ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍.ଏ.)- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗଁା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ ଅଭାବରୁ ଗତ କିଛିଦିନ ହେଲା ବାହାର ରାଜ୍ୟ ତଥା କେରଳ, ତାମିଲନାଡୁ, କର୍ନାଟକ ଆଦିରୁ ଫେରିଥିବା ଲୋକଙ୍କ ସ୍ବାସ୍ଥ୍ୟପରୀକ୍ଷା ପରେ ଆଇସୋଲେଶନ ୱାର୍ଡ଼ କିମ୍ବା ହୋମ୍ କ୍ୱାରାଣ୍ଟାଇନ୍ରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ କୁହାଯାଇଥିଲା। ହେଲେ ପ୍ରଶାସନର ପରାମର୍ଶକୁ ବେଖାତିର କରି ସେମାନେ ବାହାରେ ବୁଲାବୁଲି କରୁଛନ୍ତି। ଏନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ଗୁରୁବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅନ୍ତରଙ୍ଗ ଯୁବସଂଘ ଜିଲାପାଳଙ୍କୁ ଚିଠିଲେଖି ଏନେଇ ଅବଗତ କରାଇଛି। ଯେଉଁମାନେ ଘରେ ନରହି ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳରେ ପୋଲିସ ସହାୟତା ଯୋଗାଇଦିଆଯାଉ ବୋଲି ଦାବି କରିଛନ୍ତି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟପରୀକ୍ଷା କରାଯିବା ସହ ତାଙ୍କ ଘର ସମ୍ମୁଖରେ ଏକ ଷ୍ଟିକର ଲାଗାଯାଇଛି। ଯେଉଁମାନେ ପ୍ରଶାସନର ପରାମର୍ଶ ନଶୁଣି ବାହାରେ ବୁଲୁଛନ୍ତି ସେମାନଙ୍କ ନାମ ଜିଲା ପୋଲିସଙ୍କୁ ଜଣାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଯୋଗାଯୋଗ ବେଳେ କହିଛନ୍ତି। ଏସମ୍ପର୍କରେ ଅବଗତ କରାଇଥିବା ଲୋକଙ୍କ ନାମ ଗୋପନ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲାପଳଙ୍କୁ ଅବଗତ କରାଯାଇଥିବା ଚିଠିରେ ପର୍ତ୍ତମାହା ସରପଞ୍ଚ ଫଗୁ ପ୍ରଧାନ, ୱାର୍ଡ଼ସଭ୍ୟ ପାଣୁ ସାହୁ, ଯୁବସଂଘର ସଭାପତି ବେଲାଳସେନ ନାୟକ ପ୍ରମୁଖ ଦସ୍ତଖତ କରିଛନ୍ତି।
ପ୍ରଶାସନ ନିର୍ଦ୍ଦେଶ ମାନୁନାହାନ୍ତି ରାଜ୍ୟ ବାହାରୁ ଫେରିଥିବା ଲୋକେ, ଜିଲାପାଳଙ୍କୁ ଚିଠି
Posted inHome Left, ଆମ ଜିଲା ଖବର, କନ୍ଧମାଳ View All
ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ
ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…
ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ
ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…
ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…
ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…
ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…
ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…
ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…
ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା
ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…
ପୋଲିସ ଯାଞ୍ଚ୍ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି
ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…
୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍
କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍ ‘ବି’ର ଏକ ମ୍ୟାଚ୍ରେ ଭାରତ ୧୭-୧ ଗୋଲ୍ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

