ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବସ୍‌ ଚାଳକ ମୃତ

ନିରାକାରପୁର,୫।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ କୁହୁଡ଼ି ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇଦ୍ରାବାଦରୁ କେନ୍ଦ୍ରାପଡ଼ା ଆସୁଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ହାଇଦ୍ରାବାଦ୍‌ରୁ ୪୦ଜଣ ଓଡ଼ିଆଙ୍କୁ ନେଇ ଏକ ଘରୋଇ ବସ୍‌ କେନ୍ଦ୍ରାପଡ଼ାକୁ ଆସୁଥିବା ବେଳେ କୁହୁଡ଼ି ଛକରେ ଏକ ଆମ୍ବ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଚନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଅନ୍ୟ ବସ୍‌ରେ ସେମାନଙ୍କୁ ନିଜ ଅଞ୍ଚଳକୁ ପଠାଇଥିବା ସୂଚନା ରହିଛି।