ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭାଜପା ପକ୍ଷରୁ ଫଳ ବଣ୍ଟନ

କୋମନା,୧୮।୯(ଡି.ଏନ.ଏ.)-ନୂଆପଡ଼ା ଜିଲା କୋମନା ପାତାଳେଶ୍ୱର ମଣ୍ଡଳ ଭାଜପା ପକ୍ଷରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀମାନଙ୍କୁ ଓ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କୁ ଭାଜପା କାର୍ଯ୍ୟକର୍ତ୍ତାମାନେ ଫଳ ବଣ୍ଟନ କରିଥିଲେ। ଏହି ଅବସରରେ ଯୁବମୋର୍ଚ୍ଚା ସଭାପତି ଚନ୍ଦନ କୁମାର ଠାକୁର, ମଣ୍ଡଳ ସଭାପତି ପୀତାମ୍ବର ନାଗ, ଓବିସି ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ଈଶ୍ୱର ପଟେଲ, ଜିଲା କାର୍ଯ୍ୟକାରୀଣି ସଦସ୍ୟ ପ୍ରବୀଣ କୁମାର ଭୋଇ, କାର୍ଯ୍ୟକର୍ତ୍ତା ଖଗେଶ୍ୱର ଦୀପ, ସରୋଜ ମଲ୍ଲିକ, ଦେବପ୍ରସାଦ ଗହୀର, ରମେଶ କେତକୀ, କାର୍ତ୍ତିକ ନିଆଁଲ, କବି ଦାସ ପ୍ରମୁଖ ଉପସ୍ଥିତ ଥିଲେ।