ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍.ଏ.)- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗଁା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ ଅଭାବରୁ ଗତ କିଛିଦିନ ହେଲା ବାହାର ରାଜ୍ୟ ତଥା କେରଳ, ତାମିଲନାଡୁ, କର୍ନାଟକ ଆଦିରୁ ଫେରିଥିବା ଲୋକଙ୍କ ସ୍ବାସ୍ଥ୍ୟପରୀକ୍ଷା ପରେ ଆଇସୋଲେଶନ ୱାର୍ଡ଼ କିମ୍ବା ହୋମ୍ କ୍ୱାରାଣ୍ଟାଇନ୍ରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ କୁହାଯାଇଥିଲା। ହେଲେ ପ୍ରଶାସନର ପରାମର୍ଶକୁ ବେଖାତିର କରି ସେମାନେ ବାହାରେ ବୁଲାବୁଲି କରୁଛନ୍ତି। ଏନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ଗୁରୁବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅନ୍ତରଙ୍ଗ ଯୁବସଂଘ ଜିଲାପାଳଙ୍କୁ ଚିଠିଲେଖି ଏନେଇ ଅବଗତ କରାଇଛି। ଯେଉଁମାନେ ଘରେ ନରହି ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳରେ ପୋଲିସ ସହାୟତା ଯୋଗାଇଦିଆଯାଉ ବୋଲି ଦାବି କରିଛନ୍ତି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟପରୀକ୍ଷା କରାଯିବା ସହ ତାଙ୍କ ଘର ସମ୍ମୁଖରେ ଏକ ଷ୍ଟିକର ଲାଗାଯାଇଛି। ଯେଉଁମାନେ ପ୍ରଶାସନର ପରାମର୍ଶ ନଶୁଣି ବାହାରେ ବୁଲୁଛନ୍ତି ସେମାନଙ୍କ ନାମ ଜିଲା ପୋଲିସଙ୍କୁ ଜଣାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଯୋଗାଯୋଗ ବେଳେ କହିଛନ୍ତି। ଏସମ୍ପର୍କରେ ଅବଗତ କରାଇଥିବା ଲୋକଙ୍କ ନାମ ଗୋପନ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲାପଳଙ୍କୁ ଅବଗତ କରାଯାଇଥିବା ଚିଠିରେ ପର୍ତ୍ତମାହା ସରପଞ୍ଚ ଫଗୁ ପ୍ରଧାନ, ୱାର୍ଡ଼ସଭ୍ୟ ପାଣୁ ସାହୁ, ଯୁବସଂଘର ସଭାପତି ବେଲାଳସେନ ନାୟକ ପ୍ରମୁଖ ଦସ୍ତଖତ କରିଛନ୍ତି।
ପ୍ରଶାସନ ନିର୍ଦ୍ଦେଶ ମାନୁନାହାନ୍ତି ରାଜ୍ୟ ବାହାରୁ ଫେରିଥିବା ଲୋକେ, ଜିଲାପାଳଙ୍କୁ ଚିଠି
Posted inHome Left, ଆମ ଜିଲା ଖବର, କନ୍ଧମାଳ View All
ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍କା! ନୂଆବର୍ଷରେ କମ୍ ବଢିବ ଦରମା
ନୂଆଦିଲ୍ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...
ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ…
ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...
ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା
ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...
ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…
ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...
କଟକରେ ଐତିହାସିକ ରେକର୍ଡ କଲେ ବୁମ୍ରା: ପ୍ରଥମ ଭାରତୀୟ ବୋଲର୍ ଭାବେ…
କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...
ଭାରତୀୟ ଚାଉଳ ଉପରେ ଟାରିଫ୍ ଲଗାଇବାକୁ ଟ୍ରମ୍ପ୍ଙ୍କ ଧମକ
ଓ୍ବାଶିଂଟନ୍,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଛନ୍ତି। ଭାରତ...
ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍: ଆଉ ତା’ପରେ ଘଟିଗଲା…
କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍ରେ ଭାରତ ୧୦୧ ରନ୍ରେ ଦମ୍ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...
ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା
କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍ରେ ଭାରତ ୧୦୧ ରନ୍ରେ ଦମ୍ଦାର ବିଜୟ ହାସଲ କରିଛି।...
Archives


