Categories: ରାଜ୍ୟ

ପ୍ରଣତିପ୍ରୀତିନନ୍ଦା ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

କାଳିଆପାଣି,୬ା୬ (ଡି.ଏନ୍‌.ଏ.): ଯାଜପୁର ବୈଦ୍ୟରାଜ ନୋଡ଼ାଲ ଏମ୍‌ଇ ସ୍କୁଲ ପରିସରରେ ବୁଧବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କାଳିଆପାଣି ଅଞ୍ଚଳର ପ୍ରଣତିପ୍ରୀତିନନ୍ଦା ନାୟକଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମନିତ କରାଯାଇଛି। ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କୁ ଓପଢୌକନ ଓ ଅର୍ଥରାଶି ପ୍ରଦାନ କରି ସମ୍ମାନିତ କରିଥିଲେ। ପ୍ରଣତିପ୍ରୀତିନନ୍ଦା ଖଣି ନିଗମ ବିଦ୍ୟୁତ୍‌ ବିଭାଗର ବରିଷ୍ଠ ପରିଚାଳକ ପ୍ରତାପ କିଶୋର ନାୟକଙ୍କ ସ୍ବୀ ଅଟନ୍ତି। ସେ ସୁସ୍ଥ ପରିବେଶ ପାଇଁ ନିଜେ ରହୁଥିବା ଅଞ୍ଚଳରେ ବ୍ୟାପକଭାବେ ବୃକ୍ଷରୋପଣ କରିଥିବାବେଳେ ଅନ୍ୟମାନଙ୍କୁ ପ୍ରୋତ୍ସାହନ କରିଥାନ୍ତି। ୨୦୧୪ରେ ମଧ୍ୟ ତାଙ୍କୁ ବୃକ୍ଷରୋପଣ ପାଇଁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରୀ ବନାଞ୍ଚଳ ଏସ୍‌ସିଏଫ ମନୋରଞ୍ଜନ ସ୍ବାଇଁ, ରାଜ୍ୟ ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀ ପି.କେ.ବେହୁରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।