Categories: ଖେଳ

ପ୍ରମୋଦ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- ଚାଇନାର ୟୁହାଙ୍ଗ ହାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଗୁରୁବାର ଅନୁଷ୍ଠିତ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ସେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ୨୧-୭, ୨୨-୨୦ ପଏଣ୍ଟରେ ହରାଇ ଦେଇଛନ୍ତି। ସେହିପରି ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ଡବଲ୍ସର ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଚାଇନା ଯୋଡ଼ି ଜିଆଓ ଚେନ୍‌ ଓ ୟୁୟାଙ୍ଗ ଗାଓଙ୍କୁ ୨୧-୭, ୧୪-୨୧, ୨୧-୧୫ ପଏଣ୍ଟରେ ପରାସ୍ତ କରିଛନ୍ତି। ଚାଇନା ଯୋଡ଼ି କଡ଼ା ଟକ୍କର ଦେଇ ଦ୍ୱିତୀୟ ସେଟ୍‌କୁ ଜିତିଥିଲେ ହେଁ ପ୍ରମୋଦ-ମନୋଜ ସଫଳ ପ୍ରତ୍ୟାବର୍ତ୍ତନ କରି ଶେଷ ସେଟ୍‌ ଜିତିବା ସହ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗର କ୍ୱାର୍ଟର ଫାଇନାଲ ଶୁକ୍ରବାର ଅନୁଷ୍ଠିତ ହେବ।

Share