‘ପ୍ରତିଭା ପୂଜା ପରମ୍ପରା ପ୍ରଶଂସନୀୟ’

ବାରିପଦା ଅଫିସ,୧୮ା୧୧- ବାରିପଦା ରୋଟାରୀ ଭବନ ପରିସରରେ ବୋଇତ ବନ୍ଦାଣ ଉତ୍ସବ ସମିତି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମିତିର ସଭାପତି ତପନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରତିଭା ପୂଜାର ପରମ୍ପରା ପ୍ରଶଂସନୀୟ ବୋଲି କହିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନର ଉଦ୍ୟୋକ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ। ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଜଗତବନ୍ଧୁ ଆଚାର୍ଯ୍ୟ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ନରେନ୍ଦ୍ର ମୋହନ ସେନାପତି, ଶ୍ରୀରାମଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଅସୀମା ସାହୁ, ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏଭଳି ମହନୀୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସମ୍ପାଦକ ଉଗ୍ରେଶ୍ୱର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ହରନାରାୟଣ ମିଶ୍ର, ସାହିତି୍ୟକା ଶାନ୍ତିଲତା ଆଚାର୍ଯ୍ୟ, କବି ସାଗରିକା ଦାସ ମହାନ୍ତି, ରମେଶ ଚନ୍ଦ୍ର ରାଉତ, ଦିଲୀପ ଚୌଧୁରୀ, ପ୍ରଭାତ ନନ୍ଦିିନୀ ଦାସ, ସାବିତ୍ରୀ ରାଉତ, ତରୁଣ କୁମାର ବାରିକ ଓ କବିତା ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନଜୀବୀ ପାର୍ବତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସଦସ୍ୟ ସନ୍ଧ୍ୟାରାଣୀ ପଣ୍ଡା, ଶିକ୍ଷକ ଅମିତାଭ ମିଶ୍ର, ଗୋପାଳ ଚନ୍ଦ୍ର ସାଓ, ଜ୍ଞାନରଞ୍ଜନ ତ୍ରିପାଠୀ, ଉଦୟନାଥ ଜେନା, ଜ୍ୟୋତ୍ସ୍ନାମଣି ଜେନା, ବିପ୍ଳବ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।