ପ୍ରଲୋଭନରେ ଅନୁବାଦ କରେନାହିଁ

ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ବେଶ୍‌ ଅଧିକ। କ୍ଲାସିକ୍‌ ସାହିତ୍ୟରୁ ଆରମ୍ଭକରି ସମକାଳୀନ ସାହିତ୍ୟ ପର୍ଯ୍ୟନ୍ତ, ସବୁ ସମୟର ଏବଂ ସବୁ ପିଢିର ସାହିତି୍ୟକଙ୍କ ସହ ସେ ପରିଚିତ। ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖାଗୁଡ଼ିକୁ ଅନୁବାଦ ମାଧ୍ୟମରେ ଭାରତୀୟ ସାହିତ୍ୟରେ ପହଞ୍ଚାଇଥିବା ଏହି ଲୋକପ୍ରିୟ ଅନୁବାଦକ ହେଲେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ। କେବଳ ଓଡ଼ିଆକୁ ହିନ୍ଦୀରେ ନୁହେଁ, ହିନ୍ଦୀ ସାହିତ୍ୟର ଅନେକ ବଛା ବଛା ସାହିତ୍ୟ ସୃଷ୍ଟିକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ବ୍ୟାପକ କରିଛନ୍ତି ପଟ୍ଟନାୟକ। ନିକଟରେ ତାଙ୍କ ଦ୍ୱାରା ଅନୂଦିତ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ପାଇଁ ସେ ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାକୁ ମନୋନୀତ ହେବା ଅବସରରେ ତାଙ୍କ ସହ ଅନ୍ତରଙ୍ଗ ଆଳାପ।

କେବେ ଭାବିଥିଲେ ଏଥର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ?
*ମୁଁ ବିଲ୍‌କୁଲ ଏ ବିଷୟରେ ଜାଣି ନଥିଲି। କିଛି ବନ୍ଧୁ ଫୋନ୍‌ ଯୋଗେ କହିବା ପରେ ମୋ ବହି ଏକାଡେମୀ ଦ୍ୱାରା ପୁରସ୍କୃତ ହେବାକୁ ମନୋନୀତ ହୋଇଥିବା ଜାଣିଲି। ଆଗରୁ ହିନ୍ଦୀ ସାହିତ୍ୟ ଜଗତରୁ ଅନେକ ପୁରସ୍କାର ପାଇଛି। ହେଲେ ଓଡ଼ିଆ ପାଇଁ କେବେ ପରିଚୟ ମିଳି ନ ଥିଲା। ୧୧ରୁ ଊର୍ଦ୍ଧ୍ୱ ପୁରସ୍କାର ପାଇଥିଲେ ବି ସାହିତ୍ୟ ଏକାଡେମୀ ସମକକ୍ଷ କେହି ନୁହନ୍ତି।
ପୁରସ୍କାରର ଶ୍ରେୟ କାହାକୁ ଦେବେ?
*ବିଚାରକ ମଣ୍ଡଳୀ, ବୁଦ୍ଧିଜୀବୀ, ଆଲୋଚକ ଏବଂ ମୋ ପାଠକମାନଙ୍କୁ ଶ୍ରେୟ ଦେବି। ଓଡ଼ିଶାରେ ପୁରସ୍କାରକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଏ। ହେଲେ ସାହିତ୍ୟ ଏକାଡେମୀ ପୁରସ୍କାରକୁ ନେଇ କେବେ ବିବାଦ ହୁଏନାହିଁ। ବଛା ବଛା ଜ୍ଞାନୀଗୁଣୀ ଲୋକ ଏକାଡେମୀ ସହ ଜଡ଼ିତ ଥାନ୍ତି। ସେମାନଙ୍କ ବିଚାରରେ କେବେ ଭୁଲ୍‌ ହେବନି ବୋଲି ମୋର ଧାରଣା ଥିଲା। ହେଲେ ମୁଁ ପାଇବି ବୋଲି କେବେ ଆଶା କରିନଥିଲି। ଏହି ପୁରସ୍କାର ମୋ ପାଇଁ ପ୍ରେରଣା ଓ ସ୍ବୀକୃତି ବୋଲି ଅନୁଭବ କରୁଛି।
ଅନୁବାଦ କରିବା ସମୟରେ କାହାକୁ ନଜରରେ ରଖି ପୁସ୍ତକ ଚୟନ କରନ୍ତି?
*ମୁଁ ହିନ୍ଦୀ ସାହିତ୍ୟର ଛାତ୍ର। ଓଡ଼ିଆ ପିଲା ବୋଲି ମୋର ଦାୟିତ୍ୱ ଭାବି ମୁଁ ଓଡ଼ିଆରେ ଲେଖାଲେଖି କରେ। ଆମର କିଛି ଶ୍ରେଷ୍ଠ ସାହିତ୍ୟ ହିନ୍ଦୀକୁ ଯାଉ ଏବଂ ହିନ୍ଦୀର କିଛି ଭଲ ସାହିତ୍ୟ ଆମ ପାଖକୁ ଆସୁ, ଏହା ଭାବି ମୁଁ ପୁସ୍ତକ ଚୟନ କରେ। କାହା କହିବାରେ କିମ୍ବା ପ୍ରଲୋଭନରେ ପଡ଼ି କେବେ ମୁଁ ଅନୁବାଦ କରେନାହିଁ। ଯେଉଁ ସାହିତି୍ୟକଙ୍କ ଉତ୍କୃଷ୍ଟ ଲେଖା ବାହାରକୁ ଗଲେ ଓଡ଼ିଆ ସାହିତ୍ୟର ଟେକ ଆହୁରି ବଢିବ ତାହାକୁ ପ୍ରାଥମିକତା ଦିଏ।
‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ବିଷୟରେ କ’ଣ କହିବେ?
*‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ରେ ମୋଟି ୨୫ଟି ଭିନ୍ନସ୍ବାଦର ଶ୍ରେଷ୍ଠ ହିନ୍ଦୀ ଗଳ୍ପ ରହିଛି। ପ୍ରତିନିଧିମୂଳକ କାହାଣୀକାରମାନଙ୍କ ଲେଖାକୁ ନେଇଛି। ପ୍ରେମଚାନ୍ଦଙ୍କ ଠାରୁ ଆରମ୍ଭକରି ଭୀଷ୍ମ ସାହାଣୀ ଏବଂ ଉଷା ପ୍ରିୟମ୍ବଦାଙ୍କ ପର୍ଯ୍ୟନ୍ତ, ପ୍ରତି ସ୍ତରର ଓ ପ୍ରତି ପିଢିର ଜଣେ ଜଣେ ପ୍ରତିନିଧିମୂଳକ ସାହିତି୍ୟକଙ୍କ ଶ୍ରେଷ୍ଠ ରଚନା ଏହି ପୁସ୍ତକରେ ରହିଛି। ଏହି ପୁସ୍ତକ ମାଧ୍ୟମରେ ଓଡ଼ିଆ ପାଠକମାନଙ୍କୁ ହିନ୍ଦୀ କାହାଣୀ ଜଗତର ଏକ ସ୍ପଷ୍ଟ ଚିତ୍ର ମିଳିଛି।
ଆଗକୁ ଆଉ କ’ଣ କରିବାକୁ ଯୋଜନା ଅଛି?
*ବହୁତ କିଛି କରିବା ବାକି ଅଛି। ‘ଓଡ଼ିଆ ସାହିତ୍ୟର ଇତିହାସ’କୁ ହିନ୍ଦୀରେ କରିବା ଏବେ ମୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ୪୦୦ ପୃଷ୍ଠାର କାମ ସରିଛି। ଆଗାମୀ ବର୍ଷେ ଭିତରେ ଏହାକୁ ସାରିବି ବୋଲି ଭାବିଛି। ଏହାପରେ ଏକ ତାମିଲ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛି। କିଛିଦିନ ତଳେ ‘ଓଡ଼ିଆର ହାସ୍ୟ ଗଳ୍ପ ସଂକଳନ’ରୁ ‘ଓଡ଼ିଆ କୀ ହାସ୍ୟ କହାନିୟାଁ’ ଅନୁବାଦ କରିଥିଲି। ତାହା ଖୁବ୍‌ଶୀଘ୍ର ପ୍ରକାଶିତ ହେବ। ଏହାବ୍ୟତୀତ ସାଧାରଣ ପାଠକଭାବେ ଯାହା ଭଲଲାଗିବ ତାହାକୁ ଅନୁବାଦ କରିବି।
ବର୍ତ୍ତମାନ ସମୟରେ ଓଡ଼ିଆ ସାହିତ୍ୟରେ ଅନୁବାଦ କମି କମି ଯାଉଛି କି? ଯୁବ ସାହିତି୍ୟକମାନେ ଅନୁବାଦ ପାଇଁ ଆଗ୍ରହ ଦେଖାଉନାହାନ୍ତି। ସେ ନେଇ କ’ଣ କହିବେ?
*ଅନୁବାଦ କରିବା ପାଇଁ ଉଭୟ ଭାଷାରେ ଜ୍ଞାନ ଆବଶ୍ୟକ ହେଉଥିବାରୁ ଅନେକ ଆଗ୍ରହ ଦେଖାଉନାହାନ୍ତି। ଅନୁବାଦର ଦକ୍ଷତା ବହୁତ କମ୍‌ ଲୋକଙ୍କ ପାଖରେ ଅଛି। ଯେଉଁମାନେ ବି ଅନୁବାଦ କରୁଛନ୍ତି ସେମାନେ ଖୁବ୍‌ ଭଲ ଅନୁବାଦ କରୁଛନ୍ତି। ହେଲେ ସେମାନଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। ଓଡ଼ିଶାରେ ଏକ ‘ଅନୁବାଦ ପରିଷଦ’ ଗଠନ କରିବାକୁ କିଛିଦିନ ତଳେ ମୁଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲି। ହେଲେ ତାହା ଆଗେଇ ପାରିଲାନି। ନିଜ ସ୍ବାର୍ଥ ଦୃଷ୍ଟିରୁ ଅନୁବାଦ କରୁଥିବା ଅନୁବାଦକମାନଙ୍କ ଲେଖାରେ ଅନେକ ସମୟରେ ଭୁଲ୍‌ ପରିଲକ୍ଷିତ ହୁଏ। ଫଳରେ ବାହାରେ ଆମ ସାହିତ୍ୟର ଏକ ଖରାପ ଚିତ୍ର ଉପସ୍ଥାପିତ ହୁଏ। ତାକୁ ସମୀକ୍ଷା କରିବା ପାଇଁ ଏକ ପରିଷଦ ରହିବା ନିତାନ୍ତ ଆବଶ୍ୟକ।
ଅନୁବାଦକୁ ପ୍ରୋତ୍ସାହନ ଦେବାକୁ ସରକାରୀ ସ୍ତରରେ କି ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଭାବୁଛନ୍ତି?
*ଆଜିପର୍ଯ୍ୟନ୍ତ ବି ଅନୁବାଦ ପାଇଁ କେଉଁଠାରେ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ନାହିଁ। ଶବ୍ଦକୋଷ, ଭାଷାକୋଷର ଅଭାବ ରହିଛି। ଏଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ଅଧ୍ୟୟନ ନାମରେ ଏକ ବିଭାଗ ଖୋଲିବାକୁ ମୁଁ ସରକାରଙ୍କୁ ପରାମର୍ଶ ଦେଇଥିଲି। ଏହା ହେଲେ ଅନୁବାଦକମାନଙ୍କୁ ଏକ ନୂଆ ଦିଶା ମିଳିପାରନ୍ତା।
ନୂଆପିଢିର ସାହିତି୍ୟକଙ୍କୁ କ’ଣ କହିବେ?
*ପରିଶ୍ରମ କରନ୍ତୁ, ଯାହାକି ନୂଆ ପିଢିର ସାହିତି୍ୟକଙ୍କ ମଧ୍ୟରେ ଏହା ବହୁତ କମ୍‌ ଦେଖିବାକୁ ମିଳେ। ଯେତେ ପଢିପାରିବ ସେତେ ପଢ। ପୁରସ୍କାରକୁ ନେଇ କେବେ ଅହଂକାର କରିବା ଉଚିତ୍‌ ନୁହେଁ। ଅଂହକାର ଆସିଲେ ସାହିତ୍ୟ ଓ ତା’ର ପରିସୀମା ଏହିଠାରେ ହିଁ ସରିଯିବ। ନିରହଂକାର ହୋଇ ଉଭୟ ଭାଷା, ସାହିତ୍ୟର ସ୍ବାର୍ଥକୁ ଜଗି ସାହିତ୍ୟ ରଚନା କର। ମୋ ଶିଷ୍ୟମାନଙ୍କୁ ମଧ୍ୟ ମୁଁ ଏହି କଥା କୁହେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri