ପ୍ରଥମ ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି

ଲେଖିକା ତଥା ପ୍ରାଧ୍ୟାପିକା ମିନତି ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କେନ୍ଦ୍ରାପଡା ଜିଲା ମାର୍ଶାଘାଇଠାରେ ମୋ ଜନ୍ମ। ମାର୍ଶାଘାଇ ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୮୧ରେ ଦଶମ ପାସ୍‌ କରିବା ପରେ କେନ୍ଦ୍ରାପଡା କଲେଜରେ ପଢିଥିଲି। ସେଠାରୁ ଓଡିଆ ଅନର୍ସରେ ବିଏ ସରିବା ପରେ ବାଣୀବିହାରରେ ପିଜି କଲି। ପିଜି ପରେ ରାଉରକେଲାରେ ଥିବା ବଡ଼ ଭଉଣୀଙ୍କ ଘରେ ରହି ସ୍ଥାନୀୟ ଏକ ବେସରକାରୀ କଲେଜରେ ଓଡିଆ ଅଧ୍ୟାପିକା ଭାବେ କାମ କରିବାକୁ ଲାଗିଲି। ତା’ସହିତ ସେଠାରେ ଥିବା ଏକ ଭୋକେଶନାଲ୍‌ ଟ୍ରେନିଂ ସ୍କୁଲ୍‌ରେ ବି ପିଲାଙ୍କୁ ଓଡିଆ ପଢାଉଥିଲି। ଏଥିରୁ ଯାହା ସ୍ବଳ୍ପ ରୋଜଗାର ହେଉଥିଲା ତାହା ମୋ ହାତଖର୍ଚ୍ଚରେ ସରୁଥିଲା। ଏମିତି ବର୍ଷେ ବିତିବା ପରେ ସୁନ୍ଦରଗଡ଼ର ଡୁଡୁକା ଅଞ୍ଚଳରେ ଥିବା ଭେସଜ ପଟେଲ କଲେଜରେ ମୋତେ ଅଧ୍ୟାପିକା ଚାକିରି ମିଳିଲା। ସେତେବେଳେ ଏହି କଲେଜଟି ସେମିଗଭର୍ନମେଣ୍ଟ ଥିଲା। ତେଣୁ ମାତ୍ର ୫୨୫ ଟଙ୍କା ଦରମାରେ ମୋ ଚାକିରି ଜୀବନ ଆରମ୍ଭ ହେଲା। ସ୍ବଳ୍ପ ହୋଇଥିଲେ ବି ପ୍ରଥମ ମାସର ଦରମା ହାତରେ ଧରିଲା ପରେ ଯେଉଁ ଖୁସି ମୋତେ ମିଳିଥିଲା ତାହା ଥିଲା ଅବର୍ଣ୍ଣନୀୟ। ହେଲେ ଘରଠାରୁ ଦୂରରେ ରହୁଥିବାରୁ (ଚାକିରି ସ୍ଥାନରେ) ବାପା ଓ ବୋଉଙ୍କ ହାତରେ ଦରମା ଟଙ୍କା ଦେବାର ସୌଭାଗ୍ୟ ପାଇ ନ ଥିଲି। ତେଣୁ ସେହି ଟଙ୍କାରୁ କିଛି ନେଇ ଠାକୁରଙ୍କ ପାଖେ ଆଗେ ଭୋଗ କଲି। ବାକି ଯାହା ବଳିଥିଲା ସେଥିରେ ସାନ ଭାଇ, ବଡ଼ ଭଉଣୀ ଓ ପୁତୁରାମାନଙ୍କ ପାଇଁ ଛୋଟ ଛୋଟ ଉପହାର କିଣି ଅତି ଉତ୍ସାହର ସହ ଛୁଟିକି ଅପେକ୍ଷା କରି ରହିଥିଲି ଘରକୁ ଯିବାପାଇଁ। ୟା’ ଭିତରେ ଦୀର୍ଘ ୨୯ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ ମୁଁ ଏବେ ସେହି ଭେସଜ ପଟେଲ କଲେଜରେ ସେମିତି ଅଛି। ଅବଶ୍ୟ ୧୯୯୪ରୁ ଚାକିରି ରେଗୁଲାର୍‌ ହେବା ପରେ ମାତ୍ର ୩ ବର୍ଷ ପାଇଁ ମହର୍ଷି କଲେଜକୁ ମୋର ବଦଳି ହୋଇଥିଲା। ହେଲେ ତା’ପରେ ପୁଣି ଏହି କଲେଜକୁ ପଳେଇ ଆସିଥିଲି। ଏବେ ପ୍ରମୋଶନ ପାଇ ଅଧ୍ୟାପିକାରୁ ପ୍ରାଧ୍ୟାପିକା ବି ହୋଇଗଲିଣି। ମୋଟା ଅଙ୍କର ଦରମା ମଧ୍ୟ ପାଉଛି, କିନ୍ତୁ ସେହି ପ୍ରଥମ ମାସର ସ୍ବଳ୍ପ ଦରମା ପାଇବାର ଖୁସିକୁ ଏବେ ବି ଝୁରି ହେଉଛି। ଚାକିରି ଜୀବନ ବାଦ୍‌ ଗପ ଓ କବିତା ଲେଖିବାରେ ମଧ୍ୟ ମୋର ରୁଚି ରହିଛି। ନବମ ଶ୍ରେଣୀରେ ପଢିଲାବେଳେ ଗୀତିକବିତା, ଭଜନ ଆଦି ଲେଖୁଥିଲି। କ୍ରମେ ଗୀତ ଲେଖିବାର ଧାରା ବଦଳିଥିଲା। ସେହିପରି କଲେଜରେ ପଢିବା ସମୟରେ କଲେଜ ମାଗାଜିନ୍‌ ପାଇଁ ‘ଅଲିଭା ସ୍ମୃତି’ ନାମକ ଏକ ଗପ ଲେଖିଥିଲି। ବାସ୍‌ ତା’ପରଠୁ ଗପ ଲେଖା ମୋର ଚାଲିଲା। ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ମୋ ଗପଗୁଡ଼ିକ ପର୍ଯ୍ୟବସିତ। ଅନ୍ୟପକ୍ଷେ ସମାଜର ବିଭିନ୍ନ ରୂପରେଖ ତଥା ରୋମାଣ୍ଟିକ୍‌ ଭାବଧାରାକୁ ନେଇ ମୁଁ କବିତା ଲେଖିଥାଏ। ୟା’ଭିତରେ ଅନେକ ଖବରକାଗଜ ତଥା ମାଗାଜିନ୍‌ରେ ମୋର ବହୁ ଗପ ଓ କବିତା ପ୍ରକାଶ ପାଇସାରିଲାଣି। ତା’ଛଡ଼ା ‘ଅମୃତ ରୂପା’ ନାମରେ ଏକ କବିତା ସଂକଳନ ବି ମୋର ପ୍ରକାଶିତ ହୋଇସାରିଲାଣି। ସେହିପରି ‘ସୁର୍‌’ ନାମକ ଏକ ସାମାଜିକ ତଥା ସାଂସ୍କୃତିକ ଅନୁ୍‌ଷ୍ଠାନର ମୁଁ ଏବେ ଜଣେ ସଦସ୍ୟା। ଏହି ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ ଭଜନ ସନ୍ଧ୍ୟା, କବିତା ଆସର ଆଦି ଆୟୋଜନ କରାଯାଇଥାଏ, ଯେଉଁଥିରେ ମୁଁ ମଞ୍ଚ ସଂଯୋଜନା କରିବାର ମୁଖ୍ୟ ଦାୟିତ୍ୱ ତୁଲାଇଥାଏ। ଶେଷରେ କେବଳ ଏତିକି କହିବି, ଆଜି ମୁଁ ଯେଉଁ ସ୍ଥାନରେ ଆସି ପହଞ୍ଚତ୍ଛି ତା’ ପଛରେ ଠାକୁରଙ୍କର, ମୋ ଗୁରୁଜନମାନଙ୍କର ତଥା ମୋ ସ୍ବାମୀଙ୍କର ଖୁବ୍‌ ସ୍ନେହାର୍ଶୀବାଦ ରହିଛି।
-ଜୟନାରାୟଣ ମେଣ୍ଡୁଳ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri