Categories: ଜାତୀୟ

ପ୍ରତି ଘରେ ପାଣି ପାଇପ୍‌ ଲାଇନ୍‌ ପହଞ୍ଚାଇବେ ମୋଦି ସରକାର

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ପାଳିରେ ‘ସ୍ବଚ୍ଛ ଭାରତ ମିଶନ’କୁ ଫ୍ଲାଗସିପ୍‌ ସ୍କିମ କରିଥିଲେ। ଏବେ ଦ୍ୱିତୀୟ ପାଳିରେ ଗଁା ଗହଳିର ପ୍ରତି ଘରେ ପାଣି ପାଇପ୍‌ ଲାଇନ୍‌ ଯୋଗାଇ ଦେବାକୁ କାମ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ଯୋଜନା ଆଧାରରେ କେନ୍ଦ୍ର ସରକାର ପ୍ରତି ଘରେ ପାଇପ୍‌ ଲାଇନ୍‌ ପାଣି ଯୋଗାଇଦେବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବେ। ଜଳ ସଂସାଧନ ମନ୍ତ୍ରଣାଳକୁ ‘ଜଳ ଶକ୍ତି’ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମରୁ ସୂଚନା ଦେଇଥିଲେ କି ପୁଣି ଥରେ ଶାସନ କ୍ଷମତାକୁ ଆସିଲେ ପ୍ରତି ଘରେ ପାଣି ଉପଲବ୍ଧ କରାଇବା ସରକାରଙ୍କ ପ୍ରାଥମିକତା ହେବ। ଆସନ୍ତା ୨୦୨୪ ମଧ୍ୟରେ ପ୍ରତି ଘରେ ପାଇପ୍‌ ଯୋଗେ ପାଣି ପହଞ୍ଚାଇବା ମୋଦି ସରକାରଙ୍କ ଲକ୍ଷ୍ୟ ଥିବା ଜଣାପଡିଛି।

Share