Categories: ଜାତୀୟ

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା: ଜିରୋ ବାଲାନ୍ସ୍‌ ଖାତାରେ ଜମା ହୋଇଛି ଏକ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ଜିରୋ ବାଲାନ୍ସ୍‌ ଖାତାରେ ଇତିମଧ୍ୟରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ସୂଚନା ଅଧିକାର ଅନ୍ତର୍ଗତ କରାଯାଇଥିବା ଏକ ଆବେଦନ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ଯୋଜନା ୨୦୧୪ ଅଗଷ୍ଟ ୨୮ରେ ଆରମ୍ଭ ହୋଇଥିଲା। ୨୦୧୯ ଜୁଲାଇ ୧୭ ସୁଦ୍ଧା ଏହି ଯୋଜନାରେ ୩୬.୨୫ କୋଟି ସଞ୍ଚୟ ଖାତା ଖୋଲା ଯାଇଛି। ଏସବୁ ଖାତାରେ ୧,୦୦,୮୩୨ କୋଟି ଟଙ୍କା ଜମା ହୋଇଥିବା ସୂଚନା ଅଧିକାର ରିପୋର୍ଟରେ ଦର୍ଶାଯାଇଛି। ତେବେ ଖୋଲା ଯାଇଥିବା ଖାତା ମଧ୍ୟରୁ ୧୪ ପ୍ରତିଶତ ଅର୍ଥାତ୍‌ ୪.୯୯ କୋଟି ଖାତାରେ କୌଣସି ବାଲାନ୍ସ ନାହିଁ। ଏଭଳି ଲୋକେ ଗରିବ ଶ୍ରେଣୀର ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share