ପ୍ରସୂତିଙ୍କୁ ମିଳିଲା ବିରଳ ବମ୍ବେ ଗ୍ରୁପ୍‌ ରକ୍ତ

ଅନୁଗୋଳ ଅଫିସ, ୨୨।୧- ଅନୁଗୋଳ ବଇଣ୍ଡା ଅଞ୍ଚଳର ଜଣେ ପ୍ରସୂତି ମହିଳାଙ୍କୁ ମିଳିଛି ବିରଳ ବମ୍ବେ ଗ୍ରୁପ୍‌ ବା ‘ଓଏଚ୍‌ ପଜେଟିଭ’ (ବମ୍ବେ ଫେନୋଟାଇପ) ରକ୍ତ। ତେବେ ଏହି ରକ୍ତଦାନ ପାଇଁ ଜଣେ ବ୍ୟକ୍ତିଙ୍କୁ ରାଉରକେଲାରୁ ଟ୍ରେନ୍‌ରେ ଅନୁଗୋଳ ଆସିବାକୁ ପଡ଼ିଛି। ମଙ୍ଗଳବାର ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟରେ ବଇଣ୍ଡାର ମୋନାଲିସା ବେହେରାଙ୍କ ଚିକିତ୍ସା ଚାଲିଛି। ତାଙ୍କର ବ୍ଲଡ୍‌ ଗ୍ରୁପ୍‌ ‘ଓଏଚ ପଜିଟିଭ’ ହୋଇଥିବାରୁ ତାହା ରକ୍ତ ଭଣ୍ଡାରରେ ନ ଥିଲା। ଏହି ଗ୍ରୁପ୍‌ ଅତ୍ୟନ୍ତ ବିରଳ ଓ କୋଟିଏ ମଣିଷଙ୍କ ମଧ୍ୟରୁ ଜଣଙ୍କ ଦେହରେ ଥିବାରୁ ପରିବାର ଲୋକେ ଅଧିକ ବ୍ୟସ୍ତ ହୋଇପଡ଼ିଥିଲେ।