Posted inଫୁରସତ

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ୧୪ ବର୍ଷ ବନବାସ କାଳ ମଧ୍ୟରୁ ସର୍ବାଧିକ ସମୟ ବିତାଇଥିଲେ…
ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲା ଅନ୍ତର୍ଗତ ଏହି ପବିତ୍ରସ୍ଥଳକୁ ଈଶ୍ୱରଙ୍କର ଏକ ଅନୁପମ ଦାନ ବୋଲି କୁହାଯାଇଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଚିତ୍ରକୂଟ ଧାମର କିଛି ସୀମା ମଧ୍ୟପ୍ରଦେଶର ସତନା ଜିଲା ଅଧୀନରେ ବି ଆସୁଛି। ତେବେ ସେ ଯାହା ହେଉ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ତଥା ଆଧ୍ୟାତ୍ମିକ ଭାବନାର ଉତ୍ସ ଭାବେ ପରିଚିତ ଏହି ଚିତ୍ରକୂଟ ଧାମରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କର ପାଦ ପଡିଥିବାରୁ ଏହା ପବିତ୍ରଭୂମିରେ ପରିଣତ ହୋଇଛି। ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହେଉଛି।

କ’ଣ ଦେଖିବେ
ଚିତ୍ରକୂଟ ଧାମରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ରହିଛି ନିମ୍ନୋକ୍ତ ଅନେକ ଦର୍ଶନୀୟ ସ୍ଥାନ।
କାମଦଗିରି: ଏହି ପବିତ୍ର ପର୍ବତର ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଗଛଲତାରେ ପରିପୂର୍ଣ୍ଣ ଉକ୍ତ ପର୍ବତ ଉପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରାୟ ୫ କି.ମି ପର୍ଯ୍ୟନ୍ତ ପରିକ୍ରମା କରିବାର ସୁବିଧା ରହିଛି। କୁହାଯାଏ, ଭକ୍ତ ଏହି ପର୍ବତକୁ ପରିକ୍ରମା କରିବା ସମୟରେ ଯାହା ମନସ୍କାମନା ରଖିଥାନ୍ତି, ତାହା ପୂର୍ଣ୍ଣ ହୋଇଥାଏ।

ରାମଘାଟ: ମନ୍ଦାକିନୀ ନଦୀର ତଟଦେଶରେ ଥିବା ଏହା ହେଉଛି ସେହି ଘାଟ, ଯେଉଁଠାରେ ବନବାସ ସମୟରେ ପ୍ରଭୁ ଶ୍ରୀରାମ ସ୍ନାନ କରୁଥିଲେ। ତେଣୁ ଏହି ଘାଟରେ ସର୍ବଦା ଧାର୍ମିକ କାର୍ଯ୍ୟ କରାଯାଇଥାଏ। ବିଶେଷକରି ଏହି ଘାଟରେ ଗେରୁଆ ବସ୍ତ୍ର ଧାରଣ କରି ସାଧୁସନ୍ଥମାନେ କୀର୍ତ୍ତନ କରିବାର ଦୃଶ୍ୟ ବେଶ୍‌ ମନୋରମ ହୋଇଥାଏ। ସେହିପରି ସନ୍ଧ୍ୟା ସମୟରେ ଏଠାରେ କରାଯାଉଥିବା ଆଳତିର ଦୃଶ୍ୟ ମନକୁ ଖୁବ୍‌ ଶାନ୍ତି ପ୍ରଦାନ କରିଥାଏ।

ଜାନକୀ କୁଣ୍ଡ: ରାମଘାଟରୁ ଅଳ୍ପ କିଛି ଦୂରରେ ରହିଛି ପବିତ୍ର ଜାନକୀ କୁଣ୍ଡ। ବନବାସ ସମୟରେ ମାତା ସୀତା ଏଠାରେ ସ୍ନାନ କରୁଥିଲେ ବୋଲି ବିଶ୍ୱାସ ରହିଛି।

ଭରତ ମିଳାପ ମନ୍ଦିର: କାମଦଗିରି ପର୍ବତ ନିକଟରେ ରହିଛି ଏହି ମନ୍ଦିର। କୁହାଯାଏ, ପ୍ରଭୁ ରାମଚନ୍ଦ୍ର, ପ୍ରଭୁ ଲକ୍ଷ୍ମଣ ଓ ମାତା ସୀତା ବନବାସ ସମୟରେ ତାଙ୍କୁ ପୁନର୍ବାର ଅଯୋଧ୍ୟାକୁ ଫେରାଇ ନେବା ପାଇଁ ତାଙ୍କ ଭାଇ ଭରତ ସେଠାକୁ ଆସିଥିଲେ। ସାଙ୍ଗରେ ତାଙ୍କର ଆଉ ଜଣେ ଭାଇ ଶତ୍ରୁଘ୍ନ ବି ଥିଲେ। ସେ ସମୟରେ ଚାରି ଭାଇଙ୍କର ମିଳନ ଏତେ ଦୁଃଖଦ ଥିଲା ଯେ, କାମଦଗିରି ପର୍ବତର ଚଟାଣ ବି ତରଳି ଯାଇଥିଲା ପରି ପ୍ରତୀୟମାନ ହୋଇଥିଲା। ଫଳରେ ସେଠାରେ ଚାରି ଭାଇଙ୍କର ପାଦଚିହ୍ନ ରହିଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ଭରତ ମିଳାପ ନାମରେ ଏକ ମନ୍ଦିର ଗଢ଼ିଉଠିଲା, ଯେଉଁଠାରେ ଏବେ ବି ସେମାନଙ୍କ ପାଦଚିହ୍ନ ଦେଖିବାକୁ ମିଳିଥାଏ।

ସ୍ଫଟିକ ଶିଳା: ଜାନକୀ କୁଣ୍ଡଠାରୁ କିଛି ଦୂରରେ ମନ୍ଦାକିନୀ ନଦୀର ତଟଦେଶରେ ରହିଛି ଏହି ପବିତ୍ର ଶିଳା। କୁହାଯାଏ, ଏହି ଶିଳା ଉପରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ବସି ଚିତ୍ରକୂଟର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ତେଣୁ ଏବେ ବି ଏହି ଶିଳା ଉପରେ ସେମାନଙ୍କର ପାଦଚିହ୍ନ ଥିବା ଦେଖିବାକୁ ମିଳେ।

ସତୀ ଅନସୂୟା ଆଶ୍ରମ: ସ୍ଫଟିକ ଶିଳା ଥିବା ସ୍ଥାନରୁ କିଛି ଦୂର ଗଲେ ପଡ଼େ ସତୀ ଅନସୂୟା ଆଶ୍ରମ, ଯେଉଁଠାରେ ଅତ୍ରୀ ମୁନି ଏବଂ ତାଙ୍କର ଧର୍ମପତ୍ନୀ ଅନସୂୟା ବାସ କରୁଥିଲେ। କୁହାଯାଏ, ବନବାସ କାଳ ସମୟରେ ସତୀ ଅନସୂୟା ମାତା ସୀତାଙ୍କୁ ଏହିଠାରେ ହିଁ ପତିବ୍ରତା ଧର୍ମର ଉପଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ପର୍ଯ୍ୟଟକ ଏହି ତୀର୍ଥଭୂମିରେ ଗୁପ୍ତ ଗୋଦାବରୀ, ହନୁମାନ ଧାରା, ଭରତ କୂପ ଭଳି ଅନ୍ୟ କେତେକ ଲୋକପ୍ରିୟ ଦର୍ଶନୀୟସ୍ଥଳ ବି ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ବର୍ଷର ଯେକୌଣସି ସମୟରେ ଚିତ୍ରକୂଟ ଧାମକୁ ବୁଲିଯିବାର ସୁବିଧା ରହିଛି। ତେବେ ପାଣିପାଗ ଦୃଷ୍ଟିରୁ ଦେଖିଲେ ବର୍ଷାଦିନେ ଟିକେ ବୁଲାବୁଲି କରିବାରେ ସମସ୍ୟା ଦେଖାଯାଇଥାଏ। ତେଣୁ ବର୍ଷାଦିନକୁ ଛାଡ଼ି ଅନ୍ୟ ଯେକୌଣସି ସମୟରେ ଚିତ୍ରକୂଟ ବୁଲିଗଲେ ଭ୍ରମଣର ଭରପୂର ମଜା ନେଇହୁଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ତେବେ ଚିତ୍ରକୂଟ ଧାମର ନିକଟତମ ବିମାନବନ୍ଦର ହେଉଛି ଆଲ୍ଲାହାବାଦ୍‌ ଏୟାରପୋର୍ଟ, ଯାହା ପ୍ରାୟ ୧୩୫ କି.ମି ଦୂରରେ ଅବସ୍ଥିତ। ସେହିପରି ଚିତ୍ରକୂଟ ଧାମ କରଓ୍ବୀ ରେଳଷ୍ଟେଶନ ହେଉଛି ଏଠାକାର ନିକଟବର୍ତ୍ତୀ ରେଳଷ୍ଟେଶନ, ଯାହା ପ୍ରାୟ ୮ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏହି ପବିତ୍ରସ୍ଥଳକୁ ଯିବାପାଇଁ ଟୁରିଷ୍ଟ ବସ୍‌ର ବି ବ୍ୟବସ୍ଥା ରହିଛି। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏହି ତୀର୍ଥଭୂମିରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri