Categories: ଜାତୀୟ

ପ୍ରବଳ ବର୍ଷା: ୨ ଦିନରେ ଉତ୍ତରପ୍ରଦେଶରେ ୭୯ ମୃତ

ଲକ୍ଷ୍ନୌ,୨୯।୯: ଦେଶର କେତେକ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶରେ ବନ୍ୟା ଯୋଗୁ ଗତ ୨ ଦିନ ମଧ୍ୟରେ ୭୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଶନିବାର ରାଜ୍ୟରେ ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ଏବଂ ମହାରାଷ୍ଟ୍ରରେ ଲଗାତାର ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବନ୍ୟା ଜଳ ଘେରରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଅସ୍ଥାୟୀ ଶିବିରରେ ବନ୍ୟା ବିପନ୍ନଙ୍କୁ ରିଲିଫ୍‌ ଏବଂ ରନ୍ଧା ଖାଦ୍ୟ ଦିଆଯାଉଛି। ରବିବାର ପୂର୍ବ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାରକାରୀ ଦଳଙ୍କୁ ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ସଜାଗ ରଖାଯାଇଛି।

Share