Categories: ବାଣିଜ୍ୟ

ପ୍ରମୁଖ କମ୍ପାନୀଗୁଡିକର ଯାନ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବର ମାସରେ ଦେଶର ପ୍ରମୁଖ ଯାନ ନିର୍ମାତାମାନଙ୍କର ବିକ୍ରି ହ୍ରାସ ଘଟିଛି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ଦେଶର ଅଟୋମୋବାଇଲ ଶିଳ୍ପ ଉପରେ ପଡିଛି। ଏହି କ୍ରମରେ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ର ବିକ୍ରି ୩୭.୨୪% ହ୍ରାସ ଘଟିଛି। କମ୍ପାନୀ ସେପ୍ଟେମ୍ବରରେ ୯,୩୦୩ ୟୁନିଟ ଯାନ ବିକିଛି ଯାହା ଗତ ବର୍ଷ ସେପ୍ଟେମ୍ବରରେ ୧୪,୮୨୦ ୟୁନିଟ ରହିଥିଲା। ଏହି ସମୟରେ କମ୍ପାନୀ ବିଦେଶକୁ ୯୪୬ ୟୁନିଟ ଯାନ ରପ୍ତାନି କରିଛି। ପାର୍ବଣ ସମୟରେ ବିକ୍ରିରେ ଉନ୍ନତି ଆସିବା ଆଶା ରହିଥିବା ହୋଣ୍ଡାର କାର୍‌ସର ବରିଷ୍ଠ ଉପସଭାପତି ରାଜେଶ ଗୋଏଲ କହିଛନ୍ତି। ସେହିଭଳି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଯାନ ବିକ୍ରି ୨୧% ହ୍ରାସ ଘଟି ୪୩,୩୪୩ ୟୁନିଟ ରହିଛି। ଏହାବାଦ ଅଶୋକ ଲେଲାଣ୍ଡ ବିକ୍ରିରେ ୫୫% ହ୍ରାସ ଘଟି ୮,୭୮୦କୁ ଖସିଛି।

Share