିଥିବା ମଣିଷ ଯେ କି ଏକ ଇସ୍ପାତ ସାମ୍ରାଜ୍ୟ ନିର୍ମାଣ କରିଥିଲେ। ସେ ୩୫ ବର୍ଷ ବୟସରୁ ସମାଜ ହିତରେ ଧନ ଖର୍ଚ୍ଚ କରିବା ଆରମ୍ଭ କରିଦେଇଥିଲେ। ପ୍ରାୟ ୧୦୦ ବର୍ଷ ତଳେ ୧୯୧୯ ମସିହାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳକୁ ସେ ତାଙ୍କ ମୋଟ ସମ୍ପତ୍ତିର ୯୦ ପ୍ରତିଶତ ଦାନ କରିସାରିଥିଲେ। ତା’ର ୩୦ ବର୍ଷ ପୂର୍ବରୁ ୧୮୮୯ ବେଳକୁ କାର୍ନେଗୀଙ୍କ ବୟସ ଥିଲା ୫୦ରୁ ୬୦ ଭିତରେ। ସେତେବେଳେ ସେ ଏକ ପୁସ୍ତକ ଲେଖିଥିଲେ ଯାହାର ନାମ ‘ଦ ଗସ୍ପେଲ ଅଫ୍‌ ଓ୍ବେଲ୍‌ଥ’। ସେଥିରେ ସେ ନିଜର ବଳକା ସମ୍ପତ୍ତି ସମାଜକୁ କାହିଁକି ଦେଇଦେବା ଉଚିତ ତାହା ବୁଝାଇ ଲେଖିଥିଲେ। ସେ ଧନୀ ଲୋକମାନଙ୍କ ଅପବ୍ୟୟ ଓ ଭୋଗପ୍ରବଣତାକୁ ନିରୁତ୍ସାହିତ କରିବା ସହ ସରକାରଙ୍କୁ ମୃତ ବ୍ୟକ୍ତିଙ୍କ ଉପରେ ଅଧିକ ଟିକସ ବସାଇବାକୁ ଉତ୍ସାହିତ କରିଥିଲେ।
ଊନବିଂଶ ଶତାବ୍ଦୀ ପୂର୍ବରୁ କେବଳ ଧନୀ ଲୋକମାନେ ସମ୍ଭ୍ରାନ୍ତ ଭାବେ ବିବେଚିତ ହେଉଥିଲେ, ଯେଉଁମାନଙ୍କର ବିପୁଳ ଭୂସମ୍ପତ୍ତି ଥିଲା ଏବଂ ସେଥିରୁ ସେମାନେ ଟିକସ ବା ଭଡ଼ା ପାଉଥିଲେ। ଇଂଲଣ୍ଡ ରାଣୀଙ୍କର ଏବେ ବି ଅଚଳାଚଳ ସମ୍ପତ୍ତି ରହିଛି। ଅଳ୍ପ କିଛି ଧନୀ ବଣିକ ଅବଶ୍ୟ ଅଛନ୍ତି କିନ୍ତୁ ଅଧିକାଂଶ ଧନୀଙ୍କର ବିପୁଳ ଭୂସମ୍ପତ୍ତି ଅଛି।
ସେତେବେଳେ ଦାନଶୀଳତା ପ୍ରାୟ ନ ଥିଲା ଯଦିଚ ଚର୍ଚ୍ଚକୁ ପ୍ରତ୍ୟେକ ବ୍ୟକ୍ତି, ଯେଉଁମାନେ ପାରିବେ, ସେମାନଙ୍କ ଆୟରୁ ଭାଗ ଦେଉଥିଲେ। ଏହି ଭାଗ ହେଲା ଆୟର ଦଶମାଂଶ। ଆଜି ବି ବହୁ ଲୋକ ଚର୍ଚ୍ଚକୁ ନିଜ ଆୟର ଏକଦଶମାଂଶ ଦେଉଛନ୍ତି। ଭାରତୀୟ ଶିଆ ସମ୍ପ୍ରଦାୟ ଏବଂ ଇସ୍‌ମାଇଲ ଖ୍ବାଜାମାନେ ଧାର୍ମିକ କାର୍ଯ୍ୟ ପାଇଁ ସେମାନଙ୍କ ବାର୍ଷିକ ଆୟର କିଛି ପ୍ରତିଶତ ଦାନ କରନ୍ତି। ଏହି ଅର୍ଥକୁ ପ୍ରାୟତଃ ହସ୍ପିଟାଲ ଓ ସ୍କୁଲ ପରିଚାଳନାରେ ଖର୍ଚ୍ଚ କରାଯାଏ। ହିନ୍ଦୁମାନେ ମଧ୍ୟ ମନ୍ଦିରକୁ ଦାନ କରନ୍ତି। କିନ୍ତୁ ଏହାର ମୁଖ୍ୟାଂଶ ସୁନା ଆକାରରେ ଦାନ କରାଯାଏ ଯାହାକୁ କୌଣସି କାମରେ ବ୍ୟବହାର କରାଯାଇପାରେ ନାହିଁ। ମୁଁ ବର୍ତ୍ତମାନ କେରଳରେ ଅଛି ଏବଂ ତିରୁବାନନ୍ତପୁରମ୍‌ସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର ପରିଦର୍ଶନରେ ଆସିଛି। ଏହା ଭାରତର ସବୁଠୁ ଧନୀ ମନ୍ଦିରଗୁଡ଼ିକ ମଧ୍ୟରେ ଅନ୍ୟତମ, ଯଦିଚ ଏହାର ଧନର ମୁଖ୍ୟାଂଶ ହେଉଛି ସୁନା।
ଏହା ହେଉଛି ସେହି ଦାନଶୀଳତାର ସଂସ୍କୃତି ଯେଉଁଥିରେ ଅଜିମ୍‌ ପ୍ରେମ୍‌ଜୀ ତାଙ୍କର ଛାପ ରଖିଛନ୍ତି। ଚଳିତ ସପ୍ତାହରେ ସେ ଓ୍ବିପ୍ରୋର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି ଏବଂ ସେ ହେଉଛନ୍ତି ବିଶ୍ୱର ସବୁଠୁ ବଡ଼ ଜନମଙ୍ଗଳକାରୀ। ପ୍ରେମ୍‌ଜୀ ତାଙ୍କ ସମ୍ପତ୍ତିରୁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ଦାନ କରିଛନ୍ତି। ଏତେ ବିରାଟ ପରିମାଣକୁ ହୁଏତ ଆମ ମଧ୍ୟରୁ ଅନେକେ ବୁଝିପାରିବେ ନାହିଁ। ଏତିକି ଟଙ୍କାରେ ଭାରତର ଶିକ୍ଷା ଓ ସ୍ବାସ୍ଥ୍ୟ ବଜେଟ ହୋଇପାରିବ।
ପ୍ରେମ୍‌ଜୀ ୨୧ ବର୍ଷ ବୟସରୁ ଏକ ତୈଳ କମ୍ପାନୀର ଦାୟିତ୍ୱ ଗ୍ରହଣ କରିଥିଲେ। (ଓ୍ବିପ୍ରୋ ମାନେ ‘ଓ୍ବେଷ୍ଟର୍ନ ଇଣ୍ଡିଆ ଭେଜିଟେବ୍‌ଲ ପ୍ରଡକ୍ଟସ୍‌ ଲିମିଟେଡ୍‌’)। ସମୟକ୍ରମେ ଏହି କମ୍ପାନୀକୁ ସେ ସମ୍ପ୍ରସାରିତ କରି ସୂଚନା ପ୍ରଯୁକ୍ତି କମ୍ପାନୀରେ ପରିଣତ କଲେ। ଏଥିରୁ ତାଙ୍କର ପ୍ରଚୁର ଲାଭ ହେଲା ଓ ସମ୍ପତ୍ତି ବୃଦ୍ଧି ପାଇଲା। ଏହାପରେ ସେ ଦାନ କରିବା ଆରମ୍ଭ କଲେ। ତାଙ୍କ କମ୍ପାନୀର ଅଭିଜ୍ଞତା ଥିବା ଦାୟିତ୍ୱସମ୍ପନ୍ନ ଲୋକମାନଙ୍କୁ ସେ ତାଙ୍କ ଅର୍ଥର ଦାୟିତ୍ୱ ଦେଲେ ଓ ତାଙ୍କ ତରଫରୁ ତାହାକୁ ବିତରଣ କରିବାକୁ ଅନୁମତି ଦେଲେ। ଏହାଦ୍ୱାରା ପ୍ରେମ୍‌ଜୀ ବିଶେଷତଃ ଭାରତରେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ ଭାବେ ପରିଗଣିତ ହେଲେ। ଆମ ଦେଶର ଧନୀ ଲୋକମାନେ ସାଧାରଣତଃ ସମୃଦ୍ଧି ଚାହାନ୍ତି, ଯେପରି ପ୍ରାସାଦୋପମ ଗୃହ, ୟାଟ୍‌ (ପ୍ରମୋଦ ଭ୍ରମଣ ନିମେନ୍ତ ବ୍ୟବହୃତ ହାଲୁକା ପୋତ), ଘରୋଇ ଜେଟ୍‌ ଓ ମାଳ ମାଳ ଦାମୀ କାର୍‌ ଇତ୍ୟାଦିର ମାଲିକ ହେବା। କିନ୍ତୁ ପ୍ରେମ୍‌ଜୀ ବିଶ୍ୱର ଶ୍ରେଷ୍ଠ ଧନୀ ଲୋକଙ୍କ ଭିତରୁ ଜଣେ ହେଲେ ମଧ୍ୟ ସାଧାରଣ ଜୀବନଯାପନ କରନ୍ତି। ତାଙ୍କର ଏହି ନମ୍ରତା ପୁଣିଥରେ ପ୍ରକାଶିତ ହେଲା, ଯେତେବେଳେ ସେ ଓ୍ବିପ୍ରୋର କର୍ମଚାରୀମାନଙ୍କୁ ନିଜର ବିଦାୟ ଘୋଷଣା କରି ଏକ ଚିଠି ଲେଖିଲେ।
ଏହି ଚିଠିରେ ସେ ମୁଖ୍ୟତଃ କମ୍ପାନୀର ନୂତନ ଅଧ୍ୟକ୍ଷ ଓ ନୂତନ ପରିଚାଳନା ନିର୍ଦ୍ଦେଶକଙ୍କ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ସେ ନିଜ ବିଷୟରେ ଶେଷରେ ଅଳ୍ପ କେଇଧାଡ଼ି ଲେଖିଛନ୍ତି। ନିଜର ସଫଳତା ବିଷୟରେ ସେ ଏଥିରେ କିଛି ବି ଉଲ୍ଲେଖ କରିନାହାନ୍ତି। ଆଉ କେହି ବିଶେଷତଃ ତାଙ୍କ ପରି ସଫଳ ବ୍ୟକ୍ତି ଏପରି ଇସ୍ତଫାପତ୍ର ଲେଖିଥିବା ବିଷୟରେ ମୁଁ ଜାଣିନାହିଁ। ଭାରତରେ ଆମ ପାଇଁ ବ୍ୟକ୍ତିଗତ ଚରିତ୍ର ଲାଗି ଏପରି ଭଲ ରୋଲ୍‌ ମଡେଲ ଖୁବ୍‌ ବେଶି ମିଳିବେ ନାହିଁ। ଆମର ନେତା ତାଙ୍କ ସୁଟ୍‌ରେ ନିଜର ନାମ ସ୍ବର୍ଣ୍ଣାକ୍ଷରରେ ଲେଖୁଛନ୍ତି। ଚଳଚ୍ଚିତ୍ର ତାରକା ପରି ବ୍ୟବହାର କରୁଥିବା ଆକର୍ଷଣୀୟ ବ୍ୟକ୍ତିତ୍ୱମାନଙ୍କୁ ଆମେ ପସନ୍ଦ କରୁ। ଏଭଳି ପରିବେଶରେ ଜଣେ ଅର୍ବୁଦପତି ଏପରି କାମ କରିବାକୁ ବାଛିନେଇଛନ୍ତି, ଯାହା ଆଗରୁ କେହି କରିନାହାନ୍ତି। ଆଧୁନିକ ଯୁଗରେ ଅଳ୍ପ କିଛି କଥା ମୁଁ ଗୁଜରାଟୀ ହୋଇଥିବାରୁ ମୋତେ ଗର୍ବିତ କରେ। ପ୍ରେମ୍‌ଜୀଙ୍କ ଜୀବନଚରିତ ନିଶ୍ଚିତଭାବରେ ସେଥି ମଧ୍ୟରୁ ଅନ୍ୟତମ। ତାଙ୍କ ଜୀବନର ଉଦାହରଣରୁ ଆମେ ଶିକ୍ଷା ପାଇଲୁ ଯେ ‘ମଣିଷ ଏପରି ବି କରିପାରେ’।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri