ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ, ୭ା୫- ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ରୋଗର ନିରାକରଣ ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବୁଧବାର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆବଜାର ଶାଖାର ଶାଖା ପରିଚାଳକ ଶୈଳେନ୍ଦ୍ର କୁମାର ମଲ୍ଲିକଙ୍କୁ ଏହି ଟଙ୍କା ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ଅବସରରେ ସମିତିର ବରିଷ୍ଠ ଉପଦେଷ୍ଟା ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଅଭିମନ୍ୟୁ ସେଠୀ, ବିଜୟ ଭୂଷଣ ନାୟକ, ଦେବାଶିଷ ଯେନା, ମହେଶ୍ୱର ବେହେରା, ତପନ ମହାନ୍ତି, କୈଳାସ ଦାସ, ଚନ୍ଦନ ଦାସ, ଅଭିମନ୍ୟୁ ଶତପଥୀ, ସ୍ବାଧୀନ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ସମିତି ପକ୍ଷରୁ ଦୈନିକ ଚାଉଳ, ଚୁଡ଼ା ଆଦି ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ ଚାଲିଛି ବୋଲି କୁହାଯାଇଛି।