ପ୍ରବଳ ବର୍ଷାରେ ଘର କାନ୍ଥ ଭୁଶୁଡିଲା

ମାଲକାନଗିରି,୬ା୯(ସ୍ବ.ପ୍ର): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗିରହିଛି। ଗୁରୁବାର ରାତିରେ ବର୍ଷାରେ ଖଇରପୁଟ ସଦର ମହକୁମା ସାହୁ କଲୋନୀ ସାହିରେ ଜଣେ ପି.ଚନ୍ଦ୍ରଶେଖର ଆଚାରି ଙ୍କ ଘରର କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏହି ସମୟରେ ଘରେ କେହି ନ ଥିଲେ। ଆଚାରି ତାଙ୍କ ପୈତୃକ ଘର ଗଞ୍ଜାମ ଜିଲା କନିସି ଯାଇଥିବା ଜଣାପଡିଛି। ଏସମ୍ପର୍କରେ ସ୍ଥାନୀୟ ଲୋକେ ମୁଦୁଲିପଡା ଥାନା ଅଧିକାରୀ ମାଧବ ବେହେରାଙ୍କୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚତ୍ ଆଚାରି ଘରର ଚାବି ଯେଉଁ ବ୍ୟକ୍ତିଙ୍କୁ ଦେଇ ଯାଇଥିଲେ ତାଙ୍କୁ ଡକାଇଥିଲେ। ସେ ପହଞ୍ଚତ୍ବା ପରେ ଘରର ଆସବାବପତ୍ରଗୁଡିକୁ ଅନ୍ୟ ଏକ ଘରକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ବ୍ଲକ ପ୍ରଶାସନ ନିକଟରେ ଖବର ଥିଲେ ମଧ୍ୟ ଘଟଣା ସ୍ଥଳରେ କେହି ପହଞ୍ଚତ୍ନାହାନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।