ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ସର୍ବେକ୍ଷଣ କାର୍ଯ୍ୟକୁ ବିରୋଧ : ମନ୍ତ୍ରଣାଳୟ, ପରିବେଶ ପ୍ରଦୂଷଣ ବୋର୍ଡର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଟକ ଅଫିସ,୨୪ା୬ : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ ନେଇ ଦୀର୍ଘଦିନରୁ ବିରୋଧ ଜାରି ରହିଆସିଛି। ଓଡ଼ିଶା ସରକାର ୨୦୦୮ ଜାନୁୟାରୀ ୧୧ରେ କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ କମ୍ପାନୀ ସହିତ ବନ୍ଦର ତିଆରି ପାଇଁ ରାଜିନାମା ସ୍ବାକ୍ଷର କରିଥିଲେ। ଏହି କାର୍ଯ୍ୟକୁ ଆଗେଇବା ପାଇଁ ୨୦୦୮ ଅକ୍ଟୋବର ୧୦ରେ ସୁବର୍ଣ୍ଣରେଖା ପୋର୍ଟ ନାମକ ଏକ କମ୍ପାନୀ ଗଠନ ହେଲା। ପ୍ରସ୍ତାବିତ ବନ୍ଦରରେ ବାର୍ଷିକ ୬୦ ନିୟୁତ ଟନ୍‌ ମାଲ ସଞ୍ଚାଳନ କରିବାର କ୍ଷମତା ଆକଳନ କରାଯାଇଛି ଏବଂ ପ୍ରକଳ୍ପ ମୂଲ୍ୟ ୨୭୪୪ କୋଟି ଧାର୍ଯ୍ୟ କରାଯାଇଛି। ଉକ୍ତ ବନ୍ଦର ପାଇଁ ୯୬୦ ଏକର ଜାଗା ଆବଶ୍ୟକ ଥିବାବେଳେ ସେଥିମଧ୍ୟରୁ ୧୫୮ ଏକର ଗୋଚର ଓ ୧୯୩ ଏକର ଭୂଦାନ କିସମର ରହିଛି। ଯାହାକି ଭୂମିହୀନଙ୍କୁ ପୂର୍ବରୁ ବଣ୍ଟନ କରାଯାଇଛି। ବନ୍ଦର ବ୍ୟତୀତ ରେଳରାସ୍ତା ପାଇଁ ୧୫୬୫ ଏକର ଜମି ଆବଶ୍ୟକ ଥିବାବେଳେ ୭୫୦ ଏକର ଜମି ବନ୍ଦର ଉନ୍ନୟନ ପାଇଁ ଆବଶ୍ୟକ ପଡ଼ିବ। ଏବେ ସର୍ବମୋଟ୍‌ ୩୨୭୫ ଏକର ଜମି ଆବଶ୍ୟକ ରହିଛି।
ସୂଚନାଯୋଗ୍ୟ, ଚଉମୁଖ ଗ୍ରାମର ଦୁଇତୃତୀୟାଂଶ ଜମି ସୁବର୍ଣ୍ଣରେଖା ନଦୀ ଗର୍ଭରେ ବିଭିନ୍ନ ସମୟରେ ବିଲୀନ ହୋଇଯାଇଛି। ନଦୀ ଅତଡା ଖାଇବା ଦ୍ୱାରା ସମୟେ ସମୟେ ଚାଷଜମିକୁ ନିଜ ଗର୍ଭକୁ ନେଇ ଯାଇଥାଏ। ଏଥିପାଇଁ ଗ୍ରାମବାସୀ ଗ୍ରାମରେ ଥିବା ଅନ୍ୟାନ୍ୟ ସରକାରୀ ଜମିରେ ଚାଷବାସ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସ୍ଥାନୀୟ ଗ୍ରାମବାସୀ ଚିଙ୍ଗୁଡି ଚାଷ, ପାନବରଜ, ସଜନାଛୁଇଁ, କାଜୁଗଛରୁ ଆଦାୟ ହେଉଥିବା ଅର୍ଥରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଚିଙ୍ଗୁଡି ଓ ପାନପତ୍ରକୁ ବାହାର ରାଜ୍ୟକୁ ରପ୍ତାନି କରି ସମସ୍ତ ଯୁବକ ରୋଜଗାରକ୍ଷମ ହୋଇପାରିଛନ୍ତି। ଚଉମୁଖ ସମୁଦ୍ରକୂଳ ନାଲିକଙ୍କଡା ଏବଂ ଅଲିଭ ରିଡ୍‌ଲେ କଇଁଛ ପାଇଁ ଖ୍ୟାତି ଅର୍ଜନ କରିଛି। ହେଲେ ପ୍ରସ୍ତାବିତ ବନ୍ଦର ସମସ୍ତ ପ୍ରକାରର ସ୍ଥାନୀୟ ଜୀବିକାକୁ ଉଜାଡିବା ସହିତ ପ୍ରାକୃତିକ ବୈଭବ ଓ ପରିବେଶକୁ ଧ୍ୱଂସ କରିବ ବୋଲି ଆଶଙ୍କା କରି ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି। ଏ ସମ୍ପର୍କରେ ଚଉମୁଖ ଗ୍ରାମବାସୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ସୁଫଳ ନ ମିଳିଲେ ଗ୍ରାମବାସୀ ନ୍ୟାୟିକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ବନ୍ଦର ପାଇଁ ୨୦୦୮ରୁ ଚୁକ୍ତି ହୋଇଥିବା ବେଳେ ୨୦୧୦ରେ ପୋଲିସ ପ୍ରଶାସନ ସହାୟତାରେ ବାହାର ଅଞ୍ଚଳ ଲୋଙ୍କକୁ ନେଇ ଜନଶୁଣାଣି ହୋଇଥିଲା। ୨୦୧୨ ମାର୍ଚ୍ଚ ୨୧ରେ ପରିବେଶ ମଞ୍ଜୁରୀ ମିଳିଥିବା ବେଳେ ୨୦୧୨ ଅକ୍ଟୋବର ୧୭ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବନ୍ଦର ସ୍ଥାପନ ପାଇଁ ଅନୁମତି ଦେଇଥିଲା। ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ରେ ବିଭିନ୍ନ ସମୟରେ ପରିବେଶ ସମ୍ପର୍କିତ ପ୍ରସଙ୍ଗକୁ ନେଇ ମାମଲା ଲଢୁଥିବା ଆଡଭୋକେଟ ଶଙ୍କର ପାଣି କୁହନ୍ତି, ପରିବେଶ ମଞ୍ଜୁରୀର ବୈଧତା ୫ବର୍ଷ ପାଇଁ ଥିଲାବେଳେ ତାହାର ଅବଧି ମାର୍ଚ୍ଚ ୨୦୧୭ରୁ ଶେଷ ହୋଇଯାଇଛି। ୧୧ ବର୍ଷ ମଧ୍ୟରେ ପ୍ରକଳ୍ପ ପାଇଁ ଇଟାଖଣ୍ଡିଏ ପକାଯାଇପାରିନାହିଁ। ୨୦୧୯ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରଠାରୁ ଉକ୍ତ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ତେଜି ଉଠିଛି। ଗତ ମାର୍ଚ୍ଚ ପରଠାରୁ ସ୍ଥାନୀୟ ଅଞ୍ଚଳରେ କମ୍ପାନୀ ଦ୍ୱାରା ମାଟି ପରୀକ୍ଷଣ ଓ ସମୁଦ୍ରରେ ସର୍ବେକ୍ଷଣ କାର୍ଯ୍ୟକୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି। ଗତ ଜୁନ୍‌ ୫ ତାରିଖ ପରିବେଶ ଦିବସରେ ସ୍ଥାନୀୟ ଅଞ୍ଚଳରେ ଅଧିବାସୀ ମିଳିତ ହୋଇ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସର୍ବେକ୍ଷଣ କାର୍ଯ୍ୟ ବିରୋଧରେ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଅନୋଜ ମହାପାତ୍ର ତାଙ୍କ ଓକିଲ ପାଣିଙ୍କ ଜରିଆରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟକୁ କାର୍ଯ୍ୟ ବନ୍ଦ ଆଦେଶ ଦେବା ପାଇଁ ନୋଟିସ ଆବେଦନ କରିବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇ ଆଇନଗତ ପଦକ୍ଷେପ ନେବା ପାଇଁ ଚେତାବନୀ ଦେଇଛନ୍ତି। ପ୍ରସ୍ତାବିତ ବନ୍ଦର ସର୍ଭେ କାର୍ଯ୍ୟକୁ ଆଡଭୋକେଟ ପାଣି ବେଆଇନ ଦର୍ଶାଇବା ସହ ପରିବେଶ ମଞ୍ଜୁରୀ ବୈଧତା ସମୟ ସରିଯାଇଛି ଥିବାରୁ ସମସ୍ତ ପ୍ରକାର ସର୍ଭେ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ସେହିପରି ପ୍ରସ୍ତାବିତ ବନ୍ଦର ପାଖାପାଖି ୧୨,୦୦୦ ପରିବାରର ଜୀବନ ଜୀବିକାକୁ ବିପନ୍ନ କରିବାସହ ସ୍ଥାନୀୟ ପରିବେଶକୁ ନଷ୍ଟ କରିବାର ଆଶଙ୍କାକୁ ଆଖିଆଗରେ ରଖି ବନ୍ଦର ପ୍ରକଳ୍ପକୁ ବାତିଲ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri