Categories: ଜାତୀୟ

ପ୍ରଧାନମନ୍ତ୍ରୀ ଦୌଡ଼ରେ ମୁଁ ନାହିଁ: ଶାହ

ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ଦୌଡ଼ରେ ନ ଥିବା କଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତିି। ଏକ ସାକ୍ଷାତ୍‌କାରରେ ଶାହ ଏହା ପ୍ରକାଶ କରିଛନ୍ତି। ଦଳରେ ବହୁ ବରିଷ୍ଠ ନେତା ରହିଛନ୍ତି। ସେମାନଙ୍କ ତୁଳନାରେ ସେ ବହୁ ଜୁନିଅର ବୋଲି ଶାହ କହିଛନ୍ତି। ପଦପଦବୀ ନିଷ୍ପତ୍ତି ସମ୍ପର୍କରେ ଦଳର ବରିଷ୍ଠ ନେତା ହିଁ ଆପୋଷ ଆଲୋଚନା ମାଧ୍ୟମରେ ପଦକ୍ଷେପ ନେଇଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବେ ଦଳ ଦେଶ ଶାସନ କରୁଛି ଏବଂ ଏହା ଜାରି ରହିବ ବୋଲି ଶାହ ପ୍ରକାଶ କରିଛନ୍ତି।

Share