Categories: ବାଣିଜ୍ୟ

ପ୍ରଥମ ତ୍ରୈମାସରେ ଏଫ୍‌ଡିଆଇ ବଢ଼ିଛି ୨୮%

ନୂଆଦିଲ୍ଲୀ,୬-୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ଦେଶର ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ) ୨୮% ବୃଦ୍ଧି ପାଇଛି। ଏହି ସମୟରେ ୧.୧୭ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ୧୬.୩୩ ବିଲିୟନ ଡଲାର ନିବେଶ ହୋଇଛି। ଗତବର୍ଷ ସମାନ ଅବଧିରେ ୯୧ ହଜାର କୋଟି ଟଙ୍କା ଅର୍ଥାତ୍‌ ୧୨.୭୫ ବିଲିୟନ ଡଲାର ନିବେଶ ହୋଇଥିଲା।

Share