ପ୍ରହସନ ପାଲଟିଛି ୫-ଟି, ପଛେଇଛି ଯାଜପୁର ଜିଲା ବିକାଶ

ଯାଜପୁର ଅଫିସ,୧୩।୧୦- ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଲୋକଙ୍କ ଜୀବନଧାରଣ ମାନରେ ସେତେଟା ଉନ୍ନତି ପରିଲକ୍ଷିତ ହୋଇନାହିଁ। ଜିଲାର ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ନେତୃବର୍ଗ ଏବଂ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଜିଲାର ବିକାଶ ପରାହତ ହେଉଛି। ଦାୟିତ୍ୱରେ ଥିବା ଅଧିକାଂଶ ଅଧିକାରୀ ଓ କର୍ମଚାରୀ ଦୁର୍ନୀତିରେ ବୁଡି ରହିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଦୁର୍ବଳ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ପ୍ରଭାବଶାଳୀ ଅଧିକାରୀଙ୍କୁ ଆହୁରି ସୁରକ୍ଷା ଯୋଗାଇ ଦିଆଯାଉଛି। ଏହିସବୁ କାର୍ଯ୍ୟରେ ଜଣେ ପ୍ରଭାବଶାଳୀ ରାଜନେତା ଓ ଜିଲାସ୍ତରୀୟ ଅଧିକାରୀଙ୍କ ସମ୍ପୃକ୍ତି ଦୁର୍ନୀତିକୁ ଅଧିକ ପ୍ରୋତ୍ସାହିତ କରୁଛି। ଫଳରେ ଯାଜପୁର ଜିଲାରେ ରାଜ୍ୟ ସରକାରଙ୍କ ୫-ଟି ଆଇନ ପ୍ରହସନ ହେଉଥିବାରୁ ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି।
ଜିଲାରେ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବିରୋଧି ଦଳ ଓ ସାମାଜିକ ସଂଗଠନ କାର୍ଯ୍ୟକର୍ତ୍ତାମାନେ ବାରମ୍ବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ମାତ୍ର ଜିଲାପାଳ ତଥା ବିଭାଗୀୟ ଅଧିକାରୀମାନେ ଚିରାଚରିତ ଢଙ୍ଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ପ୍ରଶାସନ, ଅଭିଯୋଗକାରୀ ସଂଗଠନ ତଥା ରାଜନୈତିକ ନେତୃବୃନ୍ଦ ନୀରବି ଯାଉଛନ୍ତି। କୌଣସି ରାଜନୈତିକ ଦଳ ପକ୍ଷରୁ ସେଭଳି ଦୃଢ଼ଭାବେ ବିରୋଧ ହେଉ ନ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜିଲାରେ ମୋ ସରକାର ଯୋଜନା ମଧ୍ୟ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେବା ନେଇ ସଂଶୟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଜିଲାରେ କେତେଜଣ ଆଗଧାଡ଼ିର ନେତୃବର୍ଗ ଓ ପ୍ରଶାସନିକ ଅଧିକାରୀ ନାଚଗୀତକୁ ଯେତିକି ପ୍ରାଧାନ୍ୟ ଦେଉଛନ୍ତି, ବିକାଶ ପ୍ରତି ସେତିକି ଆନ୍ତରିକତା ଦେଖାଉ ନ ଥିବା ମନେହେଉଛି। ଜିଲାରେ ପ୍ରତିବର୍ଷ ମରୁଡ଼ି/ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ଜିଲା ପ୍ରଶାସନ ତରଫରୁ ଏହାର ଆଶୁ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଜିଲାର ଚାଷୀ ପ୍ରତ୍ୟେକ ବର୍ଷ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) କର୍ମଚାରୀମାନେ ଚଞ୍ଚକତା କରି ଚାଷୀଙ୍କ ନାମରେ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମେତ ଲକ୍ଷାଧିକ ଟଙ୍କା ହଡ଼ପ କରି ଚାଲିଛନ୍ତି। ମଙ୍ଗଳପୁର, ମାର୍କଣ୍ଡପୁର, ବନ୍ଦାଳୋ, ବ୍ରହ୍ମବରଦା, ରଖିଦେଈପୁର, ରସୁଲପୁର ପ୍ରଭୃତି ପ୍ୟାକ୍ସରେ ଏହାର ନଜିର ରହିଛି। କୋର ନେଟୱାର୍କ ହିସାବରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡ଼କ ସଂଯୋଗ ନ ହେବା ଜିଲା ବିକାଶର ନଗ୍ନ ନମୁନା ସାମ୍ନାକୁ ଆସିଛି। ମୂଲ୍ୟବାନ ଭୂ-ସମ୍ପଦ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଯାଜପୁର ଜିଲାର ବିକାଶ ପାଇଁ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିରେ ମହଜୁଦ ରହିଛି। ହେଲେ ଜିଲା ପ୍ରଶାସନ ଏହାର ଅଧା ଅର୍ଥ ମଧ୍ୟ ଖର୍ଚ୍ଚ କରିପାରି ନାହିଁ। ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାଳିଆ, ଆମ ଗାଁ ଆମ ବିକାଶ ଆଦି ଯୋଜନାରେ ଉପଯୁକ୍ତ ହିତାଧିକାରୀ ବଞ୍ଚିତ ହେଉଥିବାବେଳେ ଥିଲାବାଲାଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଥିବା ଦେଖିବାକୁ ମିଳିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ଠିକ୍‌ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ରସୁଲପୁର ବ୍ଲକ ଭଗୀରଥପୁର, ନଠୁଆବର, ଟିକରପଡା, ନୂଆହାଟ, ନଗୁଆଁ ପ୍ରଭୃତି ଗ୍ରାମର ଲୋକେ ତାମିଲନାଡୁ, ଗୁଜୁରାଟ ଆଦି ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ନଗଡ଼ାର ବିକାଶ ପାଇଁ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି। ତଥାପି ନଗଡ଼ାରେ ଏବେ ବି ପୁଷ୍ଟିହୀନତା ଦେଖିବାକୁ ମିଳୁଛି। ଶିଳ୍ପ ଓ ଖଣି ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ଅଭିଜ୍ଞତା ଆଳରେ ବାହାର ରାଜ୍ୟର ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏ ବିଷୟରେ ମଧ୍ୟ ପ୍ରଶାସନ କୌଣସି ସମାଧାନ କରି ପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ, ବିକ୍ଷୋଭ, ଧାରଣା ଭଳି ଅଶାନ୍ତି ଦେଖିବାକୁ ମିଳୁଛି। ଏହାବାଦ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ଆଡଭୋକେଟ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ରାଜନୈତିକ ଧୋକାବାଜି ଯୋଗୁ ଅଞ୍ଚଳର ବିକାଶ ହୋଇପାରୁ ନାହିଁ। ସେଥିପାଇଁ ଜିଲାର ଭୌଗୋଳିକ ସ୍ଥିତିରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି। ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କୁହନ୍ତି, ରାଜ୍ୟ ସରକାରଙ୍କ ମୋ ସରକାର ନୁହେଁ, ଯାଜପୁର ଜିଲାରେ ଅଫିସରଙ୍କ ସରକାର ଚାଲିଛି। କୌଣସି ବିଭାଗରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ନାହିଁ। ଏଠାରେ ସରକାରଙ୍କ ୫-ଟି ଆଇନ ପ୍ରହସନ ହୋଇଛି। ଏନେଇ ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ତେଣୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri