Posted inଫୁରସତ

ପ୍ରଥମ ଦରମାରେ ଗରିବ ମେଧାବୀ ପିଲାଙ୍କୁ ସାହାଯ୍ୟ କରିଥିଲି: ଶିକ୍ଷାବିତ୍‌ ଡ.ବିଷ୍ଣୁ ଚରଣ ସାହୁ

ଶିକ୍ଷାବିତ୍‌, ଲେଖକ ତଥା ସମାଜସେବୀ ଡ.ବିଷ୍ଣୁ ଚରଣ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ନାଉପାଳ ଗାଁରେ ମୋର ଜନ୍ମ। ସ୍ଥାନୀୟ ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ ଏନ୍‌ସି କଲେଜରେ ଆଇଏସ୍‌ସି ଏବଂ ବିଜେବି କଲେଜରେ ମ୍ୟାଥମେଟିକ୍‌ ଅନର୍ସ ରଖି ବିଏସ୍‌ସି ପଢିଥିଲି। ତା’ପରେ ପୁଣି ବିଜେବି କଲେଜରୁ ବିଏଡ ଏବଂ ରାଜସ୍ଥାନ ୟୁନିଭର୍ସିଟିରୁ ଏମ୍‌ଏଡ ସାରି ବାଣୀବିହାରରେ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ଏମ୍‌ଏ କରିଥିଲି। ତା’ସହିତ ବିଭିନ୍ନ ଧନ୍ଦାମୂଳକ ପରୀକ୍ଷା ବି ଦେଉଥିଲି। ସୌଭାଗ୍ୟକୁ ସେହି ସମୟରେ ମୋତେ ଶିକ୍ଷକ ଚାକିରି ମିଳିଗଲା। ୧୯୭୪ ମସିହା ଅକ୍ଟୋବର ମାସରେ ପାତ୍ରପଡ଼ା ଭଗବାନପୁର ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା। ପୂର୍ବରୁ ଗରିବ ତଥା ମେଧାବୀ ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ କରିବାର ନିଶା ଥିବାରୁ ଚାକିରିରୁ ଯେଉଁ ପ୍ରଥମ ଦରମା ପାଇଲି, ସେଥିରୁ କିଛି ସେମାନଙ୍କ ପାଇଁ ଖର୍ଚ୍ଚ କରିଥିଲି। ତା’ଛଡ଼ା ସେତେବେଳେ ନୂଆ ବାହାଘର ହୋଇଥିବାରୁ ଧର୍ମପତ୍ନୀଙ୍କୁ ନେଇ ପୁରୀ ବୁଲିବାକୁ ବି ଯାଇଥିଲି। ଏଥିସହିତ ଗାଁରେ ଥିବା ବାପାବୋଉ ତଥା ପଡୋଶୀଙ୍କ ପାଇଁ ମିଠା କିଣି ନେବା ସହ ବଳକା ଟଙ୍କା ବାପାବୋଉଙ୍କ ହାତରେ ଦେଇ ଦେଇଥିଲି। ପାଖାପାଖି ୧୫ ବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ବାଲିଅନ୍ତା ଉଚ୍ଚବିଦ୍ୟାଳୟକୁ ମୋର ବଦଳି ହୋଇଥିଲା। ସେଠାରୁ ପୁଣି ୫ବର୍ଷ ପରେ ପ୍ରମୋଶନ ପାଇ ପ୍ରଧାନ ଶିକ୍ଷକ ଭାବେ ଚନ୍ଦକା ଉଚ୍ଚବିଦ୍ୟାଳୟରେ ଯୋଗ ଦେଇଥିଲି। ୪ ବର୍ଷ ପରେ ଭୁବନେଶ୍ୱର ୯ ନମ୍ବରସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇ ଯାଇ ଶେଷରେ ସେହିଠାରୁ ହିଁ ୨୦୦୯ରେ ଚାକିରିରୁ ଅବସର ନେଇଥିଲି। ଅବଶ୍ୟ ତା’ପୂର୍ବରୁ ୨୦୦୨ରେ ମୁଁ ପିଏଚ୍‌ଡି କରିସାରିଥିଲି। ଏବେ ଅବସର ପରେ ବିଭିନ୍ନ ସମାଜମଙ୍ଗଳ କାମରେ ମୋର ସମୟ ବିତୁଛି। ତା’ସହିତ ଲେଖାଲେଖି ବି କରୁଛି। ବିଶେଷକରି ଶିକ୍ଷାର ମାନବୃଦ୍ଧି ତଥା ବିଜ୍ଞାନ ସମ୍ବନ୍ଧୀୟ ଲେଖାକୁ ନେଇ ମୋର ଅନେକ ଆର୍ଟିକିଲ୍‌ ୟା’ଭିତରେ ବିଭିନ୍ନ ଖବରକାଗଜ ତଥା ମାଗାଜିନ୍‌ରେ ପ୍ରକାଶ ପାଇସାରିଲାଣି। ସେହିପରି ସ୍କୁଲ୍‌, କଲେଜ ତଥା ଜାତୀୟ ସ୍ତରର ବିଭିନ୍ନ ସେମିନାର୍‌ରେ ଯୋଗ ଦେବାକୁ ବି ମୋତେ ଆମନ୍ତ୍ରିତ କରାଯାଉଛି। ଗଛ ଲଗାଇବା ବି ମୋର ଆଉ ଏକ ରୁଚି। ଚନ୍ଦକା ବିଦ୍ୟାଳୟ ତଥା ୯ ନମ୍ବର ବାଳକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିଲାବେଳେ ବିଦ୍ୟାଳୟ କ୍ୟାମ୍ପସ୍‌ରେ ଅନେକ ଗଛ ଲଗାଇଥିଲି। ତା’ସହିତ ସେତେବେଳେ ବିଦ୍ୟାଳୟରେ ଅନେକ ଜିଲା ତଥା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ ବି ମୁଁ କରିଥିଲି। ସେହିପରି ଗରିବ ତଥା ମେଧାବୀ ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ କରିବାରୁ ମୁଁ ସର୍ବଦା ତତ୍ପର ରହିଥାଏ। ଚାକିରି କଲାବେଳେ ଦରମା ଟଙ୍କାରୁ ଏଥିପାଇଁ ଖର୍ଚ୍ଚ କରୁଥିଲି ଆଉ ଏବେ ଅବସର ପରେ ପେନ୍‌ସନ୍‌ ଟଙ୍କାକୁ ବି ଏହି ମହତ୍‌ କାମରେ ଲଗାଇ ଦେଉଛି। ଏସବୁ ବ୍ୟତୀତ ଏବେ ମୁଁ ଭୁବନେଶ୍ୱର ରୋଟାରୀ କ୍ଲବର ଲିଟରାସି ସବ୍‌ଜେକ୍ଟର ଚେୟାର୍‌ମ୍ୟାନ୍‌ ଅଛି। ଏହି କ୍ଲବ ତରଫରୁ ଚନ୍ଦକାରେ ଏକ ପ୍ରାଥମିକ ବିଦ୍ୟାଳୟ ଗଢାଯାଇଛି। ଯେଉଁଠାରେ ଆଦିବାସୀ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବାର ସମସ୍ତ ବନ୍ଦୋବସ୍ତ କରାଯାଇଛି, ଯାହାର ମୁଖ୍ୟ ଦାୟିତ୍ୱ ମୋତେ ହିଁ ସମ୍ଭାଳିବାକୁ ପଡୁଛି। ଏଥିସହିତ ଏକାମ୍ର ଶିଶୁ ସାହିତ୍ୟ ସଂସଦର ଓ୍ବାର୍କିଂ ପ୍ରେସିଡେଣ୍ଟ ଦାୟିତ୍ୱ ବି ମୁଁ ସମ୍ଭାଳୁଛି। ଶିକ୍ଷକତା ହେଉ ଅବା ଲେଖାଲେଖି କିମ୍ବା ସମାଜସେବା, ଏଥିପାଇଁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିସାରିଛି। ଖାସ୍‌କରି ଚାକିରି ସମୟରେ ମିଳିଥିବା ବେଷ୍ଟ ଟିଚର୍‌ ଏବଂ ବେଷ୍ଟ ହେଡ୍‌ ମାଷ୍ଟର ଆଓ୍ବାର୍ଡ ମୋତେ ଏକ ନିଆରା ପରିଚିତି ଦେଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବନାହିଁ। ତେଣୁ ଶେଷରେ କେବଳ ଏତିକି କହିବି, ଭଗବାନଙ୍କ କୃପାରୁ ଆଜିଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଛି ଆଉ ଆଗକୁ ବି ଏମିତି ଚାଲୁ ବୋଲି ଆଶା କରୁଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri