ପ୍ରଦୂଷଣମୁକ୍ତ ଫଳ

କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଆ ସାରକୁ ପଲିଥିନ ବ୍ୟାଗ୍‌ରେ ରଖି ବାନ୍ଧନ୍ତି । ଏହାଦ୍ୱାରା ୟୁରିଆର ଆମାଇଡ୍‌ ନାମକ ଏକ ବିଷାକ୍ତ ତତ୍ତ୍ୱ କଞ୍ଚା କଦଳୀକୁ ପ୍ରଦୂଷିତକରେ । ଏହି ପ୍ରଦୂଷିତ କଦଳୀ ଖାଇଲେ ବିଭିନ୍ନ ପେଟ ରୋଗ ହୁଏ ।

ଫଳ ସୁଷମ ଖାଦ୍ୟର ଏକ ମୁଖ୍ୟ ଅଂଶ। ଫଳରେ ସ୍ନେହସାର ବ୍ୟତୀତ ଅନ୍ୟ ତିନିଗୋଟି ଖାଦ୍ୟ ଉପାଦାନ ଯଥା ପ୍ରୋଟିନ୍‌ ବା ପୁଷ୍ଟିସାର, କାର୍ବୋହାଇଡ୍ରେଟ୍‌ ବା ଚିନି ଜାତୀୟ ଖାଦ୍ୟ ଏବଂ ଭିଟାମିନ୍‌ ବା ଜୀବନିକା ଭରପୂର ଥାଏ। ଶରୀର ପାଇଁ ଆବଶ୍ୟକ ସମସ୍ତ ଧାତବ ଲବଣ ଯଥା ଆଇରନ୍‌ (ଲୌହ), ମାଙ୍ଗାନିଜ, କପର (ତମ୍ବା), ଜିଙ୍କ୍‌ (ଦସ୍ତା), କ୍ରୋମିୟମ, ସେଲେନିୟମ, ସୋଡିୟମ, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ସଲ୍‌ଫର ସହ ବହୁ ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ଥାଏ। ବୟସ୍କ ଏବଂ ରୋଗୀମାନଙ୍କ ପାଇଁ ଫଳ ଏକ ଉତ୍ତମ ପଥ୍ୟ ସଦୃଶ। ତେଣୁ ଡାକ୍ତରମାନେ ଫଳକୁ ଦୈନଦିନ ଖାଦ୍ୟର ଏକ ମୁଖ୍ୟ ଅଂଶ ଭାବରେ ପରାମର୍ଶ ଦେଇଥାଆନ୍ତି।
ବିକ୍ରି ହେଉଥିବା ମୁଖ୍ୟ ଫଳ ମଧ୍ୟରେ ଆମ୍ବ, କଦଳୀ, ସେଓ, କମଳା, ସପେଟା, ଅମୃତଭଣ୍ଡା, ଆତ, ଅଙ୍ଗୁର, ପିଜୁଳି, ବେଦନା ଆଦି ମୁଖ୍ୟ। ଫଳ କଞ୍ଚାବେଳେ ଖଟା ଏବଂ ସ୍ବାଦହୀନ ଥାଏ। ଏହା ପାଚିଲେ ଏହାର ରଙ୍ଗ ବଦଳେ, ସୁସ୍ବାଦୁ ଏବଂ ନରମ ହୋଇ ଶରୀରର ଅଭିବୃଦ୍ଧି ପାଇଁ ସମସ୍ତ ଖାଦ୍ୟସାର ଯୋଗାଇଥାଏ।
ବର୍ତ୍ତମାନ ବଜାରରେ ଅଜୈବ ବା ସିନ୍ଥେଟିକ୍‌ ଇଥରାଲ ମିଳିଲାଣି।
ଭକ୍ତ ଇଥରାଲକୁ କଞ୍ଚାଫଳରେ ସିଞ୍ଚନ କଲେ ଫଳ ଶୀଘ୍ର ପାଚିଯାଏ।
ଏହାଦ୍ୱାରା ଫଳର ରଙ୍ଗ ଅବଶ୍ୟ ବଦଳେ, କିନ୍ତୁ ଫଳର ଅମ୍ଳ ଅଂଶ ରହିବା ସହ ଏହା ପ୍ରଦୂଷିତ ହୁଏ।ଗୋଦାମରେ କଦଳୀଠାରୁ ଆରମ୍ଭକରି ସମସ୍ତ ପ୍ରକାର କଞ୍ଚାଫଳରେ ଫଳ ବ୍ୟବସାୟୀ ସିନ୍ଥେଟିକ ଇଥରାଲ ପ୍ରୟୋଗକରି ଫଳକୁ ଜବରଦସ୍ତ ପଚାଇ ବିକ୍ରି କରୁଛନ୍ତି। ଇଥରାଲ ବଦଳରେ ବହୁ ଫଳଚାଷୀ ଏବଂ ବ୍ୟବସାୟୀ ବଜାରରେ ସୁବିଧାରେ ମିଳୁଥିବା କ୍ୟାଲସିୟମ କାର୍ବାଇଡ ନାମକ ଏକ ଭଙ୍ଗୁର ରାସାୟନିକ ପଦାର୍ଥକୁ ଝୋଟ ବା ପଲିଥିନ ବ୍ୟାଗ୍‌ରେ କଞ୍ଚାଫଳ ପାଚିବା ପାଇଁ ବ୍ୟବହାର କରିଛନ୍ତିି।
ଉପରୋକ୍ତ ବ୍ୟାଗ୍‌ରେ କଞ୍ଚାଫଳକୁ ରଖି ଫଳ ମଝିରେ କିଛି କ୍ୟାଲସିୟମ କାର୍ବାଇଡ୍‌ ଥୋଇ ଦିଅନ୍ତି। ଏହା ଫଳରେ ଥିବା ଜଳୀୟ ଅଂଶ ଏବଂ ବ୍ୟାଗ୍‌ର ଅନ୍ତର୍ନିହିତ ଉତ୍ତାପରେ ଏସିଟିଲିନ୍‌ ନାମକ ଏକ ବିଷାକ୍ତ ରାସାୟନିକ ଗ୍ୟାସ୍‌ ବାହାରି ଫଳକୁ ପଚାଏ।
କ୍ୟାଲସିୟମ କାର୍ବାଇଡରେ ଆରସେନିକ୍‌ ଭଳି ଏକ ବିଷାକ୍ତ ରାସାୟନିକ ପଦାର୍ଥ ଥାଏ। ଫଳ ପାଚି ନରମ ହେଲେ ଉକ୍ତ ବିଷାକ୍ତ ଗ୍ୟାସ୍‌ ଏବଂ ଆର୍‌ସେନିକର କିଛି ଅଂଶ ଫଳରେ ରହିଯାଏ। ଏହାଦ୍ୱାରା ଫଳ ପ୍ରଦୂଷିତ ହୁଏ।
ଜବରଦସ୍ତ ପାଚୁଥିବା ଫଳକୁ ଖାଇ ଆମେ ବିଭିନ୍ନ ପେଟରୋଗ ଏବଂ ମାରାମତ୍କ ପାକସ୍ଥଳୀ ଏବଂ ଅନ୍ତନଳୀ କ୍ୟାନ୍‌ସରରେ ପୀଡ଼ିତ ହେବା ଆଶଙ୍କା ଥାଏ। କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଆ ସାରକୁ ପଲିଥିନ ବ୍ୟାଗ୍‌ରେ ରଖି ବାନ୍ଧନ୍ତି।
ଏହାଦ୍ୱାରା ୟୁରିଆର ଆମାଇଡ୍‌ ନାମକ ଏକ ବିଷାକ୍ତ ତତ୍ତ୍ୱ କଞ୍ଚା କଦଳୀକୁ ପ୍ରଦୂଷିତକରେ। ଏହି ପ୍ରଦୂଷିତ କଦଳୀ ଖାଇଲେ ବିଭିନ୍ନ ପେଟ ରୋଗ ହୁଏ ା ସେଓ ଏବଂ କମଳା ଜାତୀୟ ଫଳକୁ ଅଧିକ ଦିନ ସାଇତି ରଖି ବିକ୍ରି ପାଇଁ କେତେଜଣ ବ୍ୟବସାୟୀ ଉକ୍ତ ଫଳକୁ ତରଳ ପାରାଫିନ୍‌ ବା ମହମର ଲେପ ଦିଅନ୍ତି। ତାରାଫିନ୍‌ ଲେପ ଦ୍ୱାରା ଫଳର ପ୍ରଶ୍ୱସନ ପ୍ରକ୍ରିିୟା କମ୍‌ ହୁଏ। ଯାହାଦ୍ୱାରା ଫଳ ନ ପଚି ଅନେକ ଦିନ ରହେ ଏବଂ ଫଳ ବାହାରକୁ ଚିକ୍କଣ ଦେଖାଯାଏ। ପ୍ରଦୂଷିତ ଫଳ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଫଳ ଯେହେତୁ ଏକ ସୁଷମ ଖାଦ୍ୟ ଏହାକୁ ଆମେ ଅବଶ୍ୟ ଛାଡ଼ିପାରିବା ନାହିଁ। ତେଣୁ ଏଗୁଡ଼ିକୁ କିଣିବା ପରେ ବିଶୁଦ୍ଧ ପାଣିରେ ଭଲ ଭାବେ ଧୋଇ ଖାଇବା ଉଚିତ। ଏହାଛଡ଼ା ପରୀକ୍ଷାରୁ ଜଣାପଡ଼ିଛି ଯେ ପାଚିବାକୁ ଥିବା ଫଳକୁ ଏକ ବ୍ୟାଗ୍‌ରେ ରଖି ଫଳଗୁଡ଼ିକର ମଝିରେ କିଛି ଗଛ ପାଚିଲା କଦଳୀ ଥୋଇଲେ କଞ୍ଚାଫଳ ବିନା ପ୍ରଦୂଷଣରେ ପାଚିଥାଏ। କାରଣ ପାଚିଲା କଦଳୀରେ ଥିବା ଜୈବିକ ଇଥରାଲରୁ ଏହାର ଗ୍ୟାସ୍‌ ବାହାରି ଫଳକୁ ପଚାଏ। ବିନା ରାସାୟନିକ ଦ୍ରବ୍ୟ ପ୍ରୟୋଗରେ ଫଳକୁ ପଚାଇବା ପାଇଁ ବର୍ତ୍ତମାନ ଘୋଡ଼ଣୀ ଥିବା ଧାତୁ ନିର୍ମିତ ଏକ ପାତ୍ର ବଜାରରେ ବିକ୍ରି ହେବାକୁ ଯାଉଛି। ଅର୍ଦ୍ଧ ପାଚିବା ଫଳକୁ ଉକ୍ତ ପାତ୍ରରେ ଥୋଇ ଢାଙ୍କୁଣିକୁ ଘୋଡ଼ାଇଲେ ଫଳରୁ ଜୈବ ଇଥିଲିନ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାହାରି ଫଳକୁ କମ୍‌ ସମୟରେ ବିନା ପ୍ରଦୂଷଣରେ ପଚାଏ।
-ଶୈଳଶ୍ରୀବିହାର, ଭୁବନେଶ୍ୱର
ମୋ : ୯୫୫୬୨୬୬୦୮୫


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri