ପ୍ରହସନ ପାଲଟିଛି ୫-ଟି, ପଛେଇଛି ଯାଜପୁର ଜିଲା ବିକାଶ

ଯାଜପୁର ଅଫିସ,୧୩।୧୦- ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଲୋକଙ୍କ ଜୀବନଧାରଣ ମାନରେ ସେତେଟା ଉନ୍ନତି ପରିଲକ୍ଷିତ ହୋଇନାହିଁ। ଜିଲାର ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ନେତୃବର୍ଗ ଏବଂ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଜିଲାର ବିକାଶ ପରାହତ ହେଉଛି। ଦାୟିତ୍ୱରେ ଥିବା ଅଧିକାଂଶ ଅଧିକାରୀ ଓ କର୍ମଚାରୀ ଦୁର୍ନୀତିରେ ବୁଡି ରହିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଦୁର୍ବଳ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ପ୍ରଭାବଶାଳୀ ଅଧିକାରୀଙ୍କୁ ଆହୁରି ସୁରକ୍ଷା ଯୋଗାଇ ଦିଆଯାଉଛି। ଏହିସବୁ କାର୍ଯ୍ୟରେ ଜଣେ ପ୍ରଭାବଶାଳୀ ରାଜନେତା ଓ ଜିଲାସ୍ତରୀୟ ଅଧିକାରୀଙ୍କ ସମ୍ପୃକ୍ତି ଦୁର୍ନୀତିକୁ ଅଧିକ ପ୍ରୋତ୍ସାହିତ କରୁଛି। ଫଳରେ ଯାଜପୁର ଜିଲାରେ ରାଜ୍ୟ ସରକାରଙ୍କ ୫-ଟି ଆଇନ ପ୍ରହସନ ହେଉଥିବାରୁ ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି।
ଜିଲାରେ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବିରୋଧି ଦଳ ଓ ସାମାଜିକ ସଂଗଠନ କାର୍ଯ୍ୟକର୍ତ୍ତାମାନେ ବାରମ୍ବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ମାତ୍ର ଜିଲାପାଳ ତଥା ବିଭାଗୀୟ ଅଧିକାରୀମାନେ ଚିରାଚରିତ ଢଙ୍ଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ପ୍ରଶାସନ, ଅଭିଯୋଗକାରୀ ସଂଗଠନ ତଥା ରାଜନୈତିକ ନେତୃବୃନ୍ଦ ନୀରବି ଯାଉଛନ୍ତି। କୌଣସି ରାଜନୈତିକ ଦଳ ପକ୍ଷରୁ ସେଭଳି ଦୃଢ଼ଭାବେ ବିରୋଧ ହେଉ ନ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜିଲାରେ ମୋ ସରକାର ଯୋଜନା ମଧ୍ୟ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେବା ନେଇ ସଂଶୟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଜିଲାରେ କେତେଜଣ ଆଗଧାଡ଼ିର ନେତୃବର୍ଗ ଓ ପ୍ରଶାସନିକ ଅଧିକାରୀ ନାଚଗୀତକୁ ଯେତିକି ପ୍ରାଧାନ୍ୟ ଦେଉଛନ୍ତି, ବିକାଶ ପ୍ରତି ସେତିକି ଆନ୍ତରିକତା ଦେଖାଉ ନ ଥିବା ମନେହେଉଛି। ଜିଲାରେ ପ୍ରତିବର୍ଷ ମରୁଡ଼ି/ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ଜିଲା ପ୍ରଶାସନ ତରଫରୁ ଏହାର ଆଶୁ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଜିଲାର ଚାଷୀ ପ୍ରତ୍ୟେକ ବର୍ଷ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) କର୍ମଚାରୀମାନେ ଚଞ୍ଚକତା କରି ଚାଷୀଙ୍କ ନାମରେ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମେତ ଲକ୍ଷାଧିକ ଟଙ୍କା ହଡ଼ପ କରି ଚାଲିଛନ୍ତି। ମଙ୍ଗଳପୁର, ମାର୍କଣ୍ଡପୁର, ବନ୍ଦାଳୋ, ବ୍ରହ୍ମବରଦା, ରଖିଦେଈପୁର, ରସୁଲପୁର ପ୍ରଭୃତି ପ୍ୟାକ୍ସରେ ଏହାର ନଜିର ରହିଛି। କୋର ନେଟୱାର୍କ ହିସାବରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡ଼କ ସଂଯୋଗ ନ ହେବା ଜିଲା ବିକାଶର ନଗ୍ନ ନମୁନା ସାମ୍ନାକୁ ଆସିଛି। ମୂଲ୍ୟବାନ ଭୂ-ସମ୍ପଦ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଯାଜପୁର ଜିଲାର ବିକାଶ ପାଇଁ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିରେ ମହଜୁଦ ରହିଛି। ହେଲେ ଜିଲା ପ୍ରଶାସନ ଏହାର ଅଧା ଅର୍ଥ ମଧ୍ୟ ଖର୍ଚ୍ଚ କରିପାରି ନାହିଁ। ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାଳିଆ, ଆମ ଗାଁ ଆମ ବିକାଶ ଆଦି ଯୋଜନାରେ ଉପଯୁକ୍ତ ହିତାଧିକାରୀ ବଞ୍ଚିତ ହେଉଥିବାବେଳେ ଥିଲାବାଲାଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଥିବା ଦେଖିବାକୁ ମିଳିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ଠିକ୍‌ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ରସୁଲପୁର ବ୍ଲକ ଭଗୀରଥପୁର, ନଠୁଆବର, ଟିକରପଡା, ନୂଆହାଟ, ନଗୁଆଁ ପ୍ରଭୃତି ଗ୍ରାମର ଲୋକେ ତାମିଲନାଡୁ, ଗୁଜୁରାଟ ଆଦି ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ନଗଡ଼ାର ବିକାଶ ପାଇଁ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି। ତଥାପି ନଗଡ଼ାରେ ଏବେ ବି ପୁଷ୍ଟିହୀନତା ଦେଖିବାକୁ ମିଳୁଛି। ଶିଳ୍ପ ଓ ଖଣି ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ଅଭିଜ୍ଞତା ଆଳରେ ବାହାର ରାଜ୍ୟର ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏ ବିଷୟରେ ମଧ୍ୟ ପ୍ରଶାସନ କୌଣସି ସମାଧାନ କରି ପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ, ବିକ୍ଷୋଭ, ଧାରଣା ଭଳି ଅଶାନ୍ତି ଦେଖିବାକୁ ମିଳୁଛି। ଏହାବାଦ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ଆଡଭୋକେଟ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ରାଜନୈତିକ ଧୋକାବାଜି ଯୋଗୁ ଅଞ୍ଚଳର ବିକାଶ ହୋଇପାରୁ ନାହିଁ। ସେଥିପାଇଁ ଜିଲାର ଭୌଗୋଳିକ ସ୍ଥିତିରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି। ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କୁହନ୍ତି, ରାଜ୍ୟ ସରକାରଙ୍କ ମୋ ସରକାର ନୁହେଁ, ଯାଜପୁର ଜିଲାରେ ଅଫିସରଙ୍କ ସରକାର ଚାଲିଛି। କୌଣସି ବିଭାଗରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ନାହିଁ। ଏଠାରେ ସରକାରଙ୍କ ୫-ଟି ଆଇନ ପ୍ରହସନ ହୋଇଛି। ଏନେଇ ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ତେଣୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri