ପ୍ରଦୂଷଣ ବଳୟରେ ଖୋର୍ଦ୍ଧା

ଖୋର୍ଦ୍ଧ ଅଫିସ,୫ା୬: ଶିଳ୍ପ, କ୍ରଶର, ପଥର ଖଣିରେ ବିସ୍ଫୋରଣ, ଯାନବାହନ ଚଳାଚଳ ଯୋଗୁ ଖୋର୍ଦ୍ଧା ପ୍ରଦୂଷଣ ବଳୟରେ ଫସିଯାଉଛି। ସଚେତନତା ଅଭାବ ଓ ବିକାଶ ନଁାରେ ବିନାଶ ଚାଲିଥିବାରୁ କେବଳ ସ୍ଥଳ, ଜଳ ଓ ବାୟୁ ପ୍ରଦୂଷିତ ହେବାରେ ଲାଗିଛି। ବିବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଖୋର୍ଦ୍ଧା ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ନେଉଛି।
ଜିଲାର ଜଙ୍ଗଲିଆ ଅଞ୍ଚଳରେ ପଥର ମାଫିଆମାନେ ଡିଟୋନେଟର, ଜିଲୋଟିନ, ଆମୋନିୟମ ନାଇଟ୍ରେଟ୍‌ ଭଳି ବିସ୍ଫୋରକ ଦ୍ୱାରା ଦିନରାତି ଗ୍ରାନାଇଟ ପାହାଡ଼ରେ ବ୍ଲାଷ୍ଟିଂ କରୁଛନ୍ତି। ବହୁ ପଥର ଖଣି ରହିଥିବାରୁ ଜିଲାରେ ୩ ଶହରୁ ଊର୍ଦ୍ଧ୍ୱ କ୍ରଶର ରହିଛି। ଏପରିକି ବେଆଇନ ଅଥବା ପଞ୍ଜୀକୃତ କ୍ରଶରରେ ସାଇଟିଙ୍ଗ୍‌ ନିୟମକୁ ଉଲ୍ଲଂଘନ କରାଯାଉଛି। ଏ କ୍ଷେତ୍ରରେ ଜିଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଚୁପ୍‌ ରହୁଥିବାରୁ ପ୍ରଦୂଷଣ ବଢ଼ୁଛି। କେବଳ ଅଦାଲତଙ୍କ ନିର୍ଦ୍ଦେଶ ମିଳିଲେ ଆଖିଦୃଶିଆ ଚଢାଉ କରି କାର୍ଯ୍ୟ ଶେଷ କରାଯାଉଛି। ଅନ୍ୟପକ୍ଷେ ମନଇଚ୍ଛା ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ଯୋଗୁ ପରିବେଶ ଜନିତ ଅସନ୍ତୁଳନତା ଦେଖାଦେଉଛି। ଖୋର୍ଦ୍ଧା ଓ ସାରୁଅ ଶିଳ୍ପାଞ୍ଚଳରେ ୮୦ରୁ ଊର୍ଦ୍ଧ୍ୱ ଛୋଟ ବଡ ଶିଳ୍ପ ରହିଛି। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ସବୁ କିଛି ନିୟମ ପାଳନ କରିବାକୁ କହି ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଶିଳ୍ପ ପରିସରରେ ଗଛ ଲଗାଯାଉନାହିଁ। ସେହିପରି ଯାନବାହନ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଅଧିକାଂଶ ଯାନବାହନ କିରୋସିନ ଓ ଗ୍ୟାସରେ ଚାଲୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ପୁଣି ଖରାଦିନେ ଜଙ୍ଗଲରେ ନିଅଁା ଲାଗି ଔଷଧୀୟ ଓ ଅନ୍ୟ ବୃକ୍ଷ ନଷ୍ଟ ହୋଇଯାଉଛି। ଅଙ୍ଗାର ପାଇଁ ଜଙ୍ଗଲ ପୋଡୁଛି। ବେଆଇନ ଶିକାର ଯୋଗୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଫନୀରେ ବହୁ ଗଛ ଉପୁଡି ପଡିଲା। ପୁଣି ସାଧାରଣ ଲୋକ ଓ କାଠମାଫିଆ ଜଙ୍ଗଲରୁ ଗଛକାଟି ଲୁଟ୍‌ କରୁଛନ୍ତି। ବିକାଶର ଆଳ ଦେଖାଇ ରାସ୍ତା ପ୍ରଶସ୍ତୀକରଣ ନଁାରେ ୫୭ ନଂ. ଓ ୧୬ ନଂ. ଜାତୀୟ ରାଜପଥ, ଖୋର୍ଦ୍ଧା ମୁଖ୍ୟ ରାସ୍ତା କଡରୁ ବଡବଡ ଗଛ କଟାଯାଇଛି। ନୂଆ ବୃକ୍ଷରୋପଣ ଉପରେ ଗୁରୁତ୍ୱ ନାହିଁ। ବୃକ୍ଷରୋପଣ ସ୍ଥାନରେ ରକ୍ଷଣାବେକ୍ଷଣ ପାଇଁ ଚେଷ୍ଟା ନ ଥିବାରୁ ୪ ଭାଗରୁ ୧ ଭାଗ ଗଛ ବି ବଞ୍ଚୁ ନାହିଁ। ସେହିପରି ପଲିଥିନର ବ୍ୟବହାର ମଧ୍ୟ ପରିବେଶକୁ ବିପଦ ମୁହଁରେ ପହଞ୍ଚାଇଛି।
ଏଭଳି ସ୍ଥିତିରେ ଜୀବଜଗତର ସୁରକ୍ଷା ପାଇଁ ପରିବେଶକୁ ସନ୍ତୁଳିତ ରଖିବା ନିମିତ୍ତ ସଚେତନତା ସୃଷ୍ଟି ହିଁ ବିଶ୍ୱ ପରିବେଶ ଦିବସ ପାଳନର ମୂଳଲକ୍ଷ୍ୟ। ପ୍ରକୃତି ସହ ବନ୍ଧୁତା ଓ ନିବିଡ ସମ୍ପର୍କ ରକ୍ଷା ହିଁ ବିଶ୍ୱ ପରିବେଶ ଦିବସର ସାମଗ୍ରିକ ବାର୍ତ୍ତା।
ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ କୁହନ୍ତି, ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରାଯାଉନି। ହେଲେ ଏହା ସରକାରୀ ନୀତିନିୟମ ଭିତିରେ ରହୁ। କ୍ରଶରଗୁଡିକ ମଧ୍ୟ ସରକାରୀ ନୀତିନିୟମ ମାନି କାର୍ଯ୍ୟ କରନ୍ତୁ। ଏ ନେଇ ସଚେତନତା ସତ୍ତ୍ବେ ସୁଫଳ ମିଳୁନି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri