ପ୍ରତି ସୋମବାର ପଞ୍ଚାୟତ ଯିବେ ଭିଏଡବ୍ଲୁ, ବୁଝିବେ ଚାଷୀଙ୍କ ସମସ୍ୟା

ଭୁବନେଶ୍ୱର,୯।୬(ବ୍ୟୁରୋ): ଚଳିତ ବର୍ଷ ୬୨ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି ବୋଲି ମଙ୍ଗଳବାର କୃଷି ସଚିବ ସୌରଭ ଗର୍ଗ କହିଛନ୍ତି। ଚାଷୀଙ୍କ ସମସ୍ୟା ବୁଝିବାକୁ ଭିଲେଜ୍‌ ଏଗ୍ରିକଲ୍ଚରାଲ ଓ୍ବାର୍କର୍ସ(ଭିଏଡବ୍ଲୁ)ମାନେ ପଞ୍ଚାୟତକୁ ଯିବେ। ପ୍ରତି ସୋମବାର ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ପଞ୍ଚାୟତରେ ବସିବେ। ସେମାନେ ପଞ୍ଚାୟତ ଅଫିସରେ ଚାଷୀଙ୍କ ସମସ୍ୟା ବୁଝିବେ। ବ୍ଲକରେ ପ୍ରଥମ ଓ ତୃତୀୟ ଶନିବାର ଟେକ୍ନିକାଲ କମିଟି ବୈଠକ ବସିବ। ଜିଲାସ୍ତରରେ ପ୍ରତି ଜିଲାରେ ଜଣେ ଜଣେ ନୋଡାଲ ଅଫିସର ରହିଛନ୍ତି। ସାର ଓ ବିହନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। କିଛି ସମସ୍ୟା ଥିଲେ ଟୋଲ ଫ୍ରି ନଂ ୧୮୦୦୧୦୨୫୧୬୬ରେ ଚାଷୀ କଲ୍‌ କରିବେ ବୋଲି ସେ ସୂଚନା ଦେଇଛନ୍ତି।