Posted inଫୁରସତ

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ

ଖୋର୍ଦ୍ଧା ଜିଲା ବଉଳାବନ୍ଧ ନିକଟସ୍ଥ ଇଚ୍ଛାପୁର ଗାଁରେ ମୋ ଜନ୍ମ। ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏସ୍‌ସି ଓ ବି.ଏସ୍‌ସି ପଢିଥିଲି। ତା’ସହିତ ଏନ୍‌ସିସି ପାର୍ଟ-୧ ପରୀକ୍ଷା ଦେଇ ସାର୍ଟିଫିକେଟ୍‌ ବି ପାଇଥିଲି। ତେବେ ବି.ଏସ୍‌ସି ପରେ ଚାଷଙ୍ଗରା ନିକଟସ୍ଥ ଭାଲେରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲି। ସେତେବେଳେ ଏହା ଏକ ବେସରକାରୀ ବିଦ୍ୟାଳୟ ଥିଲା। ତେଣୁ ବିନା ପାରିଶ୍ରମିକରେ ଶିକ୍ଷକତା କରିବାକୁ ପଡୁଥିଲା। ୧୯୮୮ ମାର୍ଚ୍ଚରେ ବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିଥିଲେ ହେଁ ଦରମା ମିଳିଲା ବେଳକୁ ୧୯୯୦ ଫେବୃୟାରୀ ମାସ ହୋଇଗଲା। ସେତେବେଳକୁ ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌ ପାସ୍‌ କରିସାରିଥାଏ। ଯଦ୍ଦ୍ବାରା ସେ ସମୟରେ ମୋତେ ସରକାରୀ ଶିକ୍ଷକ ଭାବେ ବକେୟା ଦରମା ସବୁ ଏକକାଳୀନ ମିଳିଥିଲା ଆଉ ମୁଁ ସେହି ଟଙ୍କାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ଯେତେବେଳେ ଦରକାର ପଡୁଥିଲା ବାପାଙ୍କ ପାଖରୁ ଆଣି ଖର୍ଚ୍ଚ କରୁଥିଲି। ପ୍ରାୟ ୨୧ ବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଛାତ୍ରୀଛାତ୍ରଙ୍କୁ ଏନ୍‌ସିସି ବି ଶିଖାଉଥିଲି। ତା’ସହିତ ଉକ୍ତ ସ୍କୁଲ୍‌ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ମଧ୍ୟ ତୁଲାଉଥିଲି। ଭାଲେରୀ ଉଚ୍ଚ ବିଦ୍ୟାଳୟ ପରେ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ୩ ବର୍ଷ ଶିକ୍ଷକତା କରିବା ପରେ ବଡ଼କୁଳ ଚିଲିକା ନୋଡାଲ ଉଚ୍ଚବିଦ୍ୟାଳୟକୁ ମୋର ବଦଳି ହୋଇଥିଲା। ଯେଉଁଠାରେ ମୁଁ ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଅଛି। ଚାକିରି ଜୀବନ ବାଦ୍‌ କବିତା, ଶିଶୁ ନାଟକ, ବିଜ୍ଞାନ ଭିତ୍ତିକ ନାଟକ ଇତ୍ୟାଦି ଲେଖିବାରେ ବି ମୋର ରୁଚି ରହିଛି। ୟା’ଭିତରେ ଧରଣୀ ଝରାଏ ଲୁହ, ପୁଅ ଖୋଲିଦେଲା ବାପାର ଆଖି, ବନରାଜଙ୍କ ବରଦାନ, ଗ୍ରୀନ୍‌ ଏନର୍ଜି, ମୁଁ ହେଲି ସାତପର, ଡିଜିଟାଲ୍‌ ଇଣ୍ଡିଆ, ଫାଇଲିନ୍‌ର ବିଭୀଷିକା, ବୃକ୍ଷ ଫେରାଇଲା ମୋ ପୁଅକୁ ଇତ୍ୟାଦି ବିଜ୍ଞାନ ଭିତ୍ତିକ ନାଟକ ଲେଖିବା ସହ ନିର୍ଦ୍ଦେଶନା ଦେଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ପରିବେଷଣ ହୋଇସାରିଲାଣି। ତନ୍ମଧ୍ୟରୁ କିଛି ନାଟକ ଖୋର୍ଦ୍ଧା ଜିଲାସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତାରେ ପରିବେଷଣ ହୋଇ ମୋତେ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ବି ମିଳିସାରିଲାଣି। ତା’ସହିତ ଗଣିତ ଦ୍ୱିତୀୟ ପତ୍ର ନାମକ ଏକ ବହି ବି ମୋର ପ୍ରକାଶିତ ହୋଇସାରିଲାଣି। ଏହି ବହିରେ ମୁଖ୍ୟତଃ ଜ୍ୟାମିତି, ପରିମିତି, ତ୍ରିକୋଣମିତିର ସହଜ ସମାଧାନ ନିମିତ୍ତ ଅନେକ ଆବଶ୍ୟକ ଜାଣିବା କଥାମାନ ରହିଛି। ସେହିପରି ପ୍ରଗତିଶୀଳ ସୃଜନୀ ସଂସଦ(ଏହା ଏକ ଅଗ୍ରଣୀ ସାହିତି୍ୟକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ)ର ମୁଁ ହେଉଛି ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ। ଏହି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ, ବୃକ୍ଷରୋପଣ, ଉତ୍କଳ ଦିବସ ପାଳନ, ମହାବିଷୁବ ସଂକ୍ରାନ୍ତିରେ କବି ସମ୍ମିଳନୀର ଆୟୋଜନ, ସ୍ବର୍ଣ୍ଣଉଷା ନାମକ ବାର୍ଷିକ ସାହିତ୍ୟ ପତ୍ରିକା ଉନ୍ମୋଚନ, ଗୁରୁଦିବସରେ କୃତୀ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଓ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଶ୍ରେଣୀର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ସ୍ଥାନୀୟ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସ୍ବାଧୀନତା ଦିବସ, ଶିଶୁଦିବସ, ଗୁରୁଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ପରିଚାଳନା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଉଛି। କେବଳ ସେତିକି ନୁହେଁ ବାପାଙ୍କ ନାମରେ ବିଶ୍ୱନାଥ ସ୍ବାଇଁ ସ୍ମୃତି ସଂସଦ ବି ମୁଁ ଗଢିଛି। ଏହି ସଂସଦ ତରଫରୁ ମଝିରେ ମଝିରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ ତଥା ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ବି କରାଯାଇଥାଏ। ଏତଦ୍‌ବ୍ୟତୀତ ଏବେ ମୁଁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ଖୋର୍ଦ୍ଧା ଜିଲା କାର୍ଯ୍ୟକାରୀ ସଦସ୍ୟର ଦାୟିତ୍ୱ ମଧ୍ୟ ତୁଲାଉଅଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri