ପ୍ରତ୍ୟକ୍ଷ ଟିକସ ହ୍ରାସ ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୩୧।୧୦: ସରକାର ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ବା ଆୟକର ହ୍ରାସ ନ କରିପାରନ୍ତି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଟିକସ ହ୍ରାସ ଯୋଗୁ ବିତ୍ତୀୟ ଧାରା ପ୍ରଭାବିତ ହୋଇଛି। ନିକଟରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କର୍ପୋରେଟ ଟିକସକୁ ପ୍ରାୟ ୧୦ ପରସେଣ୍ଟଟେଜ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଭଳି ସ୍ଥିତିରେ ବ୍ୟକ୍ତିଗତ ଆୟକର ହ୍ରାସ ଦ୍ୱାରା ଚାହିଦା ବୃଦ୍ଧି କରାଇବା ନେଇ ବିଭିନ୍ନ ଚାପ ସରକାରଙ୍କ ଉପରେ ରହିଛି। ସୂଚନା ମୁତାବକ, ବର୍ତ୍ତମାନ ସ୍ଥିତିରେ ବ୍ୟକ୍ତିଗତ ଆୟକର ହ୍ରାସ କରିବା କଷ୍ଟକର ବ୍ୟାପାର। ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ପରୋକ୍ଷ ଟିକସ ହ୍ରାସ ଦ୍ୱାରା ଟିକସ ସଂଗ୍ରହ କମିଥିବାରୁ ସରକାର ପୁଣି ଥରେ ରାଜକୋଷ ଉପରେ ଚାପ ପକାଇବାକୁ ଚାହୁଁ ନ ଥିବା ଜଣାପଡିଛି। ସରକାର ଗତ ବର୍ଷ ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇ ନ ଥିଲେ। ଚଳିତ ବର୍ଷ ଉକ୍ତ ବର୍ଗରେ ୧୩.୮୦ ଲକ୍ଷ କୋଟି ଟଙ୍କାର ଉଚ୍ଚ ରାଜସ୍ବ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଛି।
ଏପଟେ ଆୟୁଷ୍ମାନ ଭାରତ, ମହାତ୍ମାଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (ଏମ୍‌ଏନ୍‌ଆର୍‌ଇଜିଏ), ପିଏମ୍‌ କିଷାନ, ପିଏମ୍‌ ଆବାସ ଭଳି ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଖର୍ଚ୍ଚ ଲାଗି ଅଧିକ ରାଜସ୍ବ ଆବଶ୍ୟକ ପଡୁଛି। କର୍ପୋରେଟ ଟିକସ କମିବା ଯୋଗୁ ରାଜକୋଷ ଉପରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର ଚାପ ପଡିଛି। ଏଭଳି ସ୍ଥିତିରେ ସାମାଜିକ ସୁରକ୍ଷା ଯୋଜନାଗୁଡିକରେ ଖର୍ଚ୍ଚ ଲାଗି ସରକାରଙ୍କୁ ନିଶ୍ଚିତ ପୁଞ୍ଜି ଆବଶ୍ୟକତା ରହିଛି। ଫଳରେ ସରକାର ଚାପରେ ରହିଛନ୍ତି। ଗତ ୨୮ ବର୍ଷ ମଧ୍ୟରେ ସରକାର କର୍ପୋରେଟ ଟିକସ କ୍ଷେତ୍ରରେ ବଡ ହ୍ରାସ ଘୋଷଣା କରିଛନ୍ତି। ଦେଶର ଅଭିବୃଦ୍ଧି ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବାରୁ ସ୍ଥିତାବସ୍ଥା ଫେରାଇ ଆଣିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଟିକସଦାତାଙ୍କୁ ସରକାର ବିଭିନ୍ନ ଛାଡ ଦେଉଥିବା ବେଳେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସକୁ ବାଦ୍‌ ଦିଆଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ଅଧିକ ବ୍ୟୟ ଏବଂ ନିମ୍ନ ଆୟକାରୀଙ୍କ ଉପରେ ଟିକସ ବୋଝ କମାଇବା ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri