କୁନ୍ଦୁରା,୨୨ା୨(ଡି.ଏନ୍.ଏ.)
କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ ଶତାଧିକ ଗୃହ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ବ୍ଲକର ୧୬ଟି ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ଦ୍ୱାରା ଚୟନ ଏବଂ ଏସ୍ଇସିସି ତାଲିକାରେ ଥିବା ହିତାଧିକାରୀଙ୍କୁ ଆବାସ ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ଠିକ୍ ସମୟରେ ଟଙ୍କା ଦେଉ ନ ଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବା ଜଣାପଡ଼ିଛି। କୁନ୍ଦୁରା ବ୍ଲକ ପଖନାଗୁଡ଼ା ଗ୍ରାମର କେତେକ ହିତାଧିକାରୀ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ସେମାନଙ୍କୁ ଏଯାବତ୍ ଆବାସ ମିଳୁ ନ ଥିବା ବିଡିଓ ସ୍ନେହପ୍ରଭା ମାଝିଙ୍କୁ ଅଭିଯୋଗ କରାଯାଇଛି। ଲିମା ପଞ୍ଚାୟତ ଗୁଣ୍ଠାଗୁଡା ଗ୍ରାମର ସନସାଇ ପରଜା ୫୦୦ ଟଙ୍କା ଲାଞ୍ଚ ନ ଦେବାରୁ ୨୦୧୭ ଜୁନ୍ର ଆବାସ ଗୃହ ଏ ଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ। ତାଙ୍କୁ ଆବାସ କାର୍ଯ୍ୟାଦେଶ ମିଳିବାର କିଛି ଦିନ ପରେ ଜଣେ ସରକାରୀ କର୍ମଚାରୀ ୫ହଜାର ଟଙ୍କା ମାଗିଥିଲେ। ସନସାଇ ଦେଇ ନ ପାରିବା ଯୋଗୁ କୁନ୍ଦୁରା ବ୍ୟାଙ୍କ ସନ୍ସାଇଙ୍କ ଜମାଖାତାରେ ଥିବା ଆବାସ ବାବଦୀୟ ପ୍ରଥମ କିସ୍ତିକୁ ଅଟକାଇ ଦିଆଯାଇଥିଲା। ଏ ବିଷୟରେ ତତ୍କାଳୀନ ବିଡିଓ ବିଜୟାନନ୍ଦ ସେଠୀଙ୍କୁ ଭଲ ଭାବେ ଜଣାଥିବା ସତ୍ତ୍ୱେ ମଧ୍ୟ ଉକ୍ତ ଟଙ୍କାକୁ ସନସାଇଙ୍କୁ ଦିଆଯାଇ ନ ଥିଲା। ସେହିଭଳି ଅଗଷ୍ଟ ୨୦୧୯ରେ କୁନ୍ଦୁରା ବ୍ଲକକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୪୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୦ ଫେବୃୟାରୀ ସୁଦ୍ଧା ୬୧୫ଟି ସରିଛି। ବିଜୁ ପକ୍କାଘର ଯୋଜନାରେ ୧୦ଟି ପଞ୍ଚାୟତର ୩୪ ଜଣ ହିତାଧିକାରୀଙ୍କୁ ୨୦ ଅଗଷ୍ଟ ୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ୨୦୨୦ ଫେବୃୟାରୀ ସୁଦ୍ଧା ମାତ୍ର ୨୨ଟି ସରିଛି ା ଅନେକ ହିତାଧିକାରୀଙ୍କ ୯୫ ଦିନର ଟଙ୍କା ମଧ୍ୟ ଏମ୍ଜିଏନ୍ଆରଇଜିଏସ୍ରେ ଦିଆଯାଇ ନ ଥିବା ମିଳିତ ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲା ା ଏହି ସବୁ କାର୍ଯ୍ୟଗୁଡ଼ିକୁ କୋରାପୁଟ ପ୍ରକଳ୍ପ ନିର୍ଦ୍ଦେଶକ ବ୍ଲକସ୍ତରୀୟ ଅଧିକାରୀଙ୍କୁ ବାରମ୍ବାର ତାଗିଦ କରୁଥିବା ସତ୍ତ୍ୱେ ମଧ୍ୟ ଗରିବ ହିତାଧିକାରୀଙ୍କ କଥା ଶୁଣିବାକୁ ପ୍ରଶାସନ ନାରାଜ ା ଏହାକୁ ନେଇ ବ୍ଲକ କାର୍ଯ୍ୟରେ ଆସିଥିବା ରାଣୀଗୁଡ଼ା ସରପଞ୍ଚ ସୁଭଦ୍ରା ଭୂମିଆ ଓ ପଖନାଗୁଡ଼ା ସରପଞ୍ଚ କହିଛନ୍ତି ଯେ, ଗ୍ରାମପଞ୍ଚାୟତସ୍ତରରୁ ଗରିବ ହିତାଧିକାରୀଙ୍କ ଆବାସ ଆବେଦନ ପାଖପାଖି ୫ଶହଟି ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଅର୍ଦ୍ଧାଧିକ କୁଆଡ଼େ ଗାଏବ ହୋଇଯାଇଥିବା ଜଣାପଡ଼ିଛି।
ସାଇନ୍ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା
କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…
କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...
ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ
ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...
ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି
ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...
୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…
କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...
ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ
ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...
ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ
କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...
Archives


