ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ: ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ ଲକ୍ଷ୍ୟ

ବ୍ୟାଙ୍କକ୍‌,୧୮।୧୧: ଏଣିକି ଭାରତ ପ୍ରତିରକ୍ଷା ସରଞ୍ଜାମ ଆମଦାନି କରିବା କମାଇବ। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ। ଏଥିପାଇଁ ଦେଶରେ ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ବ୍ୟାଙ୍କକ୍‌ରେ ଆୟୋଜିତ ‘ଇଣ୍ଡିଆ ରାଇଜିଂ’ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିପାଇଁ ୨୦୧୮ ପ୍ରତିରକ୍ଷା ନୀତି ଉପରେ ଭାରତ ସରକାର ଗୁରୁତ୍ୱାରୋପ କରିବା ସହିତ ୨୦୨୫ ବେଳକୁ ୫ ଶହ କୋଟି ଡଲାରର ପ୍ରତିରକ୍ଷା ସରଞ୍ଜାମ ରପ୍ତାନି କରିବା ଲକ୍ଷ୍ୟ ରଖିଥିବା ରାଜନାଥ ପ୍ରକାଶ କରିଛନ୍ତି। ଦେଶର ୨୦୧୮-୧୯ ବଜେଟ୍‌ରେ ଘରୋଇ ଉତ୍ପାଦନ ବୃଦ୍ଧି ଉପରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ସହିତ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ଏମ୍‌ଏସ୍‌ଏମଇର ଉତ୍ପାଦନ ବୃଦ୍ଧି ଲାଗି ସ୍ବତନ୍ତ୍ର ଯୋଜନା ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।

Share