Posted inଜାତୀୟ

ପ୍ରଦୂଷଣ ରୋକିବ ଲକ୍‌ଡାଉନ୍‌ ମଡେଲ

ନୂଆଦିଲ୍ଲୀ,୫ା୬:ମହାମାରୀ କରୋନା ବିଶ୍ୱ ପାଇଁ ଏକ ଅଭିଶାପ ରୂପରେ ଆସିଛି। କିନ୍ତୁ ଏହି ଘାତକ ଭୂତାଣୁର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ଭାରତ ସମେତ ସାରା ବିଶ୍ୱକୁ ବାଟ ବତାଇଛି। ଲକ୍‌ଡାଉନ୍‌ ଘୋଷଣା ବେଳେ ସମସ୍ତେ ଏହାର ନକାରାମତ୍କ ଦିଗକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ତେବେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌କୁ ମାନିବା ପରେ ଏହାର ସୁଫଳ ମିଳିବାରେ ଲାଗିଛି। ଭାରତରେ କଳକାରଖାନା, ଯାନବାହନ ଚଳାଚଳ ଏବଂ ମାନବିକ କାର୍ଯ୍ୟକଳାପ ହ୍ରାସ ପାଇବା ସହ ଆପେ ଆପେ ବାୟୁ, ଶବ୍ଦ ଓ ଜଳ ପ୍ରଦୂଷଣ କମିଯାଇଛି। ତେଣୁ ଦେଶରେ ଆଗକୁ ମଧ୍ୟ ପ୍ରଦୂଷଣ ସଙ୍କଟକୁ ରୋକିବା ପାଇଁ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଭଳି ପଦକ୍ଷେପକୁ ଏକ ଉତ୍କୃଷ୍ଟ ମଡେଲ ଭାବେ ନିଆଯାଇପାରିବ ବୋଲି ବିଶ୍ୱ ପରିବେଶ ଦିବସ ଅବ୍ୟବହିତ ପୂର୍ବରୁ ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।
ଭାରତରେ ମହାମାରୀ କରୋନାର ମୁକାବିଲା ପାଇଁ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏଥିଯୋଗୁ ଯାନବାହନ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଦେଶର ବାୟୁ ଗୁଣବତ୍ତାରେ ଉନ୍ନତି ଆସିଥିବା ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକଙ୍କ ମତରେ ଶୀତଋତୁରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଏଭଳି ଜରୁରୀ ପଦକ୍ଷେପ ନିଆଗଲେ ବାୟୁପ୍ରଦୂଷଣରୁ ମୁକ୍ତି ମିଳିପାରିବ। ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ବିଶେଷଜ୍ଞମାନେ ପରିବେଶ ସୁରକ୍ଷାର ବିଭିନ୍ନ ଉପାୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଛନ୍ତି। ଲକ୍‌ଡାଉନ୍‌ ଜାରି କରାଯିବା ପରେ ବାୟୁ ଓ ଜଳର ଗୁଣବତ୍ତା ବଢ଼ିବା ସହ ଜୈବ ବିବିଧତାର ସନ୍ତୁଳନ ରକ୍ଷା ହୋଇପାରିଛି। ସେହିପରି ଶବ୍ଦ ପ୍ରଦୂଷଣ ମଧ୍ୟ ବହୁମାତ୍ରାରେ କମିଯାଇଛି। ଦେଶବ୍ୟାପୀ କଟକଣା ଜାରି କରାଯାଇଥିବାରୁ କଳକାରଖାନା ଓ ମାନିବକ କାର୍ଯ୍ୟକଳାପ ହ୍ରାସ ପାଇବା ଯୋଗୁ ପ୍ରଦୂଷଣକୁ ରୋକାଯାଇ ପାରିଛି।
ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଏକ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଭାରତରେ ଜନସାଧାରଣଙ୍କ ଚଳପ୍ରଚଳକୁ ସୀମିତ କରିଦିଆଯାଇଥିଲା। ସେବେଠୁ ମୋଟ ୪ ଥର ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଏବେ କ୍ରମଶଃ କଟକଣାଗୁଡ଼ିକୁ ଉଠାଇଦିଆଯାଉଛି। ଏହି କଟକଣା ପରେ ବାୟୁର ଗୁଣବତ୍ତାରେ ବିଶେଷ ଉନ୍ନତି ଆସିଛି। ବିଶେଷକରି ସହରାଞ୍ଚଳରେ ପୂର୍ବରୁ ଏହା ଚିନ୍ତାଜନକ କିମ୍ବା ନିମ୍ନ ମାନର ଥିବାବେଳେ ଏବେ ସନ୍ତୋଷଜନକ ବା ଉତ୍ତମ ସ୍ତରକୁ ଆସିଛି। ଏହାର ମୁଖ୍ୟ କାରଣ ମାନବିକ କାର୍ଯ୍ୟକଳାପ ହ୍ରାସ ପାଇବା ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି), ବାଙ୍ଗାଲୋରର ସେଣ୍ଟର ଫର୍‌ ଆଟ୍‌ମୋସ୍ପିୟରିକ୍‌ ଆଣ୍ଡ୍‌ ଓସେନିକ୍‌ ସାଇନ୍ସେସ୍‌ ପ୍ରଫେସର ଏସ୍‌.କେ. ସତୀଶ ମତ ଦେଇଛନ୍ତି। ଦକ୍ଷିଣ ଭାରତରେ କଣିକା ତତ୍ତ୍ୱ ବା ପର୍ଟିକୁଲେଟ୍‌ ମ୍ୟାଟର (ପିଏମ୍‌) ୫୦ରୁ ୬୦% ହ୍ରାସ ପାଇଛି। ସେହିପରି ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସମେତ ଭାରତୀୟ-ଗାଙ୍ଗେୟ ଅବବାହିକାରେ ଏହା ୭୫%କୁ ଖସିଛି। ଯାନବାହନ ଚଳାଚଳ, କଳକାରଖାନା ଏବଂ ନଡ଼ା ଜାଳିବା ତଥା ଆବର୍ଜନାରେ ନିଆଁ ଲଗାଇବା କାରଣରୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇଥାଏ।

ସହରଗୁଡ଼ିକରେ ଅର୍ଦ୍ଧାଧିକ ବାୟୁ ପ୍ରଦୂଷଣ ଯାନବାହାନ ଯୋଗୁ ହୋଇଥାଏ। ଲକ୍‌ଡାଉନ୍‌ ବେଳେ ରାସ୍ତା ଉପରେ ଗଡ଼ୁଥିବା ଗାଡ଼ି ସଂଖ୍ୟା ଆଶାତୀତ ଭାବେ କମିଯାଇଥିଲା ବୋଲି ସତୀଶ କହିଛନ୍ତି। ଜିଓଫିଜିକାଲ୍‌ ରିସର୍ଚ୍ଚ ଲେଟର୍ସରେ ଗତ ମାସରେ ପ୍ରକାଶିତ ଦୁଇଟି ଅଧ୍ୟୟନ ଅନୁସାରେ କୋଭିଡ୍‌-୧୯କୁ ରୋକିବା ପାଇଁ ବିଶ୍ୱବ୍ୟାପୀ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇଛି। ଏଥିଯୋଗୁ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ସମେତ ଦୁଇଟି ପ୍ରଦୂଷଣ ସୃଷ୍ଟିକାରୀ ତତ୍ତ୍ୱର ସ୍ତର ବହୁମାତ୍ରାରେ କମିଯାଇଛି। ସାଟେଲାଇଟ୍‌ ତଥ୍ୟ ଦର୍ଶାଇଛି ଯେ, ଭାରତରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ପର୍ଟିକୁଲେଟ୍‌ ମ୍ୟାଟର ବା ବାୟୁମଣ୍ଡଳରେ ଭାସୁଥିବା ସୂକ୍ଷ୍ମ କଣିକାର ସ୍ତର ବିଭିନ୍ନ ଭାଗରେ ବହୁ ପରିମାଣରେ କମିଯାଇଛି। ଜୀବାଶ୍ମ ଇନ୍ଧନ ଉତ୍ସର୍ଜନ କମିଲେ ପ୍ରଦୂଷଣ ସ୍ତର ଅଧିକ ମାତ୍ରାରେ ହ୍ରାସ ପାଇଥାଏ ବୋଲି ଏରୋସୋଲ୍‌ ଅବଶୋଷଣର ବହୁବର୍ଣ୍ଣକ୍ରମୀୟ ମାପ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ସୂଚାଏ।
ସତୀଶଙ୍କ ସହ ଉପରୋକ୍ତ ମତ ସହିତ ସହମତି ପ୍ରକାଶ କରିଛନ୍ତି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ଗାନ୍ଧୀନଗରସ୍ଥିତ ଭୂବିଜ୍ଞାନ ବିଭାଗ ସହକାରୀ ପ୍ରାଧ୍ୟାପକ ମନୀଷ କୁମାର ସିଂ। ଏହାସହ ଭବିଷ୍ୟତରେ ପ୍ରଦୂଷଣ ରୋକିବା ପାଇଁ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ମନୀଷ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ପ୍ରକୃତି ମା’ର ଅନେକ କ୍ଷତି ଭରଣା ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଆଗକୁ ମଧ୍ୟ ଦିଲ୍ଲୀରେ ଶୀତଋତୁରେ ପ୍ରଦୂଣଷ ବଢ଼ିଲେ ତାକୁ ରୋକିବା ପାଇଁ ଲକ୍‌ଡାଉନ୍‌କୁ ଏକ ସମ୍ଭାବ୍ୟ ଜରୁରୀ ପଦକ୍ଷେପ ଭାବେ ଗ୍ରହଣ କରାଯାଇପାରିବ। ଇନ୍‌ଫୋସିସ୍‌ ଲିମିଟେଡ୍‌ର ଗ୍ରୀନ୍‌ ଇନିସିଏଟିଭସ୍‌ ମୁଖ୍ୟ ବୋଷ କେ. ଭର୍ଗିସ୍‌ଙ୍କ ମତରେ ଯେତେବେଳେ ଲକ୍‌ଡାଉନ୍‌ ଜାରି କରାଗଲା, ଏହାଦ୍ୱାରା କ’ଣ ଯେ ସବୁ କ୍ଷତି ହେବ ବୋଲି ଲୋକେ ଚିନ୍ତା କରିଥିଲେ। ହେଲେ ପରିବେଶ ଉପରେ ଏହାର ଏଭଳି ସକାରାମତ୍କ ପ୍ରଭାବ ପଡ଼ିବ ବୋଲି କେହି ଭାବି ନ ଥିଲେ। କଟକଣା ଲାଗୁ ହୋଇ ଦିନ ପରେ ଦିନ ଗଡ଼ିଚାଲିବା ପରେ ଆମେ ଏହାର ସୁଫଳ ମିଳୁଥିବା ଅନୁଭବ କଲେ। ଆଜି ଆମେ ସ୍ବଚ୍ଛ ବାୟୁ, ସ୍ବଚ୍ଛ ଜଳ, ପୂର୍ବାପେକ୍ଷା କମ୍‌ ଆବର୍ଜନା, ଅତି କମ୍‌ ଶବ୍ଦ ପ୍ରଦୂଷଣ ଘଟୁଛି। ଆଶ୍ଚର୍ଯ୍ୟର କଥା ଯେ, ବଣ୍ୟପ୍ରାଣୀ ସେମାନଙ୍କ ବସତିରୁ ବାହାରକୁ ଆସୁଥିବା ଦେଖିବାକୁ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri