ପ୍ରଲୋଭନରେ ଅନୁବାଦ କରେନାହିଁ

ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ବେଶ୍‌ ଅଧିକ। କ୍ଲାସିକ୍‌ ସାହିତ୍ୟରୁ ଆରମ୍ଭକରି ସମକାଳୀନ ସାହିତ୍ୟ ପର୍ଯ୍ୟନ୍ତ, ସବୁ ସମୟର ଏବଂ ସବୁ ପିଢିର ସାହିତି୍ୟକଙ୍କ ସହ ସେ ପରିଚିତ। ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖାଗୁଡ଼ିକୁ ଅନୁବାଦ ମାଧ୍ୟମରେ ଭାରତୀୟ ସାହିତ୍ୟରେ ପହଞ୍ଚାଇଥିବା ଏହି ଲୋକପ୍ରିୟ ଅନୁବାଦକ ହେଲେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ। କେବଳ ଓଡ଼ିଆକୁ ହିନ୍ଦୀରେ ନୁହେଁ, ହିନ୍ଦୀ ସାହିତ୍ୟର ଅନେକ ବଛା ବଛା ସାହିତ୍ୟ ସୃଷ୍ଟିକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ବ୍ୟାପକ କରିଛନ୍ତି ପଟ୍ଟନାୟକ। ନିକଟରେ ତାଙ୍କ ଦ୍ୱାରା ଅନୂଦିତ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ପାଇଁ ସେ ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାକୁ ମନୋନୀତ ହେବା ଅବସରରେ ତାଙ୍କ ସହ ଅନ୍ତରଙ୍ଗ ଆଳାପ।

କେବେ ଭାବିଥିଲେ ଏଥର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ?
*ମୁଁ ବିଲ୍‌କୁଲ ଏ ବିଷୟରେ ଜାଣି ନଥିଲି। କିଛି ବନ୍ଧୁ ଫୋନ୍‌ ଯୋଗେ କହିବା ପରେ ମୋ ବହି ଏକାଡେମୀ ଦ୍ୱାରା ପୁରସ୍କୃତ ହେବାକୁ ମନୋନୀତ ହୋଇଥିବା ଜାଣିଲି। ଆଗରୁ ହିନ୍ଦୀ ସାହିତ୍ୟ ଜଗତରୁ ଅନେକ ପୁରସ୍କାର ପାଇଛି। ହେଲେ ଓଡ଼ିଆ ପାଇଁ କେବେ ପରିଚୟ ମିଳି ନ ଥିଲା। ୧୧ରୁ ଊର୍ଦ୍ଧ୍ୱ ପୁରସ୍କାର ପାଇଥିଲେ ବି ସାହିତ୍ୟ ଏକାଡେମୀ ସମକକ୍ଷ କେହି ନୁହନ୍ତି।
ପୁରସ୍କାରର ଶ୍ରେୟ କାହାକୁ ଦେବେ?
*ବିଚାରକ ମଣ୍ଡଳୀ, ବୁଦ୍ଧିଜୀବୀ, ଆଲୋଚକ ଏବଂ ମୋ ପାଠକମାନଙ୍କୁ ଶ୍ରେୟ ଦେବି। ଓଡ଼ିଶାରେ ପୁରସ୍କାରକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଏ। ହେଲେ ସାହିତ୍ୟ ଏକାଡେମୀ ପୁରସ୍କାରକୁ ନେଇ କେବେ ବିବାଦ ହୁଏନାହିଁ। ବଛା ବଛା ଜ୍ଞାନୀଗୁଣୀ ଲୋକ ଏକାଡେମୀ ସହ ଜଡ଼ିତ ଥାନ୍ତି। ସେମାନଙ୍କ ବିଚାରରେ କେବେ ଭୁଲ୍‌ ହେବନି ବୋଲି ମୋର ଧାରଣା ଥିଲା। ହେଲେ ମୁଁ ପାଇବି ବୋଲି କେବେ ଆଶା କରିନଥିଲି। ଏହି ପୁରସ୍କାର ମୋ ପାଇଁ ପ୍ରେରଣା ଓ ସ୍ବୀକୃତି ବୋଲି ଅନୁଭବ କରୁଛି।
ଅନୁବାଦ କରିବା ସମୟରେ କାହାକୁ ନଜରରେ ରଖି ପୁସ୍ତକ ଚୟନ କରନ୍ତି?
*ମୁଁ ହିନ୍ଦୀ ସାହିତ୍ୟର ଛାତ୍ର। ଓଡ଼ିଆ ପିଲା ବୋଲି ମୋର ଦାୟିତ୍ୱ ଭାବି ମୁଁ ଓଡ଼ିଆରେ ଲେଖାଲେଖି କରେ। ଆମର କିଛି ଶ୍ରେଷ୍ଠ ସାହିତ୍ୟ ହିନ୍ଦୀକୁ ଯାଉ ଏବଂ ହିନ୍ଦୀର କିଛି ଭଲ ସାହିତ୍ୟ ଆମ ପାଖକୁ ଆସୁ, ଏହା ଭାବି ମୁଁ ପୁସ୍ତକ ଚୟନ କରେ। କାହା କହିବାରେ କିମ୍ବା ପ୍ରଲୋଭନରେ ପଡ଼ି କେବେ ମୁଁ ଅନୁବାଦ କରେନାହିଁ। ଯେଉଁ ସାହିତି୍ୟକଙ୍କ ଉତ୍କୃଷ୍ଟ ଲେଖା ବାହାରକୁ ଗଲେ ଓଡ଼ିଆ ସାହିତ୍ୟର ଟେକ ଆହୁରି ବଢିବ ତାହାକୁ ପ୍ରାଥମିକତା ଦିଏ।
‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ବିଷୟରେ କ’ଣ କହିବେ?
*‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ରେ ମୋଟି ୨୫ଟି ଭିନ୍ନସ୍ବାଦର ଶ୍ରେଷ୍ଠ ହିନ୍ଦୀ ଗଳ୍ପ ରହିଛି। ପ୍ରତିନିଧିମୂଳକ କାହାଣୀକାରମାନଙ୍କ ଲେଖାକୁ ନେଇଛି। ପ୍ରେମଚାନ୍ଦଙ୍କ ଠାରୁ ଆରମ୍ଭକରି ଭୀଷ୍ମ ସାହାଣୀ ଏବଂ ଉଷା ପ୍ରିୟମ୍ବଦାଙ୍କ ପର୍ଯ୍ୟନ୍ତ, ପ୍ରତି ସ୍ତରର ଓ ପ୍ରତି ପିଢିର ଜଣେ ଜଣେ ପ୍ରତିନିଧିମୂଳକ ସାହିତି୍ୟକଙ୍କ ଶ୍ରେଷ୍ଠ ରଚନା ଏହି ପୁସ୍ତକରେ ରହିଛି। ଏହି ପୁସ୍ତକ ମାଧ୍ୟମରେ ଓଡ଼ିଆ ପାଠକମାନଙ୍କୁ ହିନ୍ଦୀ କାହାଣୀ ଜଗତର ଏକ ସ୍ପଷ୍ଟ ଚିତ୍ର ମିଳିଛି।
ଆଗକୁ ଆଉ କ’ଣ କରିବାକୁ ଯୋଜନା ଅଛି?
*ବହୁତ କିଛି କରିବା ବାକି ଅଛି। ‘ଓଡ଼ିଆ ସାହିତ୍ୟର ଇତିହାସ’କୁ ହିନ୍ଦୀରେ କରିବା ଏବେ ମୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ୪୦୦ ପୃଷ୍ଠାର କାମ ସରିଛି। ଆଗାମୀ ବର୍ଷେ ଭିତରେ ଏହାକୁ ସାରିବି ବୋଲି ଭାବିଛି। ଏହାପରେ ଏକ ତାମିଲ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛି। କିଛିଦିନ ତଳେ ‘ଓଡ଼ିଆର ହାସ୍ୟ ଗଳ୍ପ ସଂକଳନ’ରୁ ‘ଓଡ଼ିଆ କୀ ହାସ୍ୟ କହାନିୟାଁ’ ଅନୁବାଦ କରିଥିଲି। ତାହା ଖୁବ୍‌ଶୀଘ୍ର ପ୍ରକାଶିତ ହେବ। ଏହାବ୍ୟତୀତ ସାଧାରଣ ପାଠକଭାବେ ଯାହା ଭଲଲାଗିବ ତାହାକୁ ଅନୁବାଦ କରିବି।
ବର୍ତ୍ତମାନ ସମୟରେ ଓଡ଼ିଆ ସାହିତ୍ୟରେ ଅନୁବାଦ କମି କମି ଯାଉଛି କି? ଯୁବ ସାହିତି୍ୟକମାନେ ଅନୁବାଦ ପାଇଁ ଆଗ୍ରହ ଦେଖାଉନାହାନ୍ତି। ସେ ନେଇ କ’ଣ କହିବେ?
*ଅନୁବାଦ କରିବା ପାଇଁ ଉଭୟ ଭାଷାରେ ଜ୍ଞାନ ଆବଶ୍ୟକ ହେଉଥିବାରୁ ଅନେକ ଆଗ୍ରହ ଦେଖାଉନାହାନ୍ତି। ଅନୁବାଦର ଦକ୍ଷତା ବହୁତ କମ୍‌ ଲୋକଙ୍କ ପାଖରେ ଅଛି। ଯେଉଁମାନେ ବି ଅନୁବାଦ କରୁଛନ୍ତି ସେମାନେ ଖୁବ୍‌ ଭଲ ଅନୁବାଦ କରୁଛନ୍ତି। ହେଲେ ସେମାନଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। ଓଡ଼ିଶାରେ ଏକ ‘ଅନୁବାଦ ପରିଷଦ’ ଗଠନ କରିବାକୁ କିଛିଦିନ ତଳେ ମୁଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲି। ହେଲେ ତାହା ଆଗେଇ ପାରିଲାନି। ନିଜ ସ୍ବାର୍ଥ ଦୃଷ୍ଟିରୁ ଅନୁବାଦ କରୁଥିବା ଅନୁବାଦକମାନଙ୍କ ଲେଖାରେ ଅନେକ ସମୟରେ ଭୁଲ୍‌ ପରିଲକ୍ଷିତ ହୁଏ। ଫଳରେ ବାହାରେ ଆମ ସାହିତ୍ୟର ଏକ ଖରାପ ଚିତ୍ର ଉପସ୍ଥାପିତ ହୁଏ। ତାକୁ ସମୀକ୍ଷା କରିବା ପାଇଁ ଏକ ପରିଷଦ ରହିବା ନିତାନ୍ତ ଆବଶ୍ୟକ।
ଅନୁବାଦକୁ ପ୍ରୋତ୍ସାହନ ଦେବାକୁ ସରକାରୀ ସ୍ତରରେ କି ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଭାବୁଛନ୍ତି?
*ଆଜିପର୍ଯ୍ୟନ୍ତ ବି ଅନୁବାଦ ପାଇଁ କେଉଁଠାରେ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ନାହିଁ। ଶବ୍ଦକୋଷ, ଭାଷାକୋଷର ଅଭାବ ରହିଛି। ଏଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ଅଧ୍ୟୟନ ନାମରେ ଏକ ବିଭାଗ ଖୋଲିବାକୁ ମୁଁ ସରକାରଙ୍କୁ ପରାମର୍ଶ ଦେଇଥିଲି। ଏହା ହେଲେ ଅନୁବାଦକମାନଙ୍କୁ ଏକ ନୂଆ ଦିଶା ମିଳିପାରନ୍ତା।
ନୂଆପିଢିର ସାହିତି୍ୟକଙ୍କୁ କ’ଣ କହିବେ?
*ପରିଶ୍ରମ କରନ୍ତୁ, ଯାହାକି ନୂଆ ପିଢିର ସାହିତି୍ୟକଙ୍କ ମଧ୍ୟରେ ଏହା ବହୁତ କମ୍‌ ଦେଖିବାକୁ ମିଳେ। ଯେତେ ପଢିପାରିବ ସେତେ ପଢ। ପୁରସ୍କାରକୁ ନେଇ କେବେ ଅହଂକାର କରିବା ଉଚିତ୍‌ ନୁହେଁ। ଅଂହକାର ଆସିଲେ ସାହିତ୍ୟ ଓ ତା’ର ପରିସୀମା ଏହିଠାରେ ହିଁ ସରିଯିବ। ନିରହଂକାର ହୋଇ ଉଭୟ ଭାଷା, ସାହିତ୍ୟର ସ୍ବାର୍ଥକୁ ଜଗି ସାହିତ୍ୟ ରଚନା କର। ମୋ ଶିଷ୍ୟମାନଙ୍କୁ ମଧ୍ୟ ମୁଁ ଏହି କଥା କୁହେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri