ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଲେ ୧୫ ଏସ୍‌ଏଚ୍‌ଜି

ବୌଦ୍ଧ, ୨୩ା୪(ସ୍ବ.ପ୍ର)-ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମଶିଣାଗୋରା ଗ୍ରାମର ୧୫ଟି ଏସଏଚଜିର ମହିଳାମାନେ ମିଳିତ ଭାବରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସରପଞ୍ଚ ପ୍ରହଲ୍ଲାଦ ସେଠୀଙ୍କ ତତ୍ତ୍ୱାବଧାନରେ ଏସଏଚଜି ମହିଳାମାନେ ଏକତ୍ରିତ ହୋଇ ଏହି ପାଣ୍ଠି ଯୋଗାଡ କରି ପ୍ରଦାନ କରିଥିବା ଜଣାଯାଇଛି।