ବ୍ରହ୍ମପୁର ଅଫିସ,୧ା୯-ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ବିସ୍ଥାପିତ ପରିବାରକୁ ମିଳୁନି ମୌଳିକ ସୁବିଧା । ସମାଧାନ ଲାଗି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା (ଆରପିଡିଏସି) କମିଟି ବୈଠକ। ଏଥିରେ ନିର୍ବାଚିତ ଲୋକ ପ୍ରତିନିଧି ତଥା ଏମ୍ପି, ବିଧାୟକ, ଗ୍ରାମାଞ୍ଚଳ ପ୍ରତିିନିଧି, ଜିଲାପାଳ ଏବଂ ବିଭାଗୀୟ ଅଧିକାରୀ ତଥା ଇଞ୍ଜିନିୟରମାନେ ଯୋଗ ଦେଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ନିଆଯାଉଥିବା ନିଷ୍ପତ୍ତି ବିଡ଼ା ବାନ୍ଧି ପକାଇ ଦିଆଯାଉଛି। ଗତ ୧୮ ଦିନ ମଧ୍ୟରେ ଦୁଇ ଆରପିଡିଏସି ବୈଠକ ବ୍ରହ୍ମପୁରରେ ହୋଇଛି। ବିସ୍ଥାପିତ ହେଉଥିବା ଲୋକେ କେତେ ସଫଳତା ପାଇବେ ସେଥିପାଇଁ ଅପେକ୍ଷା କରାଯାଇଛି।
୧୩ ତାରିଖରେ ଗଜପତି ଜିଲାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଛେଳିଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ଆଦିବାସୀଙ୍କ ବିକଳ୍ପ ଥଇଥାନ ଯୋଜନା ନେଇ ଆରପିଡିଏସି ବୈଠକ ଆରଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଅନ୍ୟ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ଗଜପତି ଜିଲାପାଳ ଅନୁପମ ଶାହା, ଏସ୍ପି ସାରା ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ। ଏହାର ୧୮ ଦିନ ବିତିଛି ଏବଂ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହେଉଥିବା ଅଳ୍ପ କେତେକ ପରିବାରକୁ ଦିଗପହଣ୍ଡି ବ୍ଲକର ସାମନ୍ତରାପୁର ନିକଟରେ ନିର୍ମିତ କଲୋନୀ ପରିସରରେ କେବଳ ଚାରାରୋପଣ ବ୍ୟତୀତ ଆଉ କିଛି ହୋଇ ନ ଥିବା ଅଞ୍ଚଳବାସୀଙ୍କ ଠାରୁ ଖବର ମିଳିଛି।
ଟାଟା କମ୍ପାନୀର ଗୋପାଳପୁର ବନ୍ଦର ଭିତ୍ତିକ ମେଗା ଇସ୍ପାତ ପ୍ରକଳ୍ପ ନିମନ୍ତେ ଅନେକ ଗ୍ରାମର ଶହ ଶହ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଟାଟା ପ୍ରକଳ୍ପର ବିସ୍ଥାପିତଙ୍କ ସମସ୍ୟା ନେଇ ଗତ ଶୁକ୍ରବାର ହୋଇଥିବା ସମୀକ୍ଷା ବୈଠକରେ ଏମ୍ପି ଚନ୍ଦ୍ରଶେଖର ସାହୁ, ଗୋପାଳପୁର ଓ ଛତ୍ରପୁର ବିଧାୟକ ଯଥାକ୍ରମେ ପ୍ରଦୀପ ପାଣିଗ୍ରାହୀ ଓ ସୁବାସ ବେହେରା, ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଓ ଗଞ୍ଜାମ ଏସପି ପ୍ରମୁଖ ଯୋଗ ଦେଇଥିଲେ। ବିସ୍ଥାପିତଙ୍କୁ ମୌଳିକ ସମସ୍ୟାର ସମାଧାନ, ଅଧିକ କ୍ଷତିପୂରଣ ଏବଂ ଯୋଗ୍ୟତା ଭିତ୍ତିରେ ପରିବାରର ପିଲାଙ୍କୁ କମ୍ପାନୀରେ ଚାକିରି ଦେବା ପ୍ରସଙ୍ଗ ଉଠିଥିଲା। କେବଳ ସେତିକି ନୁହେଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇବାକୁ କ୍ଷତିଗ୍ରସ୍ତଙ୍କ ପ୍ରତିନିଧି ଏବଂ ଉପସ୍ଥିତ ଅଞ୍ଚଳବାସୀ ଗୁରୁତ୍ୱ ଦେଇଥିଲେ। ଟାଟା କମ୍ପାନୀ କିଭଳି ସମସ୍ୟା ସମାଧାନ କରିବ ସେନେଇ ଚାଲିଛି ଆଲୋଚନା। ବୈଠକରେ କମ୍ପାନୀ ଅଧିକାରୀ ଉପସ୍ଥିତ ଥିଲେ ।
ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ
ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…
ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର
ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…
ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…
ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼
ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…
ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…
ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…
Archives

