ପ୍ରଭାବଶାଳୀଙ୍କ ଜବରଦଖଲରେ ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ, ୨୬ା୨: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇ ପାରିବନାହିଁ। ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ କିମ୍ବା ଡ୍ରେନ୍‌ରେ ଯେପରି ଜଳ ନିସ୍କାସନରେ ବାଧା ନ ଉପୁଜିବ ସେନେଇ ଜିଲା ପ୍ରଶାସନକୁ ଚିଠି କରିଥାନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌର ପରିଷଦ, ମ୍ୟୁନିସିପାଲଟି ଆଦିକୁ ଏ ସଂକ୍ରାନ୍ତୀୟ ଚିଠି କରାଯାଇଛି। ଏଥିରେ ଉଲ୍ଲେଖ ଅଛି, ଡ୍ରେନ୍‌ଗୁଡିକର ଯେଉଁସବୁ ସ୍ଥାନରେ ପାଣି ଜମି ରହୁଛି ସେଗୁଡିକ ସଫା କରି ଜଳ ନିସ୍କାସନକୁ ସ୍ବାଭାବିକ କର। ଜବରଦଖଲ ହୋଇଥିଲେ ଉଚ୍ଛେଦ କର। ଡ୍ରେନ୍‌ ବା ନାଳଗୁଡିକ ଯେଉଁ ବିଭାଗ ଅଧୀନରେ ଯାଉଛି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜବରଦଖଲ ଉଚ୍ଛେଦ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କର। ଆବଶ୍ୟକ ପଡିଲେ ପୋଲିସର ସହାୟତା ନେଇ ଏହି କାମ କର। କିନ୍ତୁ ବିଭାଗୀୟ ନିର୍ଦ୍ଦେଶକୁ ଫୁ କରି ଦେଇଛି ଜଗତ୍‌ସିଂହପୁର ପୌର ପ୍ରଶାସନ। ପରିଷଦ ଅଞ୍ଚଳ ଦେଇ ଯାଇଥିବା ୩ଟି ଯାକ ଡ୍ରେନେଜ୍‌ କଟ୍‌ ଜବରଦଖଲ ହୋଇଥିଲେ ସୁଦ୍ଧା ଏହାକୁ ମୁକ୍ତ କରାଯାଉନାହିଁ। ପ୍ରଭାବଶାଳୀଙ୍କ ଦଖଲରେ ଡ୍ରେନେଜ୍‌ କଟ୍‌ ଥିବାରୁ ପରିଷଦ ବିଭାଗୀୟ ନିର୍ଦ୍ଦେଶକୁ ପାଳନ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି। ମଙ୍ଗଳବାର ଦିନଭରି ତୁହାକୁ ତୁହା ବର୍ଷା ହୋଇଥିବାରୁ ଏହି ଡ୍ରେନ ସମେତ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ପୌର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।
ଜଗତ୍‌ସିଂହପୁର ସହରରେ ଥିବା ଡ୍ରେନ୍‌ଗୁଡିକ ହେଲା ନାଗପୁର, ପାଣିଶାଳିଆ ଓ ମାଧପୁର। ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଥିବାବେଳେ ସେଥିରୁ ୩ କିଲୋମିଟର ଜଗତ୍‌ସିଂହପୁର ପୌର ପରିଷଦ ଅଧୀନରେ ଯାଉଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ ବୋଲି କୁହାଯାଉଥିବା ବେଳେ ସେଥିରୁ ଅଧିକାଂଶ ଜବରଦଖଲ ହୋଇଯାଇଛି। ଏବେ ଓସାର ମାତ୍ର ୫/୬ ଫୁଟ ଭିତରେ ରହୁଥିବା ସୂଚନା ମିଳିଛି। ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କିଲୋମିଟର ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହାଁଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ୍‌ ମଧ୍ୟ ଜବରଦଖଲ ହୋଇଛି। ବିଶେଷକରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଆଦି କେତେକ ସ୍ଥାନରେ ଅଧିକ ଜବରଦଖଲ ହୋଇଛି। ମାଧପୁର ଡ୍ରେନ୍‌ର ଲମ୍ବ ପାଖାପାଖି ୨ କିଲୋମିଟର ହେବ। ଏହି ଡ୍ରେନ୍‌ର କମ ସ୍ଥାନ ଜବରଦଖଲ ହୋଇଥିଲେ ସୁଦ୍ଧା ଆପାତତଃ ଭଲ ସ୍ଥିତିରେ ଅଛି। ଏହିସବୁ ଡ୍ରେନ୍‌ ଦୀର୍ଘ ବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିସ୍କାସନରେ ବାଧା ଉପୁଜିଛି। ନାଗପୁର ଡ୍ରେନ୍‌ଟି ସବୁଠାରୁ ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଏଥିରେ ଅଳିଆଆବର୍ଜନା ପକାଉଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ମଧ୍ୟ ସଫେଇ ଠିକଭାବେ ହେଉନାହିଁ। ସହରର ଦୁର୍ଗା ବଜାର ଅଞ୍ଚଳରେ ଜନୈକ ପ୍ରଭାବଶାଳୀ ଲୋକ ଡ୍ରେନ୍‌ ଜବରଦଖଲ କରି ରଖିଥିଲେ ସୁଦ୍ଧା ତାଙ୍କ ଆଡକୁ କେହି ଆଡ ଆଖିରେ ଚାହୁଁନାହାନ୍ତି। ଏହିଭଳି ସହରର ବିଭିନ୍ନ ସ୍ଥାନରେ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦ କ’ଣ, ପ୍ରଶାସନ ବି ପଦକ୍ଷେପ ନେବାକୁ ଆଗପଛ ହେଉଛି। ଏ ସମ୍ପର୍କରେ ପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କାଙ୍କୁ ପଚାରିବାରେ ସେ କହିଥିଲେ, ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ୨୦୧୮ରେ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ବିଭାଗୀୟ ଚିଠି ପହଞ୍ଚତ୍ଲାପରେ ପରିଷଦ ତତ୍ପରତା ପ୍ରକାଶ କରିଥିଲା। ସେତେବେଳେ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌କୁ ଅବଗତ କରାଯିବା ସହ ଏକାଧିକ ବୈଠକ ବସି ଆଲୋଚନା ହୋଇଥିଲା। ଏପରି କି ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲେ ସୁଦ୍ଧା ପୁଣି କ’ଣ ହେଲା କେଜାଣି ଆଉ କିଛି ଆଗେଇଲା ନାହିଁ। ଏବେ ପୌର ପ୍ରଶାସକ ଭାବେ ନିଜେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦାୟିତ୍ୱରେ ଅଛନ୍ତି। ନିକଟରେ ଏକ ବୈଠକରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ରାସ୍ତା ଜବରଦଖଲକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଛେଦ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲାପାଳ ମଧ୍ୟ ଏହି ଉଚ୍ଛେଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଙ୍କେତ ଦେଇଥିଲେ। କିନ୍ତୁ ଡ୍ରେନ୍‌ ଜବରଦଖଲ ଉପରେ ଅନୁରୂପ ମତ ପ୍ରକାଶ ପାଇଲେ ପ୍ରତିକାର ହୋଇପାରନ୍ତା ବୋଲି ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri