ପ୍ରବାସୀ ଓଡ଼ିଆଙ୍କୁ ଫେରେଇ ଆଣିବାକୁ ଗଞ୍ଜାମ ଜିଲାପାଳଙ୍କୁ ଗୁହାରି

ଗଞ୍ଜାମ,୧୬।୫(ଡି.ଏନ୍‌.ଏ.): କରୋନା ଭୂତାଣୁ ପାଇଁ ସବୁ ଆଡ଼େ କାମ ଧନ୍ଦା ବନ୍ଦ ହୋଇଯାଇଛି। ରାଜ୍ୟ ବାହାରେ ଥିବା ଲୋକମାନେ ପ୍ରାଣ ବିକଳରେ ନିଜ ରାଜ୍ୟକୁ ଫେରୁଛନ୍ତି। କେତେକ ଲୋକ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଆଉ କେତେକ ବିପଦଜନକ ଭାବେ ବଡ଼ ବଡ଼ ଟ୍ରକରେ ଫେରୁଛନ୍ତି। ତେବେ ସୁରତର ଏକ କମ୍ପାନୀରେ କାମ କରୁଥିବା ଜଣେ ପ୍ରବାସୀ ଓଡ଼ିଆ ଘରକୁ ଫେରି ଆସିବା ପାଇଁ ବିକଳ ହେଉଥିବା ଖବର ମିଳିଛି। ସେ ହେଲେ ଗଞ୍ଜାମ ଜିଲା ଗଞ୍ଜାମ ଏନ୍‌ଏସି ପୁଇଁତୋଳା ଗ୍ରାମର ସୁକାନ୍ତ କୁମାର ସାହୁ।
ମିଳିଥିବା ସୂଚନାନୁଯାୟୀ, ସୁକାନ୍ତ ଗତ ଏକ ବର୍ଷ ହେବ ସୁରଟ ଜିଲା ସଚିନ ଜିଆଇଡିସି, ରୋଡ଼ ନଂ. ୪, ପ୍ଲଟ ନଂ. ୪୧୦୫ ରେ ରହି କାମ କରୁଥଲେ । ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ କରୋନା ପାଇଁ ଚାଲି ଯାଇଥିବା ବେଳେ ସୁକାନ୍ତ ଏକାକି ସେଠାରେ ରହିଯାଇଛନ୍ତି। ଅନ୍ୟ ପଟେ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ପାଗଳ ପରି ହେଉଛନ୍ତି ମା’ ବାପା। ପୁଅକୁ ଫେରେଇ ଆଣିବାକୁ ଗଞ୍ଜାମ ଜଲାପାଳକୁ ଗୁହାରି କରିଛନ୍ତି ସୁକାନ୍ତଙ୍କ ମା’ବାପା।