ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ମଙ୍ଗଳବାର ସକାଳେ ଗଜପତି ମହାରାଜା ଦୋଳମଣ୍ଡପ ସାହି ଉପ୍ରା ବିଦ୍ୟାଳୟ ୧୦୨ ନଂ. ବୁଥ୍‌କୁ ମହାରାଣୀଙ୍କ ସହ ଆସି ଭୋଟ ଦେଇଛନ୍ତି । ମତଦାନ ପରେ ଗଣମାଧ୍ୟମକୁ ଗଜପତି ମହାରାଜା କହିଥିଲେ, ମତାଧିକାର ସାବ୍ୟସ୍ତ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ମୁଖ୍ୟ ଦାୟିତ୍ୱ ଓ କର୍ତ୍ତବ୍ୟ। ଏହାଦ୍ୱାରା ଆମ ରାଷ୍ଟ୍ର ତଥା ରାଜ୍ୟର ଭବିଷ୍ୟତ ନିର୍ମାଣ ହେବ। ଭୋଟ ହେଉଛି ସବୁଠୁ ମୂଲ୍ୟବାନ, ଏହାକୁ କାହା ସହିତ ତୁଳନା କରାଯାଇପାରିବ ନାହିଁ। ଏହା ଏକ ସ୍ବତନ୍ତ୍ର ବିଧାନ, ସ୍ବତନ୍ତ୍ର ଅଧିକାର ଏବଂ ସ୍ବତନ୍ତ୍ର କର୍ତ୍ତବ୍ୟ। ମତଦାନ ସମୟରେ ପ୍ରଥମେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କୁ ଦେଖିବା ଦରକାର, ପରେ ଦଳ। ବ୍ୟକ୍ତି ଠିକ୍‌ ରହିଲେ କାମ ଠିକ୍‌ ହେବ। ତେଣୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କ ଚରିତ୍ର, ବ୍ୟକ୍ତିତ୍ୱ ଦେଖି ମତଦାନ କରିବା ଦରକାର। ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଯେଉଁମାନେ ବିଧାନସଭା ଏବଂ ଲୋକ ସଭାକୁ ଯିବେ ସେମାନେ ପୁରୀକୁ ଅଗ୍ରାଧିକାର ଦେବେ ବୋଲି ଗଜପତି ଆଶା ରଖିଛନ୍ତି। ସେହିପରି ନୂଆକରି ଭିଭିପିଏଟିର ବ୍ୟବହାର ସମ୍ପର୍କରେ ପ୍ରଶ୍ନ ହେବାରୁ ଭୋଟ ଦେବା ପାଇଁ ସରଳ ବ୍ୟବସ୍ଥା ହୋଇଛି। କୌଣସି ନାଗରିକଙ୍କୁ ଭୋଟ ଦେବା ଲାଗି କିଛି ବି ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ପୁରୀ କେବଳ ଆମ ରାଜ୍ୟର ଏକ ସହର ନୁହେଁ, ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ମୂଳପୀଠ। ସମଗ୍ର ସନାତନ ବୈଦିକ ହିନ୍ଦୁଙ୍କର ମୂଳ ପୀଠ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏହାକୁ ଆମେ ସମସ୍ତେ ଠିକ୍‌ ଭାବେ ବୁଝିପାରିଲେ ପୁରୀର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ ବୋଲି ଗଜପତି ମହାରାଜା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୨ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର…

ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…

ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ଏହିଦିନ ହେବ…

ପାଟ୍‌ନା,୬ା୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ ଉକ୍ତ…

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ

ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍‌ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ…

ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri