ପ୍ରାଣୀଙ୍କ ସାମାଜିକ ଜୀବନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପିମ୍ପୁଡ଼ି ଓ ମହୁମାଛିମାନେ ଏକ ବ୍ୟବସ୍ଥାର ଅଂଶବିଶେଷ ଯେଉଁମାନେ ବିନା କେନ୍ଦ୍ରୀୟ ନିୟନ୍ତ୍ରଣରେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରନ୍ତି। ବୁଦ୍ଧିମତ୍ତା (Intelligence) ଶୀର୍ଷସ୍ଥାନୀୟ ଜଣଙ୍କ ପାଖରେ ଠୁଳ ହୋଇ ନ ଥାଏ ବରଂ ଏହା ସମଗ୍ର ଗ୍ରୁପ୍‌ ଭିତରେ ବାଣ୍ଟି ହୋଇଯାଇଥାଏ। ଗୋଟିଏ ଗ୍ରୁପ୍‌ ଭିତରେ ଦୁଇ ପ୍ରକାର ବୁଦ୍ଧିମତ୍ତା କାମ କରେ। ଗୋଟିଏ ହେଉଛି ଆଡାପ୍ଟିଭ୍‌, ଯାହାର ଅର୍ଥ ପରସ୍ପର ସହ ଭାବର ଆଦାନ ପ୍ରଦାନ ମାଧ୍ୟମରେ ନିଷ୍ପତ୍ତି ନିଆଯିବା ଏବଂ ଦ୍ୱିତୀୟଟି ହେଉଛି କଲେକ୍ଟିଭ୍‌, ଯାହାର ଅର୍ଥ ଏକ ସଜ୍ଞାନାତ୍ମକ ୟୁନିଟ୍‌ ଭାବେ ଏକତ୍ର କାମ କରୁଥିବା ଏଜେଣ୍ଟଙ୍କ ଗ୍ରୁପ୍‌। ଜନ୍ମରୁ ପ୍ରତିଦ୍ୱନ୍ଦ୍ୱିତାପରାୟଣ ହେଲେ ମଧ୍ୟ ଏମାନଙ୍କ ଭିତରେ ବ୍ୟାପକ ସହଯୋଗ ଦେଖିବାକୁ ମିଳେ। ଜିନ୍‌ଗୁଡ଼ିକ ଜିନୋମ୍‌ ବା ଜିନ୍‌ସମୂହରେ ସହଯୋଗ କରେ, କୋଷଗୁଡ଼ିକ ପେଶୀରେ ସହଯୋଗ କରନ୍ତି ଏବଂ ବ୍ୟଷ୍ଟିଗୁଡ଼ିକ ସମାଜରେ ପରସ୍ପର ସହ ସହଯୋଗ କରନ୍ତି। ମଣିଷ ସମାଜ ସୃଷ୍ଟି ହେବା ପୂର୍ବରୁ ଶହ ଶହ ଶତାବ୍ଦୀ ଧରି ଏମାନେ ପ୍ରତିଷ୍ଠା ଲାଭ କରିଆସିଛନ୍ତି।
ପ୍ରାଣୀମାନେ ପାରସ୍ପରିକ ଆକର୍ଷଣ ଦ୍ୱାରା ଏକତ୍ରିତ ହୁଅନ୍ତି ବା ସୀମିତ ଖାଦ୍ୟ ଉତ୍ସ ପ୍ରତି ଆକର୍ଷିତ ହୋଇ ଏକତ୍ରିତ ହୁଅନ୍ତି। ବାର୍କ ବିଟିଲମାନେ ତଳେ ପଡ଼ିଥିବା ଏକ କାଠଗଣ୍ଡିର ଛେଲି ପ୍ରତି ପାରସ୍ପରିକ ଆକର୍ଷଣ ଦ୍ୱାରା ଆକର୍ଷିତ ହୋଇ ଏକତ୍ରିତ ହୁଅନ୍ତି। ସେମାନେ ମଧ୍ୟ ନିଜ ନିଜ ପ୍ରଜାତିର ଗନ୍ଧ ଦ୍ୱାରା ଆକର୍ଷିତ ହୁଅନ୍ତି। ଥରେ ପ୍ରାଣୀମାନେ ଦଳବଦ୍ଧ ହୋଇଗଲା ପରେ ସେମାନେ ଏକାଠି ଜୀବନଧାରଣ କରନ୍ତି। କେତେକ ଟ୍ରିହପରଙ୍କ ଗୋଷ୍ଠୀରେ ଶୂକଗୁଡ଼ିକ ଶିକାରୀ ପ୍ରାଣୀଙ୍କ ଉପସ୍ଥିତି ବିଷୟରେ ଏକ ପ୍ରକାର କମ୍ପନ ମାଧ୍ୟମରେ ପରସ୍ପରକୁ ଅବଗତ କରାନ୍ତି। ମଣିଷମାନେ ବୈଦ୍ୟୁତିକ ଯନ୍ତ୍ର ସାହାଯ୍ୟରେ ଏ ବିଷୟରେ ଜାଣିପାରନ୍ତି। ଇଷ୍ଟର୍ନ ଟେଣ୍ଟ କାଟରପିଲାର (ଶଁବାଳୁଆ ବିଶେଷ) ନିଜ ଦ୍ୱାରା ତିଆରି କରାଯାଇଥିବା ଟେଣ୍ଟରେ ଦଳବଦ୍ଧ ହୋଇ ରହନ୍ତି। ସେମାନଙ୍କ ସଂଖ୍ୟାବୃଦ୍ଧି ସହ ସିଲ୍‌କର ପରିମାଣ ବୃଦ୍ଧିପାଏ ଓ ଟେଣ୍ଟର ଆକାର ବଢ଼େ। କଲୋନୀର ସଦସ୍ୟମାନେ ଖାଦ୍ୟ ସନ୍ଧାନରେ କିଛି ସମୟ ପାଇଁ ଟେଣ୍ଟରୁ ବାହାରକୁ ଯାଆନ୍ତି ଏବଂ ଦଳର ଅନ୍ୟମାନଙ୍କୁ ସୂଚନା ଦେବା ପାଇଁ ଏକ ପ୍ରକାର ରାସାୟନିକ ବ୍ୟବହାର କରନ୍ତି। କ୍ଲିଫ୍‌ ସ୍ବାଲୋ (ଚାତକ ପକ୍ଷୀ ବିଶେଷ) ପରି କଲୋନୀ ପକ୍ଷୀମାନଙ୍କ ଭିତରେ ଅସଫଳ ଯେଉଁମାନେ, ସେମାନେ ସଫଳ ପକ୍ଷୀମାନଙ୍କୁ ଅନୁସରଣ କରି ସେମାନେ କିପରି ଖାଦ୍ୟ ସଂଗ୍ରହ କରି ବସାକୁ ଫେରୁଛନ୍ତି ତାହା ଦେଖନ୍ତି। ସେଥିରୁ ସେମାନେ ଖାଦ୍ୟ ମିଳୁଥିବା ସ୍ଥାନଗୁଡ଼ିକ ବିଷୟରେ ଜାଣନ୍ତି। ହେଟା ବା ଗଧିଆମାନେ ଗୋଟିଏ ଜେବ୍ରାକୁ ଟାଣି ଟାଣି ଆଣିବାରେ ପରସ୍ପରକୁ ସାହାଯ୍ୟ କରନ୍ତି।
ବିଭିନ୍ନ ପ୍ରାଣୀଙ୍କ ଦଳ ଖାଦ୍ୟ ସନ୍ଧାନରେ ଦୂର ସ୍ଥାନ ଭ୍ରମଣ କରନ୍ତି ଏବଂ ଏଥିରେ ବହୁ ସଂଖ୍ୟକ ପ୍ରାଣୀ ଅଂଶଗ୍ରହଣ କରନ୍ତି। ପ୍ରାୟ ଏକ ନିୟୁତରୁ ଅଧିକ ବ୍ଲୁ ଓ୍ବିଲଡେବିଷ୍ଟ (ମଇଁଷି ପରି ତୃଣଭୋଜୀ ପ୍ରାଣୀ) ପୂର୍ବ ଆଫ୍ରିକାର ସମତଳ ଭୂମିରେ ଘାସ ସନ୍ଧାନରେ ଦକ୍ଷିଣାବର୍ତ୍ତରେ ଭ୍ରମଣ କରନ୍ତି ଏବଂ ବର୍ଷକ ଭିତରେ ସେମାନେ ପ୍ରାୟ ୨,୫୦୦ କିମିରୁ ଅଧିକ ଭ୍ରମଣ କରନ୍ତି। ଆଫ୍ରିକୀୟ ମରୁଭୂମି ପଙ୍ଗପାଳ ନିୟୁତ ନିୟୁତ ସଂଖ୍ୟାରେ ୨୦୦ ବର୍ଗ କିମି ଅଞ୍ଚଳ ଅକ୍ତିଆର କରି ସଂଘବଦ୍ଧ ହୋଇ ଖାଦ୍ୟ ଅନ୍ବେଷଣରେ ଭ୍ରମଣ କରନ୍ତି। ପାସେଞ୍ଜର ପିଜନ (ପାରା ବିଶେଷ) ନିୟୁତ ନିୟୁତ ସଂଖ୍ୟାରେ ଖାଦ୍ୟ ସନ୍ଧାନରେ ଭ୍ରମଣ କରୁଥିଲେ। ମଣିଷର ମନୋରଞ୍ଜନ ପାଇଁ ବ୍ୟାପକ ସଂଖ୍ୟାରେ ଶିକାର କରାଯିବା ଯୋଗୁ ସେମାନେ ଏବେ ଏକପ୍ରକାର ଲୋପ ପାଇଗଲେଣି।
ସ୍ଥିର ସାମାଜିକ ଗୋଷ୍ଠୀରେ ରହୁଥିବା ପ୍ରାଣୀମାନେ ଅନେକ ସମୟରେ ପରର ଉପକାର କରିବା ପାଇଁ ପରସ୍ପର ସହ ଭାବର ଆଦାନ ପ୍ରଦାନ କରିଥାନ୍ତି। ଉଦାହରଣସ୍ବରୂପ ଭୂମିରେ ବାସ କରୁଥିବା ଗୁଣ୍ଡୁଚିମୂଷା ବିପଦର ସୂଚନା ପାଇଲେ ଏକପ୍ରକାର ଶବ୍ଦ କରି ଗୋଷ୍ଠୀର ଅନ୍ୟମାନଙ୍କୁ ସତର୍କ କରାଇଦିଅନ୍ତି। ଏହାଦ୍ୱାରା ସେମାନେ ନିଜ ପ୍ରତି ବିପଦକୁ ଡାକିଆଣନ୍ତି। ସେହିପରି ନିଜେ ଛୁଆ ଜନ୍ମ କରିବାକୁ ଯାଉଥିବା ମାଈ ମିରକଟ ଅନ୍ୟ ଗୋଷ୍ଠୀର ଛୁଆଙ୍କୁ ଖାଇବାକୁ ଦେଇଥାନ୍ତି।
ସମୟକ୍ରମେ ପ୍ରାଣୀମାନଙ୍କ ସାମାଜିକ ଜୀବନ ସେମାନଙ୍କୁ ନୂଆ ପ୍ରକାର ବ୍ୟବହାର ଶିଖାଇଥାଏ। ସ୍ବଜନ ପକ୍ଷପାତ କେବଳ ମଣିଷଙ୍କ ଭିତରେ ଦେଖିବାକୁ ମିଳେ ନାହିଁ। ବଣମଣିଷ, ମାଙ୍କଡ଼, କୁକୁଡ଼ାମାନେ ମଧ୍ୟ ନିଜ କୁଟୁମ୍ବ, ସମ୍ପର୍କୀୟମାନଙ୍କ ପ୍ରତି ସେପରି ବ୍ୟବହାର କରିଥାନ୍ତି। ମଣିଷ ପରି ପ୍ରାଣୀମାନଙ୍କର ଜଟିଳ ସମାଜ ଥାଏ। ବ୍ୟବସାୟିକ ସୁବିଧା ସୁଯୋଗକୁ ନେଇ ମାଛମାନେ ମଧ୍ୟ ଦଳ ଗଠନ କରିଥାନ୍ତି। ପ୍ରବାଳ ପାହାଡ଼ରେ ସଫେଇ ମାଛମାନେ ବଡ଼ ମାଛଙ୍କ ଦେହରେ ଲାଗିଥିବା ପରଜୀବୀମାନଙ୍କୁ ଖାଇ ସଫା କରିଦିଅନ୍ତି। ବର୍ଷ ବର୍ଷ ଧରି ସେମାନେ ଅଲଗା ବାରିହୋଇ ପଡ଼ିବା ପାଇଁ ସ୍ବତନ୍ତ୍ର ନୀଳ-ହଳଦିଆ ୟୁନିଫର୍ମ ରଙ୍ଗ ଧାରଣ କରିଥାନ୍ତି। ଏହି ସଫେଇ ମାଛମାନଙ୍କର ଏକ ସ୍ବତନ୍ତ୍ର କଷ୍ଟମର ସର୍ଭିସ୍‌ କୋଡ୍‌ ରହିଛି। ଯଦି ସେମାନେ ଭୁଲକ୍ରମେ ପରଜୀବୀଙ୍କୁ ଖାଇବା ବଦଳରେ ଗ୍ରାହକଙ୍କୁ କାମୁଡ଼ିଦିଅନ୍ତି, ତା’ହେଲେ ତାଙ୍କର ଏହି ଦାୟିତ୍ୱହୀନତା ପାଇଁ ଅନ୍ୟ ସଫେଇ ମାଛଙ୍କଠାରୁ ଦଣ୍ଡ ଭୋଗ କରିବାକୁ ପଡ଼େ।
ଶିମ୍ପାଞ୍ଜିମାନେ ଏକ ଦକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଉଗାଣ୍ଡାର ଦଳେ ଶିମ୍ପାଞ୍ଜିଙ୍କ ଉପରେ ୧୦ ବର୍ଷ ଧରି ଗବେଷଣା କରି ଜଣାଗଲା ଯେ, ଦଳେ ଅଣ୍ଡିରା ଶିମ୍ପାଞ୍ଜି ସେମାନଙ୍କ ଅଞ୍ଚଳ ଓ ପଡ଼ୋଶୀ ଅଞ୍ଚଳର ସୀମାରେ ପହରା ଦିଅନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜଣେ ଲୁଚି ଲୁଚି ଜଙ୍ଗଲରେ ପ୍ରବେଶ କରନ୍ତି। ସେହି ସମୟରେ ସେମାନେ ପ୍ରାୟ କିଛି ଖାଆନ୍ତି ନାହିଁ କି ସାମାଜିକ ଭାବେ କାହା ସହ ମିଳାମିଶା କରନ୍ତି ନାହିଁ। ସେମାନେ ପଡ଼ୋଶୀ ରାଜ୍ୟର ବାସିନ୍ଦାଙ୍କ ମଳ, ପରିତ୍ୟକ୍ତ ଉଇ-ଶିକାର ଯନ୍ତ୍ର ଆଦି ସତର୍କତାର ସହ ପରୀକ୍ଷା କରନ୍ତି। ସେମାନେ ଯଦି ପଡ଼ୋଶୀ ରାଜ୍ୟର କୌଣସି ସଦସ୍ୟଙ୍କୁ ଦେଖନ୍ତି, ତେବେ ସେଇଠି ତାଙ୍କୁ ସିଧା ମାରିଦିଅନ୍ତି। ଏହା ସେମାନଙ୍କର ଏକ ପ୍ରକାର ଯୁଦ୍ଧ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନେ ନିଜ ଦେଶ ପାଇଁ ସୁସଙ୍ଗଠିତ ଭାବରେ ଯୁଦ୍ଧ କରନ୍ତି। ତାଞ୍ଜାନିଆରେ ଶିମ୍ପାଞ୍ଜିଙ୍କ ଗୋଟିଏ ବଡ଼ ଦଳରୁ ବାହାରି ଯାଇଥିବା କିଛି ଶିମ୍ପାଞ୍ଜି ଅନ୍ୟମାନଙ୍କ ସହ ଯୁଦ୍ଧ କରିବା ଦେଖାଯାଇଛି, ଯାହାକୁ ଗୃହଯୁଦ୍ଧ ବୋଲି କୁହାଯାଇପାରେ। ପାଞ୍ଚବର୍ଷ ଭିତରେ ଏହି ଗୋଷ୍ଠୀଛଡ଼ା ଦଳ ମୂଳ ଦଳ ସହ ସୁସଙ୍ଗଠିତ ଭାବରେ ଯୁଦ୍ଧ କରି ସେମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ।
ମାଙ୍କଡ଼ମାନେ ଅନ୍ୟ ମାଙ୍କଡ଼ ଦେହରୁ ଉକୁଣି ବାଛିବା ଦେଖାଯାଏ। ମାତ୍ର ଏଥିରେ କେବଳ ଅନ୍ୟର ଉପକାର କରିବାର ଉଦ୍ଦେଶ୍ୟ ନ ଥାଏ। ମାଈ ମାଙ୍କଡ଼ମାନେ ଯୌନ ମିଳନ ପାଇଁ ବି ଏପରି କରିଥାନ୍ତି। ମାଈ ମାଙ୍କଡ଼ମାନେ ଆଠ ମିନିଟ ଉକୁଣି ବାଛିବା ପରେ ଉକ୍ତ ମାଙ୍କଡ଼ ସହ ଶୋଇବାର ଗବେଷକମାନେ ଦେଖିଛନ୍ତି। ଯୋଗାଣ ଓ ଚାହିଦା ନିୟମ ମଧ୍ୟ ଏଠି କାମ କରେ। ଯେତେବେଳେ ମାଈ ମାଙ୍କଡ଼ଙ୍କ ସଂଖ୍ୟା କମ୍‌ ଥାଏ, ସେତେବେଳେ ଯୌନ ମିଳନ ପାଇଁ ଗୋଟିଏ ମାଈ ମାଙ୍କଡ଼କୁ ଆଠ ମିନିଟ ବଦଳରେ ୧୬ ମିନିଟ ଧରି ଉକୁଣି ବାଛିବାକୁ ପଡ଼େ। ମାଈ ମାଙ୍କଡ଼ମାନେ କେବଳ ଯୌନ ମିଳନ ପାଇଁ ଉକୁଣି ବାଛନ୍ତି ନାହିଁ। ନିଜ ପିଲାକୁ ଧରିବାରେ ସାହାଯ୍ୟ କରିବା ପାଇଁ ସେମାନେ ଅନ୍ୟ ମାଈ ମାଙ୍କଡ଼ର ମଧ୍ୟ ଉକୁଣି ବାଛିଦିଅନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri