ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍‌’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍‌ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ରେ ପୂଜା ବେଦୀଙ୍କ ଝିଅ ଆଲୟା ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଯାଇଛନ୍ତି।
ଏକ ସାକ୍ଷାତକାରରେ ଆଲୟା କହିଛନ୍ତି, ମୋତେ ଲୋକଙ୍କ ପ୍ରଶଂସା ବହୁତ ଖୁସି ଦେଇଛି। ନିତିନ୍‌ କକ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଲଣ୍ଡନର ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମକୁ ପୂଜା ଏଣ୍ଟରଟେନ୍‌ମେଣ୍ଟରେ ପ୍ରସ୍ତୁତ କରାଯାଇଥିଲା। ୩୧ ଜାନୁୟାରୀରେ ରିଲିଜ୍‌ ହୋଇଥିବା ଫିଲ୍ମଟି ଭାରତରେ ଗୋଟିଏ ସପ୍ତାହରେ ପ୍ରାୟ ୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହା ପରଠାରୁ ଆଲୟାଙ୍କ ନିକଟକୁ ଅଫର ଉପରେ ଅଫର ଆସୁଛି। ତେଣୁ କେଉଁ ଫିଲ୍ମରେ ଅଭିନୟ କରିବେ ସେ ସମ୍ପର୍କରେ କିଛି ନିଷ୍ପତ୍ତି ନେଇନାହାନ୍ତି। ଏବେ ସିନା ଆଲୟାଙ୍କ ନିକଟକୁ ଏତେ ଅଫର ଆସୁଛି ମାତ୍ର ପ୍ରଥମ ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ବହୁ କଷ୍ଟକର ଥିଲା। ଯେତେବେଳେ ଦର୍ଶକେ ତାଙ୍କୁ ପସନ୍ଦ କରୁ ନ ଥିଲେ ସେ ନିରାଶ ହୋଇପଡୁଥିଲେ। ତେଣୁ ସେ ଚିନ୍ତା କଲେ ଯଦି ଜଣେ ପ୍ରଯୋଜକ ଗୋଟିଏ ଗୋଟିଏ ଫିଲ୍ମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି ସେ କାହିଁକି ଅଭିନୟ କରି ପରିଶ୍ରମର ମୂଲ୍ୟ ଉଠାଇ ନ ପାରିବେ। ତା’ ପରେ କାମରେ ଧ୍ୟାନ ଦେଲେ। ଯାହାର ଉଦାହରଣ ‘ଜଓ୍ବାନୀ ଜାନେମନ୍‌’। ଫିଲ୍ମଟି ତାଙ୍କୁ ବହୁତ ସଫଳତା ଆଣିଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri