ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪: ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଏନେଇ ରବିବାର ରାତିରେ ଦଳୀୟ କାର୍ଯ୍ୟାଳୟରେ ୨୦ ଜଣିଆ ପ୍ରଚାର କମିଟିର ସ୍ବତନ୍ତ୍ର ବୈଠକ ଡକାଯାଇଛି। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏଥିରେ ଯୋଗ ଦେବା ସାଙ୍ଗକୁ ମୟୂରଭଞ୍ଜରେ ଡେରା ପକାଇ ଦଳ ପାଇଁ କାର୍ଯ୍ୟ କରିବେ। ଆସନ୍ତା ୨୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଲାଗି ଆସୁଛନ୍ତି। ଏହାବାଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପ୍ରଚାର ଲାଗି ଆସିବେ ବୋଲି ବାରିପଦା ବିଜୁ ପଟ୍ଟନାୟକ ଗୋଲେଇ ସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଭାଜପା ପକ୍ଷରୁ ସୂଚନା ଦିଆଯାଇଛି।
ଭାଜପାର ରାଜ୍ୟ ମୁଖପାତ୍ର ଜୀବନ କୁମାର ସାହୁ ଏହି ସୂଚନା ଦେଇ କହିଥିଲେ, ଏଥର ସାଧାରଣ ନିର୍ବାଚନରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳର ପୁନରାବୃତ୍ତି ହେବ। ଜିଲାରେ ବିଜେଡିର ୨ ଜଣ ଏମପି ଓ ୯ ଜଣ ବିଧାୟକ ଥିବା ସତ୍ତ୍ୱେ ପଞ୍ଚାୟତ ନିର୍ବାଚନରେ ଜନମତ ଭାଜପା ସପକ୍ଷରେ ଯାଇଥିଲା। ମୋଟ ୫୬ ଜିଲା ପରିଷଦ ଆସନ ମଧ୍ୟରୁ ୪୯ ଆସନକୁ ଭାଜପା କବ୍‌ଜା କରିଥିଲା।
ଏଥର ସାଧାରଣ ନିର୍ବାଚନରେ ନୂତନ ଓଡିଶା ଗଠନ ଲାଗି ଭାଜପା ୯ ଟି ସଙ୍କଳ୍ପ ଘୋଷଣା କରିଛି। ଏଥିରେ ସବୁ ସ୍ତରର ଲୋକଙ୍କୁ ବିଭିନ୍ନ ସବୁଧା ଓ ରୋଜଗାର ଆଦି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଗତ ୧୮ ବର୍ଷ ମଧ୍ୟରେ ବିଜେଡି ୩୬ଟି ଦୁର୍ନୀତିରେ ବୁଡି ରହିଛି। ମୟୂରଭଞ୍ଜ ଲୋକ ସଭା ସଦସ୍ୟ ଚିଟ୍‌ଫଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଜଣେ ପ୍ରଶାସନିକ ଅଧିକାରୀ ଏଠାରେ ଲୁଟତରାଜ କରୁଥିବା ବେଳେ ବିଜେଡିର ବିଧାୟକ ଓ ଏମପିମାନେ ତାଙ୍କୁ ସୁରକ୍ଷା ଦେଇ ଆସୁଥିଲେ। ପୁରୁଣା ପ୍ରାର୍ଥୀଙ୍କ ପ୍ରତି ଜନ ସମର୍ଥନ ନ ଥିବା ସନ୍ଦେହ କରି ବିଜେଡି ଏଥର ସେମାନଙ୍କ ଟିକେଟ କାଟି ନୂତନ ପ୍ରାର୍ଥୀଙ୍କୁ ମଇଦାନରେ ଛାଡିଛି। କିନ୍ତୁ ଆରମ୍ଭରୁ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ରହି କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କୁ ଭାଜପା ଟିକେଟ ଦେଇଛି। ବିଜେଡରେ ଅଣନିଃଶ୍ୱାସୀ ହୋଇ ଦଳ ଛାଡିଥିବା ମୋରଡା ବିଧାୟକ ପ୍ରବୀଣଚନ୍ଦ୍ର ଜିଲାରେ ଭାଜପାର ପ୍ରଚାରର ମଙ୍ଗ ଧରିବା ପରେ ଏହା ଦଳକୁ ଅଧିକ ଶକ୍ତିଶାଳୀ କରିବ। ଏହି ଖବରଦାତା ସମ୍ମିଳନୀରେ ପ୍ରବୀଣଚନ୍ଦ୍ରଙ୍କ ସମେତ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ ବିରାମ ମୁର୍ମୁ, ବରିଷ୍ଠ ନେତା ଛୋଟେଲାଲ ମହାନ୍ତ, ନରୋତ୍ତମ ପାଣିଗ୍ରାହୀ ଅବନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୨ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର…

ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…

ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ଏହିଦିନ ହେବ…

ପାଟ୍‌ନା,୬ା୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ ଉକ୍ତ…

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ

ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍‌ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ…

ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri