ପ୍ରବଳ ଖରାରେ ସାମାଜିକ ଦୁରତ୍ୱ ରକ୍ଷା

ରାଇକିଆ,୧୭।୪(ଡି.ଏନ୍‌.ଏ.): କରନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ବିଶେଷଭାବେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ସ୍ଥାନରେ ଅନ୍ୟ ଲୋକଙ୍କଠାରୁ ଦୂରେଇ ରହିବାକୁ କୁହାଯାଉଛି। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ଲୋକଙ୍କୁ ପ୍ରବଳ ଖରାରେ ଛିଡ଼ା ହେବାକୁ ପଡୁଛି। କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି। ଏ ନେଇ ବ୍ୟାଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକେ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।