ପ୍ରତ୍ୟକ୍ଷ ଟିକସ ହ୍ରାସ ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୩୧।୧୦: ସରକାର ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ବା ଆୟକର ହ୍ରାସ ନ କରିପାରନ୍ତି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଟିକସ ହ୍ରାସ ଯୋଗୁ ବିତ୍ତୀୟ ଧାରା ପ୍ରଭାବିତ ହୋଇଛି। ନିକଟରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କର୍ପୋରେଟ ଟିକସକୁ ପ୍ରାୟ ୧୦ ପରସେଣ୍ଟଟେଜ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଭଳି ସ୍ଥିତିରେ ବ୍ୟକ୍ତିଗତ ଆୟକର ହ୍ରାସ ଦ୍ୱାରା ଚାହିଦା ବୃଦ୍ଧି କରାଇବା ନେଇ ବିଭିନ୍ନ ଚାପ ସରକାରଙ୍କ ଉପରେ ରହିଛି। ସୂଚନା ମୁତାବକ, ବର୍ତ୍ତମାନ ସ୍ଥିତିରେ ବ୍ୟକ୍ତିଗତ ଆୟକର ହ୍ରାସ କରିବା କଷ୍ଟକର ବ୍ୟାପାର। ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ପରୋକ୍ଷ ଟିକସ ହ୍ରାସ ଦ୍ୱାରା ଟିକସ ସଂଗ୍ରହ କମିଥିବାରୁ ସରକାର ପୁଣି ଥରେ ରାଜକୋଷ ଉପରେ ଚାପ ପକାଇବାକୁ ଚାହୁଁ ନ ଥିବା ଜଣାପଡିଛି। ସରକାର ଗତ ବର୍ଷ ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇ ନ ଥିଲେ। ଚଳିତ ବର୍ଷ ଉକ୍ତ ବର୍ଗରେ ୧୩.୮୦ ଲକ୍ଷ କୋଟି ଟଙ୍କାର ଉଚ୍ଚ ରାଜସ୍ବ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଛି।
ଏପଟେ ଆୟୁଷ୍ମାନ ଭାରତ, ମହାତ୍ମାଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (ଏମ୍‌ଏନ୍‌ଆର୍‌ଇଜିଏ), ପିଏମ୍‌ କିଷାନ, ପିଏମ୍‌ ଆବାସ ଭଳି ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଖର୍ଚ୍ଚ ଲାଗି ଅଧିକ ରାଜସ୍ବ ଆବଶ୍ୟକ ପଡୁଛି। କର୍ପୋରେଟ ଟିକସ କମିବା ଯୋଗୁ ରାଜକୋଷ ଉପରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର ଚାପ ପଡିଛି। ଏଭଳି ସ୍ଥିତିରେ ସାମାଜିକ ସୁରକ୍ଷା ଯୋଜନାଗୁଡିକରେ ଖର୍ଚ୍ଚ ଲାଗି ସରକାରଙ୍କୁ ନିଶ୍ଚିତ ପୁଞ୍ଜି ଆବଶ୍ୟକତା ରହିଛି। ଫଳରେ ସରକାର ଚାପରେ ରହିଛନ୍ତି। ଗତ ୨୮ ବର୍ଷ ମଧ୍ୟରେ ସରକାର କର୍ପୋରେଟ ଟିକସ କ୍ଷେତ୍ରରେ ବଡ ହ୍ରାସ ଘୋଷଣା କରିଛନ୍ତି। ଦେଶର ଅଭିବୃଦ୍ଧି ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବାରୁ ସ୍ଥିତାବସ୍ଥା ଫେରାଇ ଆଣିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଟିକସଦାତାଙ୍କୁ ସରକାର ବିଭିନ୍ନ ଛାଡ ଦେଉଥିବା ବେଳେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସକୁ ବାଦ୍‌ ଦିଆଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ଅଧିକ ବ୍ୟୟ ଏବଂ ନିମ୍ନ ଆୟକାରୀଙ୍କ ଉପରେ ଟିକସ ବୋଝ କମାଇବା ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri