ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ନେତାଙ୍କ ଚିନ୍ତା

ଜଗତ୍‌ସିଂହପୁର ଅଫିସ,୨୪ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଜିଲା ପରିଷଦ ଜୋନ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ୩୮୪୦ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୬ଟି ଜିଲା ପରିଷଦ ଆସନ ପାଇଁ ୧୦୬ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ କୌଣସି ପ୍ରାର୍ଥତ୍ପତ୍ର ନାକଚ ହୋଇନାହିଁ। ବିଶେଷକରି ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କଟି ନ ଥିବାରୁ ପ୍ରତ୍ୟେକ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଅନ୍ୟ ପଦବୀ ଯଥା ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀରେ ୩୭୩୪ଟି ପ୍ରାର୍ଥତ୍ପତ୍ର ଦାଖଲ ହୋଇଥିଲା। ସେଗୁଡିକ ମଧ୍ୟରୁ ୬୮ଟି ନାକଚ ହୋଇଯାଇଛି।୨୫ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏ ପରିସ୍ଥିତିରେ ବିଭିନ୍ନ ପଞ୍ଚାୟତରେ ବିଶେଷକରି ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ହୋଇଥିବାରୁ ଦଳୀୟ ମହଲରେ ଚିନ୍ତା ବଢିଯାଇଛି। ବିଧାୟକ ତଥା ଦଳୀୟ ନେତୃବୃନ୍ଦ କେଉଁ ପ୍ରାର୍ଥୀଙ୍କୁ ଦଳୀୟ ସମର୍ଥନ ଦେବେ ଆଉ କାହାକୁ ପ୍ରତ୍ୟାହାର କରିବେ ସେନେଇ ବିଚାରବିମର୍ଶ ଜାରି ରଖିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାୟକମାନେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏପରି କି ଅର୍ଥ, କ୍ଷମତା ଓ ଠିକା କାମ ଆଦିର ଲୋଭ ଦେଖାଇବାକୁ ପଛାଉନାହାନ୍ତି । ଯେଉଁମାନେ ଅବୁଝା ହେବେ ସେମାନଙ୍କୁ ଶେଷ ଅସ୍ତ୍ର ସ୍ବରୂପ ଦଳରୁ ବିଦା କରିବା ଭଳି କଡା ଚେତାବନୀ ଦିଆଯାଉଥିବା ଚର୍ଚ୍ଚା ହେଉଛି। କେତେଜଣ ପ୍ରାର୍ଥୀ ହଡ଼ବଡେଇ ଯାଉଥିବା ବେଳେ ଆଉ କେତେଜଣ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବା ପାଇଁ ନେତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଛନ୍ତି। ଏଭଳିସ୍ଥିତିରେ ୨୫ ତାରିଖରେ କେଉଁମାନେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଜିଲାର ୧୯୮ ସରପଞ୍ଚ ପଦବୀ ପାଇଁ ୯୪୬ ପ୍ରାର୍ଥତ୍ପତ୍ର ଦାଖଲ ହୋଇଥିବା ବେଳେ ସେଥିରୁ ୪ଟି ନାକଚ ହୋଇଛି। ସେଥିରୁ ନାଉଗାଁର ଓ ଏରସମା ବ୍ଲକରୁ ୨ ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ସେହିପରି ସମିତି ସଭ୍ୟ ପାଇଁ ୭୫୮ଟି ପ୍ରାର୍ଥତ୍ପତ୍ର ଦାଖଲ ହୋଇଥିବାବେଳେ ୧୨ ନାକଚ ହୋଇଛି । ସେମାନଙ୍କ ମଧ୍ୟରେ ଏରସମାରୁ ୭, କୁଜଙ୍ଗରୁ ୨ ସମେତ ବାଲିକୁଦା, ଜଗତ୍‌ସିଂହପୁର ଏବଂ ତିର୍ତ୍ତୋଲରୁ ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି। ଜିଲାର ୩୩୬୪ଟି ୱାର୍ଡସଭ୍ୟ ପଦବୀ ପାଇଁ ୬୨୮୭ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ଏରସମାରୁ ୯, ବାଲିକୁଦା ୧୬, ତିର୍ତ୍ତୋଲ ୮, କୁଜଙ୍ଗ ୧, ନାଉଗାଁ ଓ ଜଗତ୍‌ସିଂହପୁରରୁ ୬ ଜଣ ଲେଖାଏ ଏବଂ ରଘୁନାଥପୁର, ବିରିଡ଼ିରୁ ୩ ଜଣ ଲେଖାଏ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଛି।