ପ୍ରଫୁଲ୍ଲ ଭୀମଭୋଇ ସାମର୍ଥ୍ୟ ଅଭିଯାନ: ଚିହ୍ନଟ ହେଲେ ୮୪୯ ଦିବ୍ୟାଙ୍ଗ

ପୁରୀ ଅଫିସ,୬।୧୧: ବାତ୍ୟା ପ୍ରପୀଡ଼ିତ ଦିବ୍ୟାଙ୍ଗ ମାନଙ୍କୁ ସହାୟତା କରିବା ପାଇଁ ପୁରୀ ଜିଲାରେ ପ୍ରଫୁଲ୍ଲ ଯୋଜନା ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପୁରୁଣା କ୍ୟାମ୍ପସଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।

ପୁରୀ ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗରେ ମୋଟ ୮୪୯ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ଭିନ୍ନକ୍ଷମଙ୍କ ମଧ୍ୟରେ ଶ୍ରବଣ ବାଧିତ ୧୩୭, ମାନସିକ ଅନଗ୍ରସର ୧୨୮, ଶାରୀରିକ ଅକ୍ଷମ ୪୮୮ ଜଣଙ୍କୁ ଚିହ୍ନଟ କରାଯାଇଛି। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ବିଭିନ୍ନ ବିଭାଗରେ ଭିନ୍ନକ୍ଷମମାନଙ୍କୁ ଚିନ୍ହଟ କରିଥିଲେ। ଏହି ଶିବିରକୁ ପୁରୀ ଜିଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ, ବି.ଏସ୍‌.ଏସ୍‌.ଓ. ପୂର୍ଣ୍ଣିମା ବେହେରା, ସୁକଦେବ ମହାରଣା, ପିଙ୍ଗଳାକ୍ଷୀ ସାମାଜିକ ଅନୁଷ୍ଠାନର ଗନବିହାରି ଦାସ,ପଦ୍ମଲୋଚନ ମହାନ୍ତି ତଥା ପ୍ରଫୁଲ୍ଲ ଜିଲା ପରାମର୍ଶଦାତା ସିଦ୍ଧାର୍ଥ ରାୟ, ଯଶସ୍ବିନୀ ଦାସ ଓ ସନ୍ତୋଷ କୁମାର ବେହେରା ପରିଚାଳନା କରିଥିଲେ। ପରବର୍ତ୍ତୀ ଶିବିର ଚଳିତ ମାସ ୮ ତାରିଖ ଦିନ ଡେଲାଙ୍ଗ ଆଭା ସାମାଜିକ ଅନୁଷ୍ଠାନଠାରେ ଆୟୋଜିତ ହେବ ବୋଲି ଜଣାଯାଇଛି।