Posted inଜାତୀୟ

ପ୍ରେମିକା ଧୋକା ଦେବାରୁ ଆତଙ୍କବାଦୀ ହେଲେ ଯୁବକ

ଗୁଆହାଟି,୨୭।୧୧: ଆସାମର ଗୋଲପାଡାରେ ୩ ସଂଦିଗ୍ଧ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏମାନେ ଆସାମ ଏବଂ ଦିଲ୍ଲୀରେ ଆକ୍ରମଣର ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ତେବେ ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ୨୪ ବର୍ଷୀୟ ଲୁଇତ୍‌ ଜମିଲ ଲୁଇନ୍‌ ଅଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କଲାବେଳେ ଏକ ସତ୍ୟ ଉନ୍ମୋଚନ ହୋଇଛି। ପ୍ରେମିକା ଧୋକା ଦେବାରୁ ଆତଙ୍କବାଦୀ ହୋଇଥିବା ଲୁଇତ୍‌ ପୋଲିସ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ଲୁଇତ୍‌ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଲୁଇତ୍‌ଙ୍କ ସହ ବିବାହ ଦେବେ ନାହିଁ ବୋଲି ମନା କରିଦେଇଥିଲେ। ଏପରିକି ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ପଡୋଶୀ ମଧ୍ୟ ଯୁବତୀଙ୍କୁ ଲୁଇତ୍‌ଙ୍କ ସହ ନ ମିଶିବାକୁ ଧମକ ଦେଇଥିଲେ। ଫଳରେ ଲୁଇତ୍‌ ଏବଂ ଉକ୍ତ ଯୁବତୀଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଫଳରେ ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ହେବାକୁ ଶପଥ ନେଇଥିଲି ବୋଲି ଲୁଇତ୍‌ ପୋଲିସ ଆଗରେ କହିଛନ୍ତି। ସୋସିଆଲ ମିଡିଆ ଜରିଆରେ ସେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ଆସିଲେ। ପ୍ରଥମେ ଆଇଡି ବିସ୍ଫୋଟକ ତିଆରି କରିବା ଶିଖିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

ଇସଲାମାବାଦ ବୈଠକ ପୂର୍ବରୁ ତେହରାନକୁ ବଡ଼ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ, ଭୟରେ ଥରହର ଇରାନ

ତେହରାନ୍‌,୧୦।୪: ହର୍ମୁଜ ପ୍ରଣାଳୀ ଉପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ତେଲ…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ମାସେ ଘୁଞ୍ଚିଲା ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟସୀମା

ଭୁବନେଶ୍ୱର,୧୦।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି-୨୦୨୬)ଅନଲାଇନ୍‌ ଆବେଦନ ସମୟସୀମା ମେ’ ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର…

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri