Posted inଜାତୀୟ

ପ୍ରଲୋଭନ ନଚେତ୍‌ ଜେଲ ଭୟ

କୋଲକାତା,୨୨ା୭(ପି.ଟି.): ଭାଜପା କର୍ନାଟକ ସୂତ୍ର ପ୍ରୟୋଗ କରି ପଶ୍ଚିମବଙ୍ଗରେ ମଧ୍ୟ ସମାନ ଶୈଳୀରେ ଘୋଡ଼ାବେପାର ଉଦ୍ୟମ ଚଳାଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକମାନଙ୍କୁ ଅର୍ଥ ଓ ଅନ୍ୟ ପ୍ରଲୋଭନ ଦେଖାଇ କିଣିବାକୁ ଉଦ୍ୟମ ଚଳାଇଛି। ଯେଉଁ ବିଧାୟକମାନେ ଭାଜପାରେ ଯୋଗଦେବାକୁ ମଙ୍ଗୁନାହାନ୍ତି, ସେମାନଙ୍କୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଜରିଆରେ ବ୍ଲାକ୍‌ମେଲିଂ କରାଯାଉଛି। ଟିଏମ୍‌ସି ନେତା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫସାଇ ଜେଲ୍‌ରେ ପୂରାଇବାକୁ ଧମକ ଦିଆଯାଉଛି ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।
ଶହୀଦ ଦିବସ ପାଳନ ଅବସରରେ ଟିଏମ୍‌ସି ସୁପ୍ରିମୋ ମମତା ଭାଜପା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କ୍ଷମତା ଅକ୍ତିଆର ପାଇଁ ଗୈରିକ ଦଳ ସବୁଠି ଘୋଡ଼ାବେପାର କରୁଛି। କର୍ନାଟକର ଘୋଡ଼ାବେପାର ମଡେଲ ପଶ୍ଚିମବଙ୍ଗରେ ମଧ୍ୟ ଆପଣେଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଟିଏମ୍‌ସି ନେତାମାନଙ୍କୁ ସମନ କରୁଛନ୍ତି। ଭାଜପାରେ ମିଶ, ନଚେତ ଜେଲ୍‌ ଯାଅ ବୋଲି ତଦନ୍ତକାରୀ ଅଧିକାରୀମାନେ ଭୟ ଦେଖାଉଛନ୍ତି। ଭାଜପା ପକ୍ଷରୁ ଟିଏମ୍‌ସି ବିଧାୟକମାନଙ୍କୁ ଜଣପିଛା ୨ କୋଟି ଟଙ୍କା ଓ ଗୋଟିଏ ଲେଖାଏ ପେଟ୍ରୋଲ ପମ୍ପ୍‌ର ପ୍ରଲୋଭନ ଦେଖାଯାଉଛି। ଗ୍ରାମସଭା ସ୍ତରରେ ୨୦ ଲକ୍ଷ ଟଙ୍କାର ଲୋଭ ଦେଖାଯାଉଛି। କର୍ନାଟକ ଭଳି ସବୁଠି ଘୋଡ଼ାବେପାର କରି କ୍ଷମତା ହାସଲର ଉଦ୍ୟମ ଚାଲିଛି। ଭାଜପା ସବୁକିଛି କିଣିପାରିବ ବୋଲି ମନେକରୁଛି। ଗରିବଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଏଲ୍‌ପିଜି ସଂଯୋଗ ଦେବାବେଳେ ଭାଜପା ନେତାମାନେ ବିପୁଳ କମିଶନ ଖାଇଛନ୍ତି। ଭାଜପା ଯେତିକି କଳାଧନ ହଡ଼ପ କରିଛି ତାହା ଫେରସ୍ତ କରିବା ଦାବିରେ ଟିଏମ୍‌ସି ପକ୍ଷରୁ ଆସନ୍ତା ୨୬ ତାରିଖରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମମତା ଚେତାବନୀ ଦେଇଛନ୍ତି। ତେବେ ଘଣ୍ଟାଏ ଧରି ଦେଇଥିବା ଭାଷଣରେ ମମତା କୌଣସି ଭାଜପା ନେତାଙ୍କ ନାମ ଧରି ନ ଥିଲେ। ଭାଜପା ଇଭିଏମ୍‌ ଜାଲିଆତି କରି ୨୦୧୯ ସାଧାରଣ ନିର୍ବାଚନ ଜିତିଛି। ଏହି ନିର୍ବାଚନ ଇତିହାସ ନୁହେଁ, ବରଂ ଏକ ରହସ୍ୟ। ନିର୍ବାଚନ କମିଶନ (ଇସି) ଇଭିଏମ୍‌ ବଦଳରେ ବାଲଟ୍‌ ପେପର ଜରିଆରେ ନିର୍ବାଚନ କରାନ୍ତୁ। କେନ୍ଦ୍ରରେ ଭାଜପା ସରକାର ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ତିଷ୍ଠିପାରିବ ନାହିଁ। ସୁରୁଖୁରୁରେ ପାର୍ଲାମେଣ୍ଟ ଚାଲିବା କ୍ଷମତାସୀନ ଦଳର ନୁହେଁ, ବରଂ ବିରୋଧୀ ଦଳଗୁଡ଼ିକର ଶ୍ରେୟ। ଲୋକ ସଭାର ୪୨ ଆସନରୁ ମାତ୍ର ୧୮ଟି ଦଖଲ କରି ଭାଜପା ଏପରି ବ୍ୟବହାର କରୁଛି ଯେମିତିକି ଏହି ଦଳ ସମଗ୍ର ପଶ୍ଚିମବଙ୍ଗକୁ ଜିତିଯାଇଛି। ସିପିଆଇଏମ୍‌ ଏବଂ କଂଗ୍ରେସର ପ୍ରତ୍ୟାଖ୍ୟାତ ନେତା ଓ ଗୁଣ୍ଡାଙ୍କୁ ନେଇ ଚଳୁଥିବା ଭାଜପା ଏକ ପରଜୀବୀ ବୋଲି ମମତା କଡ଼ା ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ୧୯୯୩ ଜୁଲାଇ ୨୧ରେ ବାମ ସାମ୍ମୁଖ୍ୟ ସରକାର ବିରୋଧରେ ବିକ୍ଷୋଭ କରୁଥିବାବେଳେ ପୋଲିସ ଗୁଳିରେ ଯୁବକଂଗ୍ରେସର ୧୩ କର୍ମୀ ପ୍ରାଣ ହରାଇଥିଲେ। ମମତା ସେତେବେଳେ ଯୁବକଂଗ୍ରେସ ନେତା ଥିବାରୁ ଟିଏମ୍‌ସି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଲୋକେ ଯେପରି ଯୋଗଦେଇ ନ ପାରିବେ ସେଥିଲାଗି ରେଲଓ୍ବେ ପକ୍ଷରୁ ଅନେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିଦିଆଯାଇଛି ବୋଲି ମମତା ସମାଲୋଚନା କରିଛନ୍ତି। ଲୋକ ସଭା ନିର୍ବାଚନ ପରେ ଏହା ହେଉଛି ମମତାଙ୍କ ପ୍ରଥମ ବଡ଼ଧରଣର ରାଲି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri