ପ୍ରଶାସନର ମୁଣ୍ଡବ୍ୟଥା ସାଜିଛି ହଳଦିଆପଦର ବସ୍‌ଷ୍ଟାଣ୍ଡ

ବ୍ରହ୍ମପୁର ଅଫିସ,୧୭ା୭-ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ସିଟି ବସ୍‌ ଟର୍ମିନାଲ ଉଦ୍‌ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି। ତଥାପି ଏହାକୁ କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ଅସଫଳ ହୋଇଛି। ଏବେ ଏହି ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପ୍ରଶାସନ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ଏନେଇ ବସ୍‌ମାଲିକ ସଂଘ, ବିଡିଏ, ଜିଲା ପ୍ରଶାସନ ପକ୍ଷରୁ ମିଳିତ ବୈଠକ ହୋଇଥିଲେ ମଧ୍ୟ ବିଫଳ ହୋଇଛି। ମଙ୍ଗଳବାର ପୁଣି ବିଡିଏ, ଜିଲା ପ୍ରଶାସନ ଓ ବସ୍‌ମାଲିକ ସଂଘ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ପ୍ରଥମ ପର୍ଯ୍ୟାୟରେ ଅନ୍ତଃରାଜ୍ୟ ବସ୍‌, ଓଏସ୍‌ଆରଟିସି ବସ୍‌ଗୁଡିକର ରୁଟ୍‌ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର ଏବଂ ବ୍ରହ୍ମପୁର ଦେଇ ବିଭିନ୍ନ ଜିଲାରୁ ଯାତାୟାତ କରୁଥିବା ଉଭୟ ଘରୋଇ ଓ ଓଏସ୍‌ଆରଟିସି ବସ୍‌ଗୁଡିକ ହଳଦିଆପଦର ଷ୍ଟାଣ୍ଡରୁ ଯାତାୟାତ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାସକ ମଧ୍ୟରେ ଏହି ବସ୍‌ ହଳଦିଆ ପଦର ଷ୍ଟାଣ୍ଡରୁ ପରୀକ୍ଷାମୂଳକ ଭାବେ ଚଳାଚଳ କରିବାକୁ ନେଇ ସୂଚାଯାଇଛି।
ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପକ୍ଷରୁ ହୋଇଥିବା ସମସ୍ତ ବୈଠକ ସଫଳ ହୋଇପାରି ନ ଥିବା ବେଳେ ମଙ୍ଗଳବାର ବିଡିଏ ସମ୍ମିଳନୀ କକ୍ଷରେ ପୁଣି ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ନେଇ ରହିଥିବା ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସହର ମଧ୍ୟ ଦେଇ ହଜାର ହଜାର ବସ୍‌ ଯାତାୟାତ କରୁଛି। ହଳଦିଆପଦରକୁ ଏତେ ସଖ୍ୟକ ଘରୋଇ ବସ୍‌ଗୁଡିକ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ହୋଇଥିବା ରୁଟ ଚାଟ ଯଥେଷ୍ଟ ନ ଥିବା ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା। ବିନା ଅଣ୍ଡରପାସ୍‌ରେ ଘରୋଇ ବସ୍‌ଗୁଡିକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତର କରାଗଲେ ଦୁର୍ଘଟଣା ଓ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟିର ସମ୍ଭାବନା ଥିବା ମାଲିକମାନେ କହିଥିଲେ। ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବା ନେଇ ପ୍ରଥମ ପର୍ଯ୍ୟାୟରେ କେବଳ ସରକାରୀ ତଥା ଓଏସ୍‌ଆରଟିସି ବସ୍‌ଗୁଡିକୁ ହଳଦିଆପଦର ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବା ନେଇ ଜିଲାପାଳ ସୂଚାଇଥିଲେ। ଆସନ୍ତା ଏକମାସ ମଧ୍ୟରେ ସହର ମଧ୍ୟ ଦେଇ କିମ୍ବା ବାହାରକୁ ଯାତାୟାତ କରୁଥିବା ସମସ୍ତ ଘରୋଇ ବସ୍‌ ଓ ଓଏସ୍‌ଆରଟିସି ବସକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତର କରାଯିବ। ଉକ୍ତ ବସ୍‌ଗୁଡିକ ଟାଉନ ମଧ୍ୟରେ ପ୍ରବେଶ ନ କରି ସିଧା ହଳଦିଆପଦର ଷ୍ଟାଣ୍ଡକୁ ଯିବେ। ଅନ୍ୟସମସ୍ତ ଆନ୍ତଜିଲା ଅର୍ଥାତ ଆଞ୍ଚଳିକ ଘରୋଇ ବସ୍‌ ପୁରୁଣା ସିଟି ବସ୍‌ଷ୍ଟାଣ୍ଡ ଓ ସହର ମଧ୍ୟଦେଇ ଯାତାୟାତ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଘରୋଇ ବସ୍‌ଗୁଡିକୁ ହଳଦିଆପଦର ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବାକୁ ନେଇ ବିଚାର କରାଯିବ ବୋଲି ଜିଲାପାଳ ସୂଚାଇଥିଲେ। ଏଥିସହ ରାତିରେ ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ବସ୍‌ଟର୍ମିନାଲରୁ ଦୁଇଟି ସ୍ବତନ୍ତ୍ର ସେଟେଲ ବସ୍‌ ଯାତାୟାତ କରିବ। ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏହି ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସୂଚାଇଥିଲେ।
ଅନ୍ୟପକ୍ଷରେ ସହର ମଧ୍ୟରେ ଚଳାଚଳ କରୁଥିବା ଘରୋଇ ବସ୍‌ ଏଣିକି ମନଇଚ୍ଛା ରହଣି ତଥା ରସ୍ତା ପାର୍ଶ୍ୱରେ ପାର୍କିଂ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରିତ ସ୍ବତନ୍ତ୍ର ବସ୍‌ରହଣୀସ୍ଥଳ ବ୍ୟତୀତ ଅନ୍ୟସ୍ଥାନରେ ରହଣୀ କଲେ ଜରିମାନା ଦେବାକୁ ପଡିବ ବୋଲି ବିଏମ୍‌ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର କହିଥିଲେ। ସେହିପରି ବିଏମ୍‌ସି ପକ୍ଷରୁ ପ୍ରଦତ୍ତ ସ୍ଥାନରେ ହିଁ ବସ୍‌ ପାର୍କିଂ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ଲାଗୁହେବାକୁ ଥିବା ନୂତନ ଟ୍ରାଫିକ ବ୍ୟବସ୍ଥା ଅନୁସାରେ ମାଲିକ ମାନେ ସଜାଗ ହେବାକୁ କମିଶନର ପରାମର୍ଶ ଦେଇଥିଲେ। ବୈଠକରେ ବିଏମ୍‌ସି କମିଶନର ରାଠୋରଙ୍କ ସମେତ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଉପଜିଲାପାଳ ଦିଗନ୍ତ ରାଉତରାୟ, ବିଡିଏ ସଚିବ ସମ୍ବିତ ରାଉତ, ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଜାତୀୟ ରାଜପଥ ଅଥରିଟି ଅଫ ଇଣ୍ଡିଆ ପ୍ରକଳ୍ପ ନିର୍ଦ୍ଦେଶକ ପି. ବିଜୟ କୁମାର, ଟ୍ରାଫିକ ଡିଏସ୍‌ପି ରାମକୃଷ୍ଣ ପତି, ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ଆରଏଣ୍ଡବି ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri