Categories: ଜାତୀୟ

ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି: ଫିଲ୍ଡ ଅପରେଶନ୍‌ରେ ଯିବେ ୨୦୬ ସେନା ଅଧିକାରୀ

ନୂଆଦିଲ୍ଲୀ,୨୧।୮: ଭାରତୀୟ ସେନା ମୁଖ୍ୟାଳୟରେ ନିଯୁକ୍ତ ଥିବା ୨୦୬ ଅଧିକାରୀଙ୍କୁ ଫିଲ୍ଡ ଅପରେଶନ୍‌ରେ ପଠାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦାୟିତ୍ୱ ଗ୍ରହଣ ପରେ ସେନାର ପୁନର୍ଗଠନ ଲାଗି ସ୍ବତନ୍ତ୍ର ଯୋଜନା କରିଛନ୍ତି। ସେନା ଯବାନଙ୍କ ଦକ୍ଷତା ବିକାଶ ଲାଗି ଏଭଳି କରାଯାଉଥିବା କୁହାଯାଉଛି। ଏହି ଅଧିକାରୀଙ୍କ ମଧ୍ୟରେ ୧୮୬ ଲ୍ୟୁଟନାଣ୍ଟ କର୍ନେଲ, ୯ କର୍ନେଲ୍‌, ୮ ବ୍ରିଗେଡିୟର ଏବଂ ୩ ମେଜର ଜେନେରାଲ ରହିଛନ୍ତି।

Share