ପ୍ରବାସୀ ବାଲେଶ୍ୱରବାସୀଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୬।୪-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। ସମସ୍ତ ପ୍ରକାର ବାଣିଜି୍ୟକ କାରବାର ସହ ଗମନାଗମନ ବ୍ୟବସ୍ଥା ଠପ୍‌ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ହଜାର ହଜାର କର୍ମଚାରୀ ଓ ଶ୍ରମିକ କାମଧନ୍ଦା ହରାଇ ବେକାର ହୋଇଛନ୍ତି। ଏପରି ସ୍ଥିତିରେ ସେମାନେ ନିଜ ଗଁାକୁ ଫେରିଆସିବାକୁ ଚାହିଁଲେ ମଧ୍ୟ ଆସି ପାରୁନାହାନ୍ତି। ଦେଶର ବିଭିନ୍ନ ଭାଗରେ ଏହିପରି ଓଡ଼ିଶାର ପ୍ରାୟ ୨ଲକ୍ଷ ଲୋକ ଅଟକି ରହିଥିବା ବେଳେ ବାଲେଶ୍ୱର ଜିଲାର ଅନେକ ଲୋକ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ଖବର ପାଇବା ପରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ସତ୍ୟଶିବ ଦାସ, ସୁଦର୍ଶନ ଦାସ, ବିଜନ ନାୟକ, ମାନସ ଦାସ ପଟ୍ଟନାୟକ ପ୍ରମୁଖ ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି। ନିଜସ୍ବ ପ୍ରଚେଷ୍ଟାରେ ସେମାନେ ଏସବୁ ସ୍ଥାନରେ ଭୋକ ଉପାସରେ ଥିବା ବାଲେଶ୍ୱର ଅଞ୍ଚଳର ବିଭିନ୍ନ ଲୋକଙ୍କ ସମେତ ଓଡ଼ିଶା ଅନ୍ୟ ପ୍ରାନ୍ତର ଲୋକଙ୍କ ପାଇଁ ମଧ୍ୟ ଖାଦ୍ୟ, ପାନୀୟ ବନ୍ଦୋବସ୍ତ କରିଥିଲେ। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାଲେଶ୍ୱର ଜିଲାର ୧୧୦୦ରୁ ଅଧିକ ଲୋକଙ୍କ ନିକଟରେ ରାଶନ ସାମଗ୍ରୀ ପହଞ୍ଚିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପ୍ରତି ଯଥେଷ୍ଟ ଯତ୍ନ ନିଆଯାଉଛି। ଯେତେଦିନ ପର୍ଯ୍ୟନ୍ତ ତାଲାବନ୍ଦ ରହିଥିବ ଏବଂ ଜୀବନଯାତ୍ରା ସ୍ବାଭାବିକ ହୋଇ ନ ଥିବ, ସେତେଦିନ ପର୍ଯ୍ୟନ୍ତ ଏହି ବିପନ୍ନମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯିବା ସହ ସେମାନଙ୍କ ନିରାପଦ ରହଣିର ବ୍ୟବସ୍ଥା କରାଯିବ ବୋଲି ବାଲେଶ୍ୱର ଜିଲାର କଂଗ୍ରେସ ନେତାମାନଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।